ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଲୁକ ଆଇନ ସେବା କମିଟି ପକ୍ଷରୁ ମହାସମାରୋହରେ ସମ୍ବିଧାନ ଦିବସ ପାଳିତ

ତାଲୁକ ଆଇନ ସେବା କମିଟି ପକ୍ଷରୁ ମହାସମାରୋହରେ ସମ୍ବିଧାନ ଦିବସ ପାଳିତ

ଥୁଆମୂଳ ରାମପୁର:୨୬/୧୧ – କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା କମିଟି (ଟିଏଲଏସସି) ଆନୁକୂଲ୍ୟରେ ତା୨୬/୧୧/୨୯୨୬ ରିଖ ଗୁରୁବାର ଦିନ ସ୍ଥାନୀୟ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ୭୭ ତମ ସମ୍ବିଧାନ ଦିବସ ଅତ୍ୟନ୍ତ ଉତ୍ସାହର ଓ ଗାରିମାର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା କମିଟିର ଅଧ୍ଯକ୍ଷ ତଥା ବିଚାରପତି ଡ, ତାରିଣୀ ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ସମ୍ବିଧାନର ମହତ୍ତ୍ଵ ଏବଂ ନାଗରିକମାନଙ୍କ ମୌଳିକ ଅଧିକାର ଓ କର୍ତ୍ତବ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋକପାତ କରିଥିଲେ। ଡ, ସାହୁ ନିଜ ଅଭିଭାଷଣରେ କହିଥିଲେ ଯେ, ଭାରତୀୟ ସମ୍ବିଧାନ ହେଉଛି ବିଶ୍ବର ସର୍ବବୃତ୍ତମ ଲିଖିତ ସମ୍ବିଧାନ, ଯାହାର ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ଦେଇଥାଏ। ତେଣୁ ପ୍ରତ୍ୟେକ ବ୍ଯକ୍ତି ସମ୍ବିଧାନର ନୀତି ଓ ଆଦର୍ଶକୁ ସମ୍ମାନ ଜଣାଇବା ଉଚିତ। ଆୟୋଜିତ କାର୍ଯ୍ୟକ୍ରମରେ ଏମଏମପିଏସ କଲେଜର ଅଧ୍ଯକ୍ଷ ସତ୍ଯନାରାୟଣ ମୁଣ୍ତଛିନା, ଯୁବ ଆଇନଜୀବୀ ତଥା ଥୁଆମୂଳ ରାମପୁର ବାର ଆସୋସିଏସନ ସଭାପତି ମନୋରଞ୍ଜନ ନାଏକ, ଆଇନଜୀବୀ ଦିଲ୍ଲୀ ନାଏକ,ଏପିପି ସୁଧାଶୁଂ ନାଏକ, କୋର୍ଟ କ୍ଳର୍କ ଅଶୋକ କୁମାର ସାହୁ, କର୍ତ୍ତବ୍ୟ ଅନୁଷ୍ଠାନ ବ୍ଳକ ସଂଯୋଜକ ସୁଦର୍ଶନ ନାଏକ ପ୍ରମୁଖ ଯୋଗଦେଇଥିବା ବେଳେ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ଯକ୍ଷ, ଶିକ୍ଷକ, ଶିକ୍ଷୟିତ୍ରୀ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ତେବେ ସମ୍ବିଧାନର ଆଦର୍ଶ,ନ୍ଯାୟ, ସମାନତା,ସ୍ବାଧୀନତା ଓ ଭାତୃତ୍ବର ଭାବନାର ବାର୍ତ୍ତା ନେଇ କୋଣେ ଅନୁକୋଣରେ ବାର୍ତ୍ତା ପହଞ୍ଚାଇବା ସହ ଆଇନ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ରହିଛି।

ଥୁଆମୂଳ ରାମପୁର ବ୍ଲକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଜିଲ୍ଲା ସ୍ତରୀୟ ରେଡକ୍ରସ୍ ଶିକ୍ଷା ଓ ତାଲିମ୍ ଶିବିର ଉଦ୍ଘାଟିତ 

masiha

ଜିଲ୍ଲାସ୍ତରୀୟ ଘରୋଇ ହିଂସା ପ୍ରତିରୋଧ ଓ ପୀଡ଼ିତାଙ୍କ ସୁରକ୍ଷା ସମ୍ପର୍କିତ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ବିଦ୍ୟାଳୟ ପରିସରରେ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ

masiha

Leave a Comment

error: Content is protected !!