ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଦପୁର ପି ଏମ ଶ୍ରୀ ଦଧିବାମନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ମେଳା ସହ ଚିତ୍ର ଓ ହସ୍ତ ଶିଳ୍ପ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

ଦାଦପୁର ପି ଏମ ଶ୍ରୀ ଦଧିବାମନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ମେଳା ସହ ଚିତ୍ର ଓ ହସ୍ତ ଶିଳ୍ପ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

ସ୍ଥାନୀୟ ପି ଏମ ଶ୍ରୀ ଦଧି ବାମନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ଚିତ୍ର କଳା ସହ ହସ୍ତାଶିଳ୍ପ ପ୍ରଦର୍ଶନୀ ମିଳିତ ଭାବେ ଅନୁଷ୍ଠିତ ହୋଇଥିଲା l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରବି ପ୍ରସାଦ କାନୁନଗୋଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଆଚାରୀ ଶବର, ସମ୍ମାନିତ ଅତିଥି ଭାବେ ପୋଲିସ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ରବୀନ୍ଦ୍ର ପଟ୍ଟନାୟକ ଓ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ନିଶାଙ୍କ ପ୍ରମୁଖ ଯୋଗ ଦେଇଥିଲେ l 

ବିଦ୍ୟାଳୟର ଶିକ୍ଷକ ବଳରାମ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ସ୍ନିଗ୍ଧାଲୀନା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଅତିଥି ଗଣ ବିଜ୍ଞାନ ମେଳାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଏବଂ ବିଜ୍ଞାନ ଶିକ୍ଷକମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ବିଜ୍ଞାନ ମେଳାର ଉଦଘାଟନ କରି କୁନି ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ ଗୁଡିକ ବୁଲି ଦେଖିଥିଲେ। ଏହି ବିଜ୍ଞାନ ମେଳାରେ ମାଧ୍ୟ୍ୟମିକ ସ୍ତରରେ 41 ଟି ପ୍ରକଳ୍ପ, ପ୍ରାଥମିକ ସ୍ତର ରେ 53 ଟି ଏବଂ ଆର୍ଟ ଏଣ୍ଡ କ୍ରାଫ୍ଟରେ 15 ଟି ପ୍ରକଳ୍ପ ସହ ସର୍ବମୋଟ 109 ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ବିଚାରକ ଭାବେ ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ମିତା ଚୌଧୁରୀ ଓ ଶ୍ରୀମତୀ ସୁଷମା ନାୟକ ଯୋଗ ଦେଇଥିଲେ l ତିନୋଟି ବିଭାଗ ରୁ ସର୍ବମୋଟ ତିନୋଟି ପ୍ରକଳ୍ପ ବ୍ଲକ ସ୍ତର ପାଇଁ ମନୋନୀତ ହୋଇଥିଲା। ଉଦଯାପନୀ ସଭାରେ ଅତିଥିବୃନ୍ଦ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ l ଉକ୍ତ ଦିବସବ୍ୟାପି ଚାଲିଥିବା କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ/ସଦସ୍ୟା ତଥା ଅଭିଭାବକ/ଅଭିଭାବିକା ଅତ୍ୟନ୍ତ ମନଭରି ଉପଭୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଣ ଶିକ୍ଷକ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଥିଲା।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଗୁଣପୁରରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

masiha

ଘର ପୋଡି ଠୁ ବଳି ବଡ଼ ଦୁଃଖ ଆଉ କଣ ! ପତଞ୍ଜଳି ପରିବାର ପହଞ୍ଚି ବଢ଼ାଇଲା ସହାୟତାର ହାତ 

masiha

ଜିଲ୍ଲା ଯୋଗାସନ ସଂଘ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!