ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ପକ୍ଷରୁ ସମ୍ବିଧାନ ଦିବସ ପାଳନ

ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ପକ୍ଷରୁ ସମ୍ବିଧାନ ଦିବସ ପାଳନ

ଜୁନାଗଡ଼,୨୬/୧୧.(ମନୀ ସ):ଜୁନାଗଡ଼ ସହରରେ ବହୁଜନ ସଂଗ୍ରାମ ସମିତି ପକ୍ଷରୁ ମହାଆଡ଼ମ୍ବରରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ସହରସ୍ଥିତ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ସମିତିର ସଭାପତି ରଞ୍ଜନ କୁମାର ଜାଲଙ୍କ ନେତୃତ୍ୱରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ ଉପସ୍ଥିତ ସଦସ୍ୟ ଓ ଅତିଥିମାନେ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ୱଳନ କରି ତାଙ୍କୁ ଶ୍ରଦ୍ଧାପୂର୍ବକ ସ୍ମରଣ କରିଥିଲେ। ଏଥିସହ ସମ୍ବିଧାନ ପ୍ରଣୟନରେ ବାବା ସାହେବଙ୍କ ଅବଦାନ, ତାଙ୍କ ଦୂରଦୃଷ୍ଟି ଓ ସାମାଜିକ ନ୍ୟାୟ ପ୍ରତି ତାଙ୍କର ଅବିସ୍ମରଣୀୟ ଭୂମିକା ସମ୍ପର୍କରେ ଉପସ୍ଥିତ ବ୍ୟକ୍ତିମାନେ ନିଜ ନିଜର ଅଭିଭାଷଣ ରଖିଥିଲେ। ଭାରତୀୟ ସମ୍ବିଧାନ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମାନତା, ସ୍ୱାଧୀନତା, ନ୍ୟାୟ ଓ ଭାଇଚାରାର ଅଧିକାର ପ୍ରଦାନ କରିଛି। ସମ୍ବିଧାନର ମୂଳମନ୍ତ୍ରକୁ ସମ୍ମାନ ଦେବା ସହ ଏହାର ମର୍ଯ୍ୟାଦା ଓ ଆଦର୍ଶକୁ ସୁରକ୍ଷିତ ରଖିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ। ଏଥିସହ ସମାଜରେ ଭେଦଭାବ ଦୂର କରି ଏକ ସମାନତା ଭିତ୍ତିକ ଓ ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣେନ୍ଦୁ ମାଝୀ, ସୁଶାନ୍ତ ନାଏକ, ନରେନ୍ଦ୍ର କ୍ଷିତି, ଅମିତ ଅଗ୍ରୱାଲ, ଶରତ ଶବର, ରବି ଶଙ୍କର ସୁନାନି, ଗୌରାଙ୍ଗ ମାଝୀ, ଅଞ୍ଜନ କ୍ଷିତିଙ୍କ ସମେତ ବହୁଜନ ସଂଗ୍ରାମ ସମିତିର ସଦସ୍ୟ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ସମ୍ବିଧାନ ଦିବସ ପାଳନରେ ସାମିଲ ହୋଇଥିଲେ ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ରଞ୍ଜୁଲତା, ପ୍ରଦର୍ଶିନୀ ଓ ଶକ୍ତିଦା ପାଇଲେ ସ୍ଥାନ

masiha

ଜୁନାଗଡ଼ ସ୍ଥିତ ପୁରାତନ ଜଗନ୍ନାଥ ମନ୍ଦିରରେ ପାଟ ରାକ୍ଷୀ ଅର୍ପଣ

Sunil Chandra Nayak

ଯାଦବ ମହାସଭା ଦ୍ଵାରା ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

masiha

Leave a Comment

error: Content is protected !!