ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳିଙ୍ଗ ପବ୍ଲିକ ସ୍କୁଲରେ ସ୍ପାର୍କ ଏକ୍ସପୋ ଅନୁଷ୍ଠିତ

କଳିଙ୍ଗ ପବ୍ଲିକ ସ୍କୁଲରେ ସ୍ପାର୍କ ଏକ୍ସପୋ ଅନୁଷ୍ଠିତ

ରାଉରକେଲା: ସେକ୍ଟର ୨ ସ୍ଥିତ କଳିଙ୍ଗ ପବ୍ଲିକ ସ୍କୁଲ ଠାରେ ସ୍ପାର୍କ ଏକ୍ସପୋ ୨-୦ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷ ବିଲ୍ୱ ସରକାର ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ,ଗଣିତ, ସାମାଜିକ ବିଜ୍ଞାନ,ଆର୍ଟ ଏଣ୍ଡ କ୍ରାଫ୍ଟ ପ୍ରଦର୍ଶନୀ ସହ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଥିଲା। ଏହାସହ ସ୍କୁଲର କେଜି ବିଭାଗରେ ପଢୁଥିବା ଛାତ୍ରଛାତ୍ରୀମାନେ ଓଡ଼ିଶାର ୮ ଟି ଜିଲ୍ଲାର ପୋଷାକ, ସଂସ୍କୃତି ଉପରେ ପ୍ରଦର୍ଶନୀ କରିଥିଲେ। ସ୍କୁଲର ପ୍ରାୟ ଦେଢ଼ଶହ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ୧୨୦ ଟି ପ୍ରକଳ୍ପ ମାଧ୍ୟମରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ବିଚାରକ ଭାବେ ରତ୍ନା ବାନାର୍ଜୀ, ସୋମାଲୀ ମଜୁମଦାର, ସୂର୍ଯ୍ୟକାନ୍ତି ସାମଲ, ରାଜେନ୍ଦ୍ର ପଲାଇ, ସ୍ମୃତିରଞ୍ଜନ ସାହୁ ଓ କଳ୍ପନା ଚୈ।ଧୁରୀ ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିଲାବେଳେ ଟ୍ରଷ୍ଟି ରଞ୍ଜନ କୁମାର ନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ସରକାରଙ୍କ ରଚିତ ପୁସ୍ତକ ହ୍ୟୁସିପର୍ସ ଅଫ୍ ଦି କ୍ଲାସ ରୁମ୍ କୁ ଉପସ୍ଥିତ ଅତିଥିମାନେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରତ୍ନମଣୀ ମହାପାତ୍ର, ପ୍ରାର୍ଥନା ଭୋରାସାଗର, ଚିତ୍ରା ମହାନ୍ତି, ସୁଶାନ୍ତ ବିଶ୍ବାଳ, ଅଭିଷେକ ଅଗ୍ରୱାଲ, ସୁକାନ୍ତି ଶୁକ୍ଳା, ସୁରେଶ ଶର୍ମା, ସ୍ମୃତିରେଖା ମହାନ୍ତି, ପୂଜା ମଲ୍ଲିକ, ସମ୍ପୁର୍ଣ୍ଣା ମହାନ୍ତି ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀଙ୍କ ସହ ସେମାନଙ୍କ ଅଭିଭାବକମାନେ ଯୋଗଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ

masiha

ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ବିଶ୍ୱ ମିତ ବ୍ୟୟିତା ଦିବସ ଏବଂ ସଞ୍ଚୟ ପକ୍ଷ ଅବସରରେ ବକ୍ତୃତା ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!