ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଶ୍ରୀଶ୍ରୀ ସୀତାରାମ ମଠ ପ୍ରାଙ୍ଗଣରେ ୨୫ତମ କାର୍ତିକେଶ୍ବର ପୂଜାରେ ଅନ୍ନସଂଖୁଡି ଭୋଗ ଲାଗି ,୨- କୁଞ୍ଜକାନ୍ତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ କାର୍ତିକ ବ୍ରତ ଉଦ୍‌ଯାପିତ,୩- ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ଭଜନ ପରିବେଷଣ , ୪- ସଂସାର ଜୁସ୍‌ର ଚତୁର୍ଥ କାଉଣ୍ଟର ଉଦ୍‌ଘାଟିତ, ୫-ଛାଡ଼ଖାଇରେ ଆମିଷ ବଜାରରେ ପ୍ରବଳ ଭିଡ଼ | ମାଛ, ମାଂସ କିଣିବାକୁ ଗ୍ରାହକଙ୍କ ଲମ୍ବା ଲାଇନ୍

ଶ୍ରୀଶ୍ରୀ ସୀତାରାମ ମଠ ପ୍ରାଙ୍ଗଣରେ ୨୫ତମ କାର୍ତିକେଶ୍ବର ପୂଜାରେ ଅନ୍ନସଂଖୁଡି ଭୋଗ ଲାଗି

ଢେଙ୍କାନାଳ, ୨୪/୧୧: ଢେଙ୍କାନାଳ ସହର ବାଜିଚୌକସ୍ଥିତ ଶ୍ରୀ ଶ୍ରୀ ସୀତାରାମ ମଠ ପ୍ରାଙ୍ଗଣରେ ୨୫ତମ କାର୍ତିକେଶ୍ୱର ପୂଜା ମହାଆଡମ୍ବର ସହିତ ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରେ ଅନ୍ନସଂଖୁଡି ଭୋଗ ଲାଗି କରାଯାଇଛି । ପ୍ରତ୍ୟେକ ଦିନ ତିନି ପ୍ରହର ପୂଜା କରାଯାଉଥିବାବେଳେ ସଂଧ୍ୟାରେ ୧୦୮ ଦୀପରେ ଆଳତି କରାଯାଉଥୁଲା । ଆଜି ପ୍ରାୟ ୨୦୦୦ରୁ ଉର୍ଦ୍ଧ୍ବ ଭକ୍ତ ସଂଧ୍ଯା ସମୟରେ ପ୍ରସାଦ ସେବନ କରିଥିଲେ । ଏଥିରେ ରାଇସ୍, ମିକ୍ସ ତରକାରୀ, ଆମ୍ବୁଲ ଖଟା, କ୍ଷୀରି ଇତ୍ୟାଦି ପ୍ରସ୍ତୁତ ହୋଇଥିଲା । ଆସନ୍ତା କାଲି ପୂର୍ଣାହୁତି ଅନୁଷ୍ଠିତ ହେବ । ପୂଜକ ଜଗନ୍ନାତ ତ୍ରିପାଠୀ ଓ କର୍ତା ଗଦାଧର ସାହୁ ପୂଜାକୁ ସମ୍ପାଦନ କରୁଥିବାବେଳେ ସଭାପତି ବୁନୁ ବେହେରା, କର୍ମକର୍ତା ସନାତନ ସିଂ, ଅଜିତ୍ ସାହୁ, ଦୀପୁ ଦାଶ, ସୁବାଷ ରାଉତ, ସୁଶାନ୍ତ ସାହୁ ପ୍ରମୁଖ ପୂଜା କାର୍ଯ୍ୟକୁ ପରିଚାଳନା କରିଥିଲେ । ଅଂଚଳର ବହୁ ଭକ୍ତ ଯୋଗଦେଇ ଶ୍ରୀଶ୍ରୀ କାର୍ତିକେଶ୍ୱରଙ୍କ ଆଶୀର୍ବାଦ ଗ୍ରହଣ କରିବା ସହିତ ପୂଜାକୁ ସଫଳ କରିଥିଲେ ।

କୁଞ୍ଜକାନ୍ତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ କାର୍ତିକ ବ୍ରତ ଉଦ୍‌ଯାପିତ

ଢେଙ୍କାନାଳ, ୨୪/୧୧: ଧର୍ମମାସ କାର୍ତିକ ମାସର ଶେଷଦିନ ପୂର୍ଣ୍ଣିମା ଅବସରରେ ମାସଧରୀ ବ୍ରତ ରଖିଥୁବା ବ୍ରତଧାରୀମାନେ ମହାଆଡମ୍ବରେ ପୂଜାକୁ ଉଦ୍‌ଯାପନ କରିଛନ୍ତି । ଏହି ପୂଜାରେ ମନ ଓ ଶରୀର ଚଳଚଂଚଳ ହୋଇ ଉଠେ । ଶରୀରର ଯେତେ କଷ୍ଟ ଓ ଯନ୍ତ୍ରଣା ହେଲ ମଧ୍ୟ କିଛି ଫରକ୍ ପଡେନି । ମାସର ପ୍ରତିଦିନ ରାଧାଦାମୋଦର ପୂଜା ହୋଇଥାଏ ଓ କପୋତ କପୋତୀଙ୍କୁ ପୂଜା କରାଯାଇଥାଏ । ପଂଟୁକରେ ୫ଦିନ ଧରି ବଗବଗୁଲୀ ଓ ଲକ୍ଷ୍ମୀନାରାୟଣ ପୂଜା ପାଇଥାନ୍ତି । ବଗବଗୁଲିଙ୍କୁ ଫଳ ଦେଇ ଉଡାଇ ଦିଆଯାଇଥାଏ । କାରଣ ସେମାନେ ଫଟୁକରେ ଆମିଷ ଛାଡି ଦେଇଥାନ୍ତି । କଥାରେ ଅଛି ଆମିଷ ଓ ପିଆଜ ରସୁଣ ଛାଡିଲେ ଧର୍ମ ହୁଏ, କିନ୍ତୁ ପ୍ରକୃତରେ ଆମିଷ ବଡକଥା ନୁହେଁ ମଣିଷ ଯଦି ମନ ମଧ୍ଯରୁ ହିଂସା, କ୍ରୋଧ, ଅନ୍ୟର ନିନ୍ଦା କରିବା ପରିବର୍ତେ ସହିଷ୍ଣୁତା, ଦୟା, କ୍ଷମା, ଅନ୍ୟର ଉପକାର କରିବା ଇତ୍ୟାଦି ଗୁଣ ଥାଏ ତାହାଲେ ଧର୍ମ ଅଧିକ ହୁଏ । କୁଞ୍ଜକାନ୍ତ ଅଚଂଳର ୩୦ /୪୦ ମହିଳା ରାମ ମନ୍ଦିର ପ୍ରାଙ୍ଗଣରେ ଏହି ମହାନ ପବିତ୍ର ମାସର କାର୍ତିକ ବ୍ରତ ପାଳନ କରିଥାନ୍ତି । ଏହା ୪୦/୫୦ ବର୍ଷର ପୁରୁଣା ଅନୁଷ୍ଠାନ । ଏବେ ନୂଆ ନୂଆ ଭକ୍ତ ଆସି ଏଠି ଯୋଗଦେଉଛନ୍ତି । ଏହି ରାମ ମନ୍ଦିର ପ୍ରାଙ୍ଗଣରେ ପ୍ରତିଦିନ ସଂଧ୍ୟାରେ ଭଜନ, କୀର୍ତନ ଓ ପାରାୟଣ ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇଥାଏ ଓ ଗୋଟିଏ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ଯେତେ ଦୁଃଖ ଥିଲେ ସବୁ ଭୁଲି ହୋଇଯାଏ । ଆଜି ରାତି ୩ଟା ରୁ ସମସ୍ତେ ଉପସ୍ଥିତ ହୋଇ ଆକା ମା ବୈ ଗୁଆପାନ ଥୋଇ, ଗୁଆପାନ ତୋର, ମାସକ ଧର୍ମ ମୋର କହି ଡଙ୍ଗା ଭସାଇ ଥାଆନ୍ତି । ତା’ପରେ ପୂଜା ଆରମ୍ଭ ହୋଇଥାଏ । ରାଇବାମୋଦର ପୂଜା ଓ ଲକ୍ଷ୍ମୀନାରାୟଣଙ୍କ ଉଦ୍ଦେଶ୍ୟରେ ହେଉଥୁବା ପୂଜା ଶେଷରେ ପାଣିରେ ବିସର୍ଜନ କରାଯାଇଥାଏ । ସଂଧ୍ୟାବେଳେ ପୂର୍ଣମୀ ଥିବାରୁ ଆକାଶଦୀପ ରାମନ୍ଦିର ପରିଷଦର ସଭ୍ୟା ଓ ବହୁ ମହିଳା ଉପସ୍ଥିତ ରହି ମା’ବୃନ୍ଦାବତୀ, ଦଶ ଦିଗପାଳ ଓ ପିତୃ ଦେବତାଙ୍କ ଉଦ୍ଦେଶ୍ୟରେ ଆକାଶଦୀପ ଉଠାଇଥାନ୍ତି । ଦେଶର ସୁଖ, ସମୃଦ୍ଧି, ସୁସ୍ଥ ଜୀବନଯାପନ କରିବା ଉଦ୍ଦେଶ୍ୟରେ ଏହି ଆକାଶଦୀପ ଉଠାଯାଇଥାଏ । ଉପସ୍ଥିତ ମହିଳାମାନଙ୍କ ମଧ୍ୟରୁ ସ୍ନିଗ୍ଧାରାଣୀ ନନ୍ଦ, ଜ୍ୟୋତିର୍ମୟୀ ପଣ୍ଡା, ନିରୂପମା ମିଶ୍ର, ବିନୋଦିନୀ ପାଣି, ଭବାନୀ କୁମାରୀ ହୋତା, ମମତା ମହାପାତ୍ର, ଝରଣା ପାଣିଗ୍ରାହୀ, ସସ୍ମିତା ଦାଶ, ସସ୍ମିତା ପଟ୍ଟନାୟକ, ରଶ୍ମିତା ପାତ୍ର, ସୁଲୋଚନା ବେହେରା, ସୁବିସିନୀ ରାଉତ, ଜ୍ୟୋତିର୍ମୟୀ ଷଡଙ୍ଗୀ, ସରୂପାରାଣୀ ନନ୍ଦ, ପ୍ରତିମା ବେହେରା, ଶୈଳବାଳା ସାହୁ, ବିଜୟାଲକ୍ଷ୍ମୀ ବିଶ୍ୱାଳ, କଳ୍ପନା ମିଶ୍ର, ପାର୍ବତୀ ସାହୁ, ପ୍ରଭାତୀ ମହାପାତ୍ର, ଦମୟନ୍ତୀ ନାଥ, କାଂଚନ ଲେଙ୍କା ଓ ପ୍ରଣତୀ ପଟ୍ଟନାୟକ ତତା ବହୁତ ମହିଳା ଉପସ୍ଥିତ ରହି ଏହି ଅନୁଷ୍ଠାନର ସମସ୍ତ କାର୍ଯ୍ୟକ୍ରମ ନିଜ ବ୍ୟୟବହୁଳ ସମୟ ମଧ୍ୟରୁ ସମୟ ବାହାର କରି ଯୋଗଦାନ ଦେଇ ଏହି କାର୍ଯ୍ୟକୁ ସଫଳ କରିଛନ୍ତି । ତେଣୁ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଦିଆଯାଇଛି ।

ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ଭଜନ ପରିବେଷଣ

ଢେଙ୍କାନାଳ, ୨୪/୧୧: ଢେଙ୍କାନାଳର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ଥିବା ଭଜନ ମଣ୍ଡପଠାରେ ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀଶ୍ରୀ ବଳଦେବଜୀଉ ଭଜନ ସଂଧ୍ୟା ପକ୍ଷରୁ ଆଜି ସକାଳୁ ଭଜନ ପରିବେଷଣ କାର୍ଯ୍ୟକ୍ରମ ହୋଇଥିଲା । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଧାରିତ ଭଜନଗୁଡିକୁ କଣ୍ଠଶିଳ୍ପୀମାନେ ଅତି ଭକ୍ତିର ସହିତ ଗାଇଥିଲେ । ଏହାକୁ ସୁର କୁମାର ଦାଶଙ୍କ ଅଧ୍ଯକ୍ଷତାରେ କଣ୍ଠଶିଳ୍ପୀ ରଞ୍ଜିତ୍ ଦଳେଇ, ଗଙ୍ଗାଧର ଜେନା, ରାଜୁବାବୁ, ଜ୍ଞାନବାବୁ, ସ୍ମିତାରାଣୀ ନନ୍ଦ, ସବିତା ରାଣୀ ସାମଲ, ମନୋଜ ମହାପାତ୍ର, ବରିଷ୍ଠ କଳାକାରମାନଙ୍କ ଦ୍ୱାରା ସୁମଧୁର ଭଜନ ପରିବେଷଣ କରାଯାଇଥିଲା । ସହରର ମହିଳା ଓ ପୁରୁଷ ଶ୍ରଦ୍ଧାଳୁମାନେ ଏହାକୁ ମନଭରି ଶୁଣିଥିଲେ ।

ସଂସାର ଜୁସ୍‌ର ଚତୁର୍ଥ କାଉଣ୍ଟର ଉଦ୍‌ଘାଟିତ

ଢେଙ୍କାନାଳ ସହରର କୁଞ୍ଜକାନ୍ତ ଠାରେ ସଂସାର ଜୁସ୍‌ର ଚତୁର୍ଥ କାଉଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ମହିଳା ସମାଜସେବୀ ଶାନ୍ତିଲତା ପରିଡ଼ା ତାଙ୍କ ମା ଫିତା କାଟି ନୂତନ କାଉଣ୍ଟରର ଶୁଭାରମ୍ଭ କରିଥିଲେ। ଏଥିରେ ବିରଞ୍ଚି ନାରାୟଣ ପରିଡ଼ା ମଧ୍ୟ ଉପସ୍ଥିତ ଥିଲେ।

ଏହି ନୂତନ କାଉଣ୍ଟରର ମାଲିକ ଶଶି ଭୂଷଣ ପରିଡ଼ାଙ୍କ କହିବା ଅନୁଯାୟୀ, ଗ୍ରାହକମାନଙ୍କୁ ସ୍ୱାସ୍ଥ୍ୟକର ଓ ସତେଜ ପାନୀୟ ଯୋଗାଇଦେବା ଏହାର ମୁଖ୍ୟ ଲକ୍ଷ୍ୟ। ଏଠାରେ ଅଁଳା, ଲେମ୍ବୁ, ଗାଜର, ବିଟ୍‌ ସମେତ ବିଭିନ୍ନ ଫଳର ଜୁସ୍‌ ଉପଲବ୍ଧ ହେବ।ସୁସ୍ୱାଦୁ ଓ ସତେଜ ଫଳରସ ପାନ କରି ସ୍ୱାସ୍ଥ୍ୟର ଯତ୍ନ ନେବାକୁ ସେ ଗ୍ରାହକମାନଙ୍କୁ ଆହ୍ୱାନ ଦେଇଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ପରିବାରବର୍ଗଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ରହି ନୂତନ କାଉଣ୍ଟରକୁ ଶୁଭେଚ୍ଛା ଜଣାଇଥିଲେ। ଢେଙ୍କାନାଳ ସହରରେ ସଂସାର ଜୁସ୍‌ର ଏହି ନୂତନ କାଉଣ୍ଟର ଗ୍ରାହକଙ୍କୁ ଆହୁରି ଏକ ନୂଆ ବିକଳ୍ପ ଯୋଗାଇଦେବ ବୋଲି ଆଶା କରାଯାଉଛି।

ଛାଡ଼ଖାଇରେ ଆମିଷ ବଜାରରେ ପ୍ରବଳ ଭିଡ଼ | ମାଛ, ମାଂସ କିଣିବାକୁ ଗ୍ରାହକଙ୍କ ଲମ୍ବା ଲାଇନ୍

ପବିତ୍ର କାର୍ତ୍ତିକ ମାସର ଧର୍ମୀୟ ନିୟମ ଓ ସଂଯମ ପରେ ଆଜି ଛାଡ଼ଖାଇ। ମାସକର ଅପେକ୍ଷାର ଅନ୍ତ ଘଟିଛି। ଆମିଷପ୍ରିୟ ଓଡ଼ିଆଙ୍କ ମନରେ ଆଜି ଭରି ରହିଛି ଉତ୍ସାହ। କାହା ଘରେ ମଟନ୍ ତ ଆଉ କାହା ଘରେ ଚିକେନ୍, ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ାର ସୁସ୍ୱାଦୁ ବ୍ୟଞ୍ଜନରେ ମହକିବ ରୋଷେଇ ଘର। ଏପଟେ ସକାଳୁ ସକାଳୁ ବିଭିନ୍ନ ଆମିଷ ବଜାରରେ ଜମିଲାଣି ଗ୍ରାହକଙ୍କ ଭିଡ଼। ନିଜ ପସନ୍ଦର ଆମିଷ କିଣିବାକୁ ଦୋକାନରେ ଲାଗିଛି ଗହଳି। ତେବେ ଆସନ୍ତୁ ଦେଖିବା, ଛାଡ଼ଖାଇରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କିଭଳି ରହିଛି ଆମିଷ ବଜାରର ଚିତ୍ର।

ଓଡ଼ିଆ ପରମ୍ପରାରେ ଛାଡ଼ଖାଇର ରହିଛି ଏକ ସ୍ୱତନ୍ତ୍ର ମହତ୍ତ୍ୱ। ପବିତ୍ର କାର୍ତ୍ତିକ ମାସରେ ଅନେକ ଲୋକ ଆମିଷ ତ୍ୟାଗ କରି ଧର୍ମକର୍ମ ଓ ପୂଜାପାଠରେ ସମୟ ବିତାଇଥାନ୍ତି। କାର୍ତ୍ତିକ ପୂର୍ଣ୍ଣିମା ପରେ ଛାଡ଼ଖାଇରେ ପୁଣିଥରେ ଆମିଷ ଖାଇବାର ପରମ୍ପରା ରହିଆସିଛି।

ଆଉ ଏହି ପରମ୍ପରାକୁ ନେଇ ଆଜି ଚଳଚଞ୍ଚଳ ହୋଇଉଠିଛି ଆମିଷ ବଜାର। ମାଛ, ଚିକେନ୍ ଓ ମଟନ୍ ଦୋକାନରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି। କେହି ନିଜ ପରିବାର ପାଇଁ ତ ଆଉ କେହି ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ସହ ଭୋଜିଭାତର ଆୟୋଜନ ପାଇଁ କିଣାକିଣିରେ ବ୍ୟସ୍ତ। ରୋହି ମାଛ ୨୦୦ ଭାକୁର ୩୦୦ ଚାନ୍ଦୀ ୨୦୦ ପୋହଳା ୨୦୦ ଚିଙ୍ଗୁଡ଼ି ୨୦୦ ରୁ ୬୦୦ ଚିକେନ ୨୦୦ ମଟନ୍ ୮୫୦ ଟଙ୍କା ରହିଛି 

କେବଳ ଘରେ ନୁହେଁ, ହୋଟେଲ ଓ ରେଷ୍ଟୁରାଣ୍ଟରେ ମଧ୍ୟ ଆମିଷପ୍ରିୟଙ୍କ ଭିଡ଼ ଜମିବାର ଆଶା ରହିଛି। ଏହି ଦିନକୁ ନେଇ ଭଲ ବ୍ୟବସାୟ ହେବ ବୋଲି ଆଶା ବାନ୍ଧିଛନ୍ତି ଆମିଷ ବ୍ୟବସାୟୀ। ମାସକର ଅପେକ୍ଷା ପରେ ଆମିଷ ଭୋଜି, ହସଖୁସି ଓ ଉତ୍ସାହରେ କଟୁଛି ଆମିଷପ୍ରିୟ ଓଡ଼ିଆଙ୍କ ଛାଡ଼ଖାଇ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ପ୍ରସ୍ତୁତି ବୈଠକ

masiha

ଦିବ୍ୟାଙ୍ଗ(ଦୃଷ୍ଟି ହୀନ) ବିଦ୍ୟାଳୟରେ ବିଧାୟକ ଦୁର୍ଗାଙ୍କ ଦ୍ୱାରା ପବିତ୍ର ରକ୍ଷା ବନ୍ଧନ ପାଳନ

Sunil Chandra Nayak

ବାଛୁରୀ ସହ ବାଇକ୍ ଧକ୍କା; ସାମ୍ବାଦିକ, ତାଙ୍କ ପତ୍ନୀ ଓ ଝିଅ ଗୁରୁତର

Sunil Chandra Nayak

Leave a Comment

error: Content is protected !!