ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରୀଣ୍ଡୋଲ ଗ୍ରାମରେ ଭାଲୁ ଆତଙ୍କ , ଭୟଭୀତ ଗ୍ରାମବାସୀ, ବନ ବିଭାଗର ହସ୍ତକ୍ଷେପ ଦାବି

ଗ୍ରୀଣ୍ଡୋଲ ଗ୍ରାମରେ ଭାଲୁ ଆତଙ୍କ , ଭୟଭୀତ ଗ୍ରାମବାସୀ, ବନ ବିଭାଗର ହସ୍ତକ୍ଷେପ ଦାବି

ଗୋଲାମୁଣ୍ଡା / : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗ୍ରୀଣ୍ଡୋଲଗ୍ରାମ ଓ ଗୋଲାମୁଣ୍ଡା ଗ୍ରାମ ର ଠାକୁରାଣୀ ମନ୍ଦିର ପାଖରେ ଭାଲୁର ଅବାଧ ପ୍ରବେଶ ରହିଥିବା ଗତିବିଧିକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଗତକାଲି ରାତିରେ ଭାଲୁ ଗ୍ରାମ ମଧ୍ୟକୁ ପଶି ଆସିଥିବା ବେଳେ ଗ୍ରାମର ବେଲପଡ଼ା ଅଞ୍ଚଳରେ ମଧ୍ୟ ଭାଲୁ ବୁଲୁଥିବା ଲୋକେ ଦେଖିଥିବା ଜଣାପଡ଼ିଛି। ଏହାକୁ ନେଇ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ଓ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।

ଭାଲୁର ଗତିବିଧିକୁ ନେଇ ଗ୍ରାମବାସୀ ଭୟଭୀତ ଥିବା ବେଳେ ଏହାର ସୁରକ୍ଷିତ ମୁକାବିଲା ପାଇଁ ବନ ବିଭାଗର ହସ୍ତକ୍ଷେପ ଦାବି କରିଛନ୍ତି। ଭାଲୁର ଗତିବିଧି ଉପରେ ନଜର ରଖିବା ସହ ଗ୍ରାମବାସୀଙ୍କ ସୁରକ୍ଷା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

ଏହି ଘଟଣାରେ କୌଣସି ଧନଜୀବନ କ୍ଷତି ଘଟିଥିବା ସମ୍ପର୍କରେ ସୂଚନା ମିଳିନାହିଁ। ତେବେ ରାତ୍ରି ସମୟରେ ଭାଲୁ ଗ୍ରାମ ମଧ୍ୟକୁ ପଶି ଆସୁଥିବାରୁ ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି। ବନ ବିଭାଗ ପକ୍ଷରୁ ଘଟଣାର ଅନୁଧ୍ୟାନ କରାଯାଇ ଭାଲୁର ସୁରକ୍ଷିତ ଗତିବିଧି ନିୟନ୍ତ୍ରଣ ଓ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି।

ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷ ଏଡ଼ାଇବା ସହ ଗ୍ରାମବାସୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ବନ ବିଭାଗ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ ବୋଲି ଦାବି ହେଉଛି।

Related posts

ସରସ୍ବତୀ ପୂଜା ଉପଲକ୍ଷେ ଲୋକ କଳା ଉତ୍ସବ ପାଳନ

Sunil Chandra Nayak

ଛତୁଆକୁ ନେଇ ଚାଲିଛି ନାଟକ

Sunil Chandra Nayak

ପ୍ରଦୂଷଣ ମୁକ୍ତ ଭାରତ ପାଇଁ ସାଇକେଲ ରେ ଓଡିଶା ଯାତ୍ରାରେ ନସ୍କର

Leave a Comment

error: Content is protected !!