ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ କ୍ରୀଡ଼ା, ଶିକ୍ଷା ଓ ବିଜ୍ଞାନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବାଳିକାମାନଙ୍କୁ ସମ୍ବର୍ଦ୍ଧନା

ନୂଆପଡ଼ାରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

କ୍ରୀଡ଼ା, ଶିକ୍ଷା ଓ ବିଜ୍ଞାନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବାଳିକାମାନଙ୍କୁ ସମ୍ବର୍ଦ୍ଧନା

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ସଦର ମହକୁମାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ଏକ ଜିଲ୍ଲାସ୍ତରୀୟ ସଚେତନତା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଗଣେଶ୍ୱର କହ୍ନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଶାନ୍ତ ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରେମଲତା ସେଠୀ, ସହକାରୀ ଶ୍ରମ ଅଧିକାରୀ ମୁରଲୀଧର ପାକଳ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ବବିତା ମିଶ୍ର, ସୁରକ୍ଷା ଅଧିକାରୀ ମଞ୍ଜୁ ଶୁକ୍ଲା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଜ୍ଞା ପରମିତା ବିଶ୍ୱାଳ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଏବଂ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାର କର୍ମଚାରୀମାନେ ଯୋଗଦେଇଥିଲେ।ଅତିରିକ୍ତ ଜିଲ୍ଲାପାଳ କନ୍ୟା ସନ୍ତାନମାନଙ୍କ ଶିକ୍ଷା, ସୁରକ୍ଷା, ସ୍ୱାଭିମାନ ଓ ସର୍ବାଙ୍ଗୀଣ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। କନ୍ୟା ସନ୍ତାନମାନେ ସମାଜର ଏକ ଅମୂଲ୍ୟ ସମ୍ପଦ ଏବଂ ସେମାନଙ୍କୁ ସମାନ ସୁଯୋଗ, ଉପଯୁକ୍ତ ଶିକ୍ଷା ଓ ନିରାପଦ ପରିବେଶ ଯୋଗାଇଦେବା ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଥିଲେ। ବାଳିକାମାନେ ଆତ୍ମବିଶ୍ୱାସର ସହ ନିଜ ଲକ୍ଷ୍ୟ ସ୍ଥିର କରି ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବାକୁ ସେ ଆହ୍ୱାନ ଦେଇଥିଲେ।

କନ୍ୟା ସନ୍ତାନମାନଙ୍କ ଅଧିକାର, ଶିକ୍ଷା, ସୁରକ୍ଷା ଓ ସଶକ୍ତୀକରଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା।ଏହି ଅବସରରେ ନୂଆପଡ଼ା ଜିଲ୍ଲାର କ୍ରୀଡ଼ା, ଶିକ୍ଷା ଓ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଥିବା ପ୍ରତିଭାବାନ ବାଳିକାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ବାଲ୍ୟବିବାହ ଓ ଯୌତୁକ ପ୍ରଥା ଉପରେ ଆଧାରିତ ଏକ ସଚେତନତାମୂଳକ ନାଟକ। ନାଟକ ମାଧ୍ୟମରେ ବାଲ୍ୟବିବାହର କୁପରିଣାମ, ବାଳିକାମାନଙ୍କ ଶିକ୍ଷା ଓ ଭବିଷ୍ୟତ ଉପରେ ଏହାର ନକାରାତ୍ମକ ପ୍ରଭାବ, ଯୌତୁକ ପ୍ରଥାର ସାମାଜିକ କୁପ୍ରଭାବ ଏବଂ ଏହି କୁପ୍ରଥାଗୁଡ଼ିକୁ ରୋକିବାରେ ପରିବାର ଓ ସମାଜର ଭୂମିକା ସମ୍ପର୍କରେ ଉପସ୍ଥିତ ଛାତ୍ରୀ ଓ ଅତିଥିମାନଙ୍କୁ ସଚେତନ କରାଯାଇଥିଲା। ଏଥିସହ କନ୍ୟା ସନ୍ତାନମାନଙ୍କ ଅଧିକାର, ସମ୍ମାନ ଓ ସୁରକ୍ଷା ସୁନିଶ୍ଚିତ କରିବା ସହ ଏକ ବାଳିକା-ଅନୁକୂଳ ସମାଜ ଗଠନ ଦିଗରେ ସମସ୍ତେ ମିଳିତ ଭାବେ ପ୍ରୟାସ କରିବାକୁ ଆହ୍ୱାନ ଦିଆଯାଇଥିଲା।

ଶେଷରେ ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିବା ଅତିଥି, ବିଭାଗୀୟ ଅଧିକାରୀ, ବିଦ୍ୟାଳୟ କର୍ତ୍ତୃପକ୍ଷ, କର୍ମଚାରୀ ଓ ଅଂଶଗ୍ରହଣକାରୀମାନଙ୍କୁ କୃତଜ୍ଞତା ଜଣାଇଥିଲେ। ମହିଳା ସଶକ୍ତୀକରଣ ହବ୍‌ର କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Related posts

ବରସୁଆଁ ରେ ଉତ୍କଳ ଦିବସ ପାଳନ

Sunil Chandra Nayak

ସିଙ୍ଗିପୁର ରେ ଜିଲ୍ଲାପାଳ ଙ୍କ ରିଲିଫ କାର୍ଯ୍ୟ ସମୀକ୍ଷା ଓ ବନ୍ୟା ପ୍ଲାବିତ ଅଞ୍ଚଳ ପରିଦର୍ଶନ

Sunil Chandra Nayak

ଗୀତା ଆବୃତ୍ତି କଲେ ୧୨୧ ଜଣ ପ୍ରତିଯୋଗୀ

Sunil Chandra Nayak

Leave a Comment

error: Content is protected !!