ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଜୁନାଗଡ଼ RCMS ପଡ଼ାରେ ଧୁମ୍‌ଧାମରେ ପାଳିତ ହେଲା ବାବା କାର୍ତ୍ତିକେଶ୍ୱରଙ୍କ ପୂଜା ୩୨ ବର୍ଷର ପରମ୍ପରା ବଜାୟ ରଖିଲେ ପଡ଼ାବାସୀ”

“ଜୁନାଗଡ଼ RCMS ପଡ଼ାରେ ଧୁମ୍‌ଧାମରେ ପାଳିତ ହେଲା ବାବା କାର୍ତ୍ତିକେଶ୍ୱରଙ୍କ ପୂଜା ୩୨ ବର୍ଷର ପରମ୍ପରା ବଜାୟ ରଖିଲେ ପଡ଼ାବାସୀ”

ଜୁନାଗଡ଼,୨୬/୧୧(ମନିସ): ଜୁନାଗଡ଼ ସହରର RCMS ପଡ଼ାରେ ଭକ୍ତିମୟ ଓ ଉତ୍ସବମୁଖର ପରିବେଶ ମଧ୍ୟରେ ମହାଆଡ଼ମ୍ବର ସହ ପାଳିତ ହୋଇଯାଇଛି ପ୍ରଭୁ ବାବା କାର୍ତ୍ତିକେଶ୍ୱରଙ୍କ ପୂଜା। ଦୀର୍ଘ ୩୨ ବର୍ଷ ଧରି ପଡ଼ାବାସୀ ଏହି ପୂଜାକୁ ଏକ ପରମ୍ପରା ଭାବେ ପାଳନ କରିଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ପାଞ୍ଚଦିନ ଧରି ବିଭିନ୍ନ ଧାର୍ମିକ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୂଜା ଉତ୍ସବ ଆୟୋଜିତ ହୋଇଥିଲା।

 ୧୯ ନଭେମ୍ବର ଅପରାହ୍ନରେ ଭକ୍ତିପୂର୍ଣ୍ଣ ପରିବେଶରେ କଳସ ଯାତ୍ରା ଅନୁଷ୍ଠିତ ହେବା ସହ ପୂଜାର ଶୁଭାରମ୍ଭ ହୋଇଥିଲା। ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ପୂଜାର୍ଚ୍ଚନା କରାଯିବା ସହ ପଡ଼ାରେ ଭକ୍ତି ଓ ଉତ୍ସାହର ମାହୋଲ ସୃଷ୍ଟି ହୋଇଥିଲା। ପୂଜା କମିଟିର ସଭାପତି ଶ୍ରୀ ଟିକେଶ୍ୱର ବେହେରା ଓ ଉପସଭାପତି ଶ୍ରୀ ରାଜେନ୍ଦ୍ର ପୋଡ଼ଙ୍କ ନେତୃତ୍ୱରେ ପଡ଼ାବାସୀଙ୍କ ସହଯୋଗରେ ଦୀର୍ଘ ବର୍ଷ ଧରି ଏହି ପୂଜା ଆୟୋଜିତ ହୋଇଆସୁଛି। ଏହି ପରମ୍ପରା କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ ପଡ଼ାବାସୀଙ୍କ ମଧ୍ୟରେ ଏକତା, ଭାଇଚାରା ଓ ସାମୂହିକ ସହଯୋଗର ନିଦର୍ଶନ ପାଲଟିଛି।

ପୂଜା ଅବସରରେ ଉଜାଗର ରାତିରେ ଆୟୋଜିତ ସାଂସ୍କୃତିକ ଓ ନାଟକ କାର୍ଯ୍ୟକ୍ରମ ଦର୍ଶକଙ୍କ ପାଇଁ ବିଶେଷ ଆକର୍ଷଣ ସାଜିଥିଲା। ଏହି କାର୍ଯ୍ୟକ୍ରମରେ ବହୁଜନ ସଂଗ୍ରାମ ସମିତି, ଜୁନାଗଡ଼ର ସଭାପତି ଶ୍ରୀ ରଞ୍ଜନ କୁମାର ଜାଲ ମୁଖ୍ୟ ଅତିଥି ଏବଂ ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ ଶ୍ରୀ ନରେନ୍ଦ୍ର କ୍ଷିତି ସମ୍ମାନିତ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। 

ପୂଜାର ପ୍ରଥମ ଦିନରୁ ଶେଷ ଦିନ ପର୍ଯ୍ୟନ୍ତ ପ୍ରତିଦିନ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ଏଥିରେ ବହୁ ସଂଖ୍ୟାରେ ଭକ୍ତ ଯୋଗଦେଇ ପ୍ରଭୁଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ପାଞ୍ଚଦିନ ଧରି ଚାଲିଥିବା ଏହି ଧାର୍ମିକ ଉତ୍ସବ ପୂର୍ଣ୍ଣିମା ତିଥିରେ ସମାପନ ହୋଇଥିବା ବେଳେ ବୁଧବାର ସନ୍ଧ୍ୟାରେ ଭକ୍ତିମୟ ପରିବେଶରେ ଭବ୍ୟ ଭସାଣି ଶୋଭାଯାତ୍ରା ଆୟୋଜନ ସହ ପୂଜାର ପରିସମାପ୍ତି ଘଟିଥିଲା।

ଦୀର୍ଘ ୩୨ ବର୍ଷର ଏହି ପରମ୍ପରାକୁ ଅବ୍ୟାହତ ରଖି RCMS ପଡ଼ାବାସୀ ପୁଣିଥରେ ଧାର୍ମିକ ଆସ୍ଥା, ସାମୂହିକ ଏକତା ଓ ସଂସ୍କୃତି ପ୍ରତି ନିଜର ନିଷ୍ଠା ପ୍ରମାଣିତ କରିଛନ୍ତି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

 

Related posts

ଚାଷୀର ଉନ୍ନତି ପାଇଁ ଚାଷୀମାନଙ୍କୁ ନେଇ ଅନୁଷ୍ଠିତ ହେଲା ଗ୍ରାମସଭା

Sunil Chandra Nayak

ଜିଲ୍ଲାପାଳଙ୍କ ଦ୍ୱାରା ଲକ୍ଷ୍ମୀ ବସ ନିମନ୍ତେ ଡ୍ରାଇଭର ମାନଂକୁ ନିଯୁକ୍ତି ପତ୍ର ଓ ପୋଷାକ ବଣ୍ଟନ 

masiha

ଖାଲିନା ଧାନ ମଣ୍ଡି ଉଦଘାଟିତ         

Leave a Comment

error: Content is protected !!