ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରାରେ ସମ୍ମାନିତ ହେଲେ ସମ୍ବଲପୁରୀ କଳା ସଂସ୍କୃତିର ସଭାପତି ଟୋନିସ ରୋହିଦାସ

କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରାରେ ସମ୍ମାନିତ ହେଲେ ସମ୍ବଲପୁରୀ କଳା ସଂସ୍କୃତିର ସଭାପତି ଟୋନିସ ରୋହିଦାସ

ଉଜ୍ଜ୍ୱଳପୁର, ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଉଜ୍ଜ୍ୱଳପୁରଠାରେ ଆୟୋଜିତ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା-୨୦୨୬ ଅବସରରେ ସମ୍ବଲପୁରୀ କଳା ସଂସ୍କୃତି ଅନୁଷ୍ଠାନର ସଭାପତି ଶ୍ରୀ ଟୋନିସ ରୋହିଦାସଙ୍କୁ ଯାତ୍ରା କମିଟି ପକ୍ଷରୁ ଉତ୍ତରୀୟ ଓ ସମ୍ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଛି।

ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ଭାଷା, ସାହିତ୍ୟ, କଳା, ସଂସ୍କୃତି ଓ ଲୋକପରମ୍ପରାର ସୁରକ୍ଷା ତଥା ପ୍ରଚାର ପ୍ରସାର ପାଇଁ ଶ୍ରୀ ରୋହିଦାସ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ବିଶେଷକରି ଗ୍ରାମାଞ୍ଚଳର ଲୁକ୍କାୟିତ କଳାକାର ଓ ପ୍ରତିଭାମାନଙ୍କୁ ଏକ ମଞ୍ଚ ଦେବା ସହ କଳାକାରଙ୍କ ଏକତା ଓ ସମ୍ମାନ ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି।

ନିଜ ମାଟି, ଭାଷା ଓ ସଂସ୍କୃତି ପ୍ରତି ତାଙ୍କର ଭଲପାଇବା ଏବଂ ସାଂସ୍କୃତିକ କ୍ଷେତ୍ରରେ ଅବଦାନ ପାଇଁ ବିଭିନ୍ନ ସ୍ଥାନରେ ତାଙ୍କୁ ସମ୍ମାନ ଓ ସ୍ୱୀକୃତି ମିଳୁଥିବାରୁ ସୁନ୍ଦରଗଡ଼ ଜିଲ୍ଲାରେ ଖୁସିର ମାହୋଲ ଦେଖିବାକୁ ମିଳିଛି।

ଏହି ସମ୍ମାନ କେବଳ ଜଣେ ବ୍ୟକ୍ତିଙ୍କ ସମ୍ମାନ ନୁହେଁ, ବରଂ ସମଗ୍ର ପଶ୍ଚିମ ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତି ପାଇଁ କାମ କରୁଥିବା କଳାକାର ଓ ସାଂସ୍କୃତିକ କର୍ମୀଙ୍କ ପାଇଁ ଏକ ପ୍ରେରଣା ବୋଲି ମତ ପ୍ରକାଶ ପାଇଛି।

ସମ୍ମାନ ପାଇବା ପରେ ଶ୍ରୀ ରୋହିଦାସ ଯାତ୍ରା କମିଟିର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ସମ୍ବଲପୁରୀ ଭାଷା, କଳା ଓ ସଂସ୍କୃତିର ଉନ୍ନତି ପାଇଁ ଆହୁରି ନିଷ୍ଠାର ସହ କାର୍ଯ୍ୟ କରିବାକୁ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି।

Related posts

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଯୁବ ଓଡିଶା ନବୀନ ଓଡିଶା’ ଅନ୍ତର୍ଗତ ବାଲ୍ୟ ବିବାହ ନିରାକରଣ’ ସଚେତନତା କାର୍ଯ୍ୟକ୍ରମ

masiha

ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳ ପକ୍ଷରୁ ବିଶ୍ୱକୁନ୍ତଳ ଶିଶୁଗୃହର ଅନ୍ତେବାସୀଙ୍କ ସହିତ ମହୁଲପଡାର ଜୁଆଙ୍ଗ ସାହିର ଲୋକମାନଙ୍କ ସହିତ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଓ ବରା ଦିବସ -୨୦୨୬ ପାଳନ

Sunil Chandra Nayak

ରାଉରକେଲା ବନଖଣ୍ଡରେ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ବନଜାତ ଦ୍ରବ୍ୟ ଜବତ

Sunil Chandra Nayak

Leave a Comment

error: Content is protected !!