ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଗୋଶାଳା ରେ ମହିଳା ସମିତି ଶ୍ରୀଜନ ଶାଖା, ରାଇରଙ୍ଗପୁର ତରଫରୁ ଗୋପୂଜନ

ରାଇରଙ୍ଗପୁର ଗୋଶାଳା ରେ ମହିଳା ସମିତି ଶ୍ରୀଜନ ଶାଖା, ରାଇରଙ୍ଗପୁର ତରଫରୁ ଗୋପୂଜନ

ରାଇରଙ୍ଗପୁର – ୧୭/୧୧ ରାଇରଙ୍ଗପୁର ଗୋଶାଳା ପରିସରରେ ୭୦ ତମ ଗୋପାଷ୍ଟମୀ ଅବସରରେ ରାଇରଙ୍ଗପୁରର ଅଗ୍ରଣୀ ମହିଳା ସମିତି ଶ୍ରିଜନ ଶାଖା ,ରାଇରଙ୍ଗପୁର ଶାଖା ତରଫରୁ ଗୋବନ୍ଦନା ଓ ଗୋପୂଜନ କାର୍ଯ୍ୟକ୍ରମ ମହାସମାରୋହରେ‌ ଅନୁଷ୍ଠିତ ହୋଇଯାଇଛି ।ସମିତିର ସଦସ୍ୟା ବୃନ୍ଦ ଗୋଶାଳାକୁ ଯାଇ ଗୋପୂଜନ ଓ ଗୋଵନ୍ଦନା କରିଥିଲେ ।ଗୋମାତା ମାନଙ୍କୁ ପିଠିରେ ନଵଵସ୍ତ୍ର ପରିଧାନ କରାଇଥିଲେ ।ଗୋମାତା ମାନଙ୍କୁ ମିଷ୍ଟାନ୍ନ,କଦଳୀ ଖୁଆଇବା ସହ ଗୋମାତାଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଇଥିଲେ ।ଭାବ ବିହ୍ୱଳ ହୋଇ କହିଥିଲେ ମାନବ ସମାଜ ପାଇଁ ଗୋମାତାଙ୍କୁ ଅବଦାନ ଅନନ୍ୟ ଓ ଅବର୍ଣ୍ଣନୀୟ ।ଗୋମାତାର ସବୁକିଛି ମାନବ ସମାଜର କଲ୍ୟାଣରେ ଲାଗେ ।ଏହି କାର୍ଯ୍ୟକ୍ରମରେ ଶ୍ରୀଜନ ମହିଳା ସମିତିର‌ ସଭାପତି ସଙ୍ଗିତା ଅଗ୍ରଓ୍ବାଲ,ସଂପାଦିକା ମିତା ଶର୍ମା,କୋଷାଧ୍ଯକ୍ଷା ସୁଲଭା ଭୂତ,ସଦସ୍ୟା ପାୟଲ ଅଗ୍ରଓ୍ବାଲ,ଖୁସୁବୁ ଢାକା,ସୋନି ଅଗ୍ରଓ୍ବାଲ,ଵିନିତା ଖେମକା,ଅଚୁକି ଖେମକା,ପାୟଲ ଭୂତ,ସାରିକା ଅଗ୍ରଓ୍ବାଲଙ୍କ ସମେତ ବହୁ ସଦସ୍ୟା ସାମିଲ ହୋଇଥିଲେ ।ଗୋମାତା ପାଇଁ କିଛିଟା ସେବା କରିଥିବାରୁ ସମସ୍ତେ ନିଜକୁ ଧନ୍ୟ ମଣିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

କଟପାଡ ବିଧାୟକଙ୍କ ଅଣ୍ଟା ମଡା ଗୋଷ୍ଟି,, ଆଜି ପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ

masiha

ଡାବୁଗାଁରେ ହୋମ ଭୋଟିଂ କାର୍ଯ୍ୟକ୍ରମ 

masiha

ଇଥାନାଲ କାରଖାନାରେ ସ୍ୱାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!