ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଷ୍ୟ ସନ୍ତାନ ପାଳନ ମାସ ଅବସରରେ ସଚେତନତା ରଥର ଶୁଭାରମ୍ଭ ଏବଂ ଏକ କର୍ମଶାଳା ଆୟୋଜନ 

ପୋଷ୍ୟ ସନ୍ତାନ ପାଳନ ମାସ ଅବସରରେ ସଚେତନତା ରଥର ଶୁଭାରମ୍ଭ ଏବଂ ଏକ କର୍ମଶାଳା ଆୟୋଜନ 

ଭବାନୀପାଟଣା ତା.୨୬.୧୧.୨୦୨୬: ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଷ୍ୟ ସନ୍ତାନ ସଚେତନତା ରଥ କୁ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ପୋଷ୍ୟ ସନ୍ତାନ ସଚେତନତା ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୋଷ୍ୟ ସନ୍ତାନ ଗ୍ରହଣ କରିବାର ଆଇନଗତ ପ୍ରକ୍ରିୟା,ଅବୈଧ ପୋଷ୍ୟ ସନ୍ତାନ ଗ୍ରହଣ କୁ ରୋକିବା,ଶିଶୁକୁ କ୍ରୟ ,ବିକ୍ରୟ କରିବା ଆଇନ ଅନୁଯାୟୀ ଦଣ୍ଡ ବିଧାନ ଉପରେ ବିଶେଷ ପ୍ରଚାର କରିବ। ଏହି ଅବସରରେ ଜିଲ୍ଲା ଯୋଜନା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଭବାନୀପାଟଣା ଠାରେ ପୋଷ୍ୟ ସନ୍ତାନ ପାଳନ ୨୦୨୬ ସମ୍ବନ୍ଧିୟ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତାରା ଜସ୍ମିନ୍ ଗୁରିଆ, ଅନ୍ୟତମ ଡିଏସପି ଆରକ୍ଷୀ ବିଭାଗ, ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ମହାନ୍ତି, ଅନ୍ୟତମ ସଦସ୍ୟ ଓ ସଦସ୍ୟା ବିଶ୍ୱନାଥ ଦାଶ, ରାମ ନାରାୟଣ ରଥ, ଜସୋବନ୍ତୀ ଦେଇ, ଉପ ନିର୍ଦ୍ଦେଶକ ଜିଲ୍ଲା ଯୋଜନା ଓ ସମନ୍ୱୟ ବିଭାଗ ଶ୍ରୀକାନ୍ତ କୁମାର ଦଳେଇ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା,କିଶୋର ନ୍ୟାୟ ବୋର୍ଡ ର ସଦସ୍ୟ ସଞ୍ଜୀବ ଶତପଥୀ, ଜିଲ୍ଲା ସମାଜକଲ୍ୟାଣ କାର୍ଯ୍ୟାଳୟ ର ମହିଳା ସୁରକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ ର ମହିଳା ସ୍ବାସ୍ଥ୍ୟକର୍ମୀ, ଆଶା, ଶିଶୁ ଓ ମହିଳା ଡେସ୍କ ର ଅଧିକାରୀ ବୃନ୍ଦ, ପୋଷ୍ୟ ସନ୍ତାନ ପ୍ରଦାନକାରୀ ସଂସ୍ଥା ର ଅଧିକାରୀ, ଚାଇଲ୍ଡ ହେଲ୍ପଲାଇନ ର କର୍ମକର୍ତ୍ତା ତଥା ବିଭିନ୍ନ ଏନ୍ଜିଓ ର ପ୍ରତିନିଧି ଯୋଗ ଦେଇଥିଲେ । ଅବସରପ୍ରାପ୍ତ ପ୍ରଫେସର ତଥା ପୂର୍ବତନ CWC ର ଅଧକ୍ଷ ଡ.ଅଜୟ କୁମାର ମିଶ୍ର ରିସୋର୍ସ ପର୍ସନ ଭାବରେ ଯୋଗଦେଇ ପ୍ରତିଭାଗୀ ମାନଙ୍କୁ ଅବୈଧ ପୋଷ୍ୟ ସନ୍ତାନ ଗ୍ରହଣ କୁ କିପରି ରୋକା ଯାଇପାରିବ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ର ଆଇନଗତ ବ୍ୟବସ୍ଥା କୁ କିଭଳି ଭାବେ ସୁଦୃଢ଼ କରାଯାଇପାରିବ ସେ ସମ୍ପର୍କରେ ନିଜର ବକ୍ତବ୍ୟ ଉପସ୍ଥାପନ କରି ସେମାନଙ୍କୁ ସଚେତନ କରାଇଥିଲେ। ନିମନ୍ତ୍ରୀତ ଅତିଥିଗଣ ନିଜର ମତ ପୋଷଣ କରି କହିଥିଲେ ଯେ କିପରି ଭାବରେ ସରକାରୀ ବିଭାଗୀୟ ଅଧିକାରୀ , ଅଣସରକାରୀ ସଂସ୍ଥା ମାନଙ୍କ ସହଯୋଗ ଓ ସମସ୍ତଙ୍କର ସମନ୍ୱୟ ରକ୍ଷା କରି ତୃଣମୂଳ ସ୍ତରରେ ଶିଶୁମାନଙ୍କ ଅଧିକାର କୁ ସୁନିଶ୍ଚିତ କରାଯାଇପାରିବ ତା ଉପରେ ବିଶେଷ ଆଲୋଚନା କରିଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ନିଆଁ ଲାଗି ଜଳି ଗଲା ୩ ଦୋକାନ

masiha

ଜ୍ୱର୍ଣ୍ଣାଲିଷ୍ଟ ଆସୋସିଏସନ ଅଫ ନୂଆପଡା (ଜାନ) ର ନୂତନ କର୍ମକର୍ତ୍ତା ଚୟନ

masiha

ଜିଲ୍ଲା ପରିଷଦ ଭବନରେ OSWAN ସମ୍ମିଳନୀ କକ୍ଷ ଓ ଓପନ୍ ଜିମ୍‌ ଉଦ୍‌ଘାଟିତ

Sunil Chandra Nayak

Leave a Comment

error: Content is protected !!