ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ୍‌ ଚାଳକଙ୍କ ଉପରେ ଚଢ଼ିଗଲା ଡମ୍ପର, ଘଟଣାସ୍ଥଳରେ ଯୁବକ ମୃତ

ବାଇକ୍‌ ଚାଳକଙ୍କ ଉପରେ ଚଢ଼ିଗଲା ଡମ୍ପର, ଘଟଣାସ୍ଥଳରେ ଯୁବକ ମୃତ

ଯୋଡ଼ା, ୨୬।୧୧ (ନି.ପ୍ର.): କେନ୍ଦୁଝର ଜିଲ୍ଲା ଯୋଡ଼ା ସହରର ମଙ୍ଗଳା ମନ୍ଦିର ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଚାଳକଙ୍କ ଜୀବନ ଚାଲିଯାଇଛି। ଏକ ଡମ୍ପର ପଛପଟୁ ଧକ୍କା ଦେବା ପରେ ବାଇକ୍‌ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଯୋଡ଼ା ଝୁପୁଡ଼ି ହଟିଂ ଅଞ୍ଚଳର ପୀୟୂଷ ମହଲା (୨୦)।ପ୍ରାପ୍ତ ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନ ପ୍ରାୟ ୧ଟା ସମୟରେ ପୀୟୂଷ ନିଜ ମୋଟରସାଇକେଲ (ଜେଏଚ୍‌-୦୫-ସିଏ-୨୬୭୮) ଯୋଗେ ବାଂଶପାଣି ଅଭିମୁଖେ ଯାଉଥିଲେ। ଏହି ସମୟରେ କୋମାରଯୋଡ଼ା ମଙ୍ଗଳା ମନ୍ଦିର ସମ୍ମୁଖରେ ପଛପଟୁ ଆସୁଥିବା ଓଡ଼ି-୦୯-ଏମ୍‌-୮୪୭୧ ନମ୍ବର ବିଶିଷ୍ଟ ଏକ ଡମ୍ପର ତାଙ୍କ ବାଇକ୍‌କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ, ଡମ୍ପରଟି ବାଇକ୍‌ ଉପରେ ଚଢ଼ିଯାଇଥିଲା। ଫଳରେ ପୀୟୂଷଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ସେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।ଦୁର୍ଘଟଣା ଘଟାଇବା ପରେ ଡମ୍ପର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ଯୋଡ଼ା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଟାଟା ମେଡିକାଲକୁ ପଠାଇଥିଲା। ଏଥିସହ ଦୁର୍ଘଟଣାରେ ସମ୍ପୃକ୍ତ ଡମ୍ପରଟିକୁ ଜବତ କରିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିବା ସହ ଫେରାର ଚାଳକଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

masiha

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୬ ପାଳନ

Sunil Chandra Nayak

ଜୟପାଟଣା:ପଞ୍ଚାୟତ ସ୍ତରିୟ କଳାହାଣ୍ଡି ଉତ୍ସବ ଭବ୍ୟ ଆୟୋଜନ ଯୋଗୁଁ ଭେଜିଗୁଡା ପ୍ରଥମ ସ୍ଥାନ ଅଧିକାର କରିଛି

Sunil Chandra Nayak

Leave a Comment

error: Content is protected !!