ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସପିଙ୍କ ନିର୍ଦ୍ଦେଶ କ୍ରମେ ତିରିଙ୍ଗ ଥାନାର ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ 

ଏସପିଙ୍କ ନିର୍ଦ୍ଦେଶ କ୍ରମେ ତିରିଙ୍ଗ ଥାନାର ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ 

ରାଇରଙ୍ଗପୁର – ମୟୂରଭଞ୍ଜର ସୀମାନ୍ତ ଅଞ୍ଚଳ ତିରିଙ୍ଗ ବ୍ଲକ ଅନ୍ତର୍ଗତ ତିରିଙ୍ଗ ଥାନା ପୋଲିସ ବିଭାଗ ତରଫରୁ ଏହି ବ୍ଲକରେ ଥିବା ତିରିଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ଏସପିଙ୍କ ନିର୍ଦେଶ କ୍ରମେ ଏଡିସନାଲ ଏସପି ଆନନ୍ଦ କୁମାର ଡୁଙ୍ଗଡୁଙ୍ଗଙ୍କ ଅଧ୍ୟକ୍ଷତାରେ ତଥା ତିରିଙ୍ଗ ଆଇଆଇସି ରାମହରି ସେଠୀଙ୍କ ତତ୍ତ୍ୱାବଧାନରେ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଭାବେ ଏଡିସନାଲ ଏସପି ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ, ଏସଡିପିଓ ବିରେନ୍ଦ୍ର କୁମାର ସେନାପତି, ତିରିଙ୍ଗ ଆଇଆଇସି ରାମହରି ସେଠି, ବହଳଦା ଆଇଆଇସି ଭାସ୍କର ପ୍ରଧାନ, ତିରିଙ୍ଗ ମେଡିକାଲ ଅଫିସର ଡ଼କ୍ଟର ଦିବ୍ୟପ୍ରକାଶ ଜେନା , ସାମ୍ବାଦିକ ତଥା ସାହିତ୍ୟିକ ସୁବ୍ରତ କୁମାର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳଭଦ୍ର ହେମ୍ବ୍ରମ, ସମାଜ ସେବକ ତଥା ବିଜେପି କର୍ମୀ ଆଶିଷ ସାହୁ, କଂଗ୍ରେସ କମିଟିର ଜିଲ୍ଲା ଉପସଭାପତି ମହମ୍ମଦ ଅଲି ଖାନ, କଂଗ୍ରସ କର୍ମୀ ଜୟନାରାୟଣ ମାଝୀ, ଥାନାର ସମସ୍ତ କର୍ମଚାରୀ ତଥା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ବୃନ୍ଦ ମାନେ ଯୋଗ ଦେଇଥିଲେ।

ଆସିଥିବା ସମସ୍ତ ଅତିଥି ମାନେ ସକାଳ ସାତ ଘଟିକାରେ ହାତରେ ହାତ ଗ୍ଲୋଭସ ତଥା ମୁହଁରେ ମାକ୍ସ ଲଗାଇ ଝାଡୁ, କୋଦାଳ ଧରି ଡାକ୍ତର ଖାନା ପରିସର ତଥା ଆଖ, ପାଖ ଅଞ୍ଚଳ ସଫା କରି ପରିଷ୍କାର ପରିଚ୍ଛନ୍ନ କରାଯାଇଥିଲା ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ତରବୋଡ଼ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

Sunil Chandra Nayak

ଜୀବନ ଚାଲିଗଲା ହେଲେ ପୋତି ଥିବା ଟଙ୍କା ମିଳିଲା, ଆଉ କିଛି ଥିବା ନେଇ ଆଶାରେ ପରିବାର ଲୋକେ 

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ, ୨୦୨୫ ପାଳିତ

Sunil Chandra Nayak

Leave a Comment

error: Content is protected !!