ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିନ୍ଦ ମଜଦୂର ସଭାର ସାମ୍ବାଦିକ ସମ୍ମିଳନୀ ଓ ସ୍ମୃତି ସଭା

ହିନ୍ଦ ମଜଦୂର ସଭାର ସାମ୍ବାଦିକ ସମ୍ମିଳନୀ ଓ ସ୍ମୃତି ସଭା

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା ୫.୩ ମିଲିୟନ ଟନ ସମ୍ପ୍ରସାରଣ ପାଇଁ ୩୦,୦୦୦କୋଟି ଖର୍ଚ୍ଚ ହେବ । ଏଥି ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପରେ ମଧ୍ୟ ସ୍ଥାନୀୟ ଆଦିବାସୀ ଓ ଅଧିବାସୀ ଙ୍କୁ ଠକିଛନ୍ତି ଇସ୍ପାତ କାରଖାନା କତ୍ତୃପକ୍ଷ। କାରଣ ବର୍ତ୍ତମାନ ୩.୧ ମିଲିୟନ ଟନ ସମ୍ପ୍ରସାରଣ ପାଇଁ ମେକନ ର ପ୍ଲାନିଂ ଓ ଆପ୍ରୋଭ ଡ୍ରଇଂ ଇସ୍ପାତ କାରଖାନା ଙ୍କୁ ପ୍ରଦାନ ସରିଛି। ଏଣୁ ୩.୧ ମିଲିୟନ ପାଇଁ ଆବଶ୍ୟକ ଜମି ଛାଡି ଅବଶିଷ୍ଟ ଜମି ଫେରସ୍ତ କରିବାର ଆବଶ୍ୟକତା ରହିଛି। କାରଣ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଏବଂ କିଭଳି ସୁନ୍ଦରଗଡ ମୁଖ୍ୟତଃ ବିଶ୍ରା, ନୂଆଗାଁ, ବୀରମିତ୍ରପୁର କଂ।ସବାହାଲ, ରାଜଗାଙ୍ଗପୁର, ଲାଠିକଟା ଏବଂ ବଣେଇ ଅଂଚଳରୁ ଦୂର ଦୁରାନ୍ତ କୁ ଦାଦନ ଖଟି ଯାଉଥିବା ଲୋକଙ୍କୁ ନିଯୁକ୍ତି ର ଆଶା ଉଜ୍ଜୀବିତ ହୋଇଥିଲା ଯେତେବେଳେ ରାଉରକେଲା ଇସ୍ପାତ କାରଖାନା୫.୩ ମିଲିୟନ ଟନ ଇସ୍ପାତ ଉତ୍ପାଦନ କ୍ଷମତା ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ସରି, କାର୍ଯ୍ୟ ଆରମ୍ଭ ବେଳକୁ ବିଶେଷ ସୂତ୍ର ଅନୁଯାୟୀ ରାଉରକେଲା ଇସ୍ପାତ କାରଖାନା ର ୫. ୩ ମିଲିୟନ ର ସମ୍ପ୍ରସାରଣ ମାତ୍ର ୩.୧ ମିଲିୟନ ଟନ ରେ ସୀମିତ ରହିବ। ପ୍ରକାଶ ଥାଉକି ଏହିସମ୍ପ୍ରସାରଣ କୁ ବିରୋଧ କରି ଜଣେ ସ୍ଥାନୀୟ ଆଦିବାସୀ ପ୍ରାଣବଳୀ ଦେଇଛନ୍ତି। ତତସହିତ ଦାଦନ ସମସ୍ୟା ସମାଧାନ ପରିବର୍ତ୍ତେ, ତାଙ୍କର ଚାଷ ଜମି ଓ ଜାଗା ଯିବାପରେ ବେଶୀ ବେରୋଜଗାର ବଢିବ ଓ ଦାଦନ ବଢିବ। ଏଣୁ ରାଉରକେଲା ଇସ୍ପାତ କାରଖାନା ଓ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଙ୍କ ସ୍ଥାନୀୟ ଲୋକଙ୍କୁ ଧୋକ୍କା ବିରୁଦ୍ଧରେ ଆଜି ହିନ୍ଦ ମଜଦୂର ସଭା ବିଶ୍ରା ରୋଡ କାର୍ଯ୍ୟାଳୟ ରେ ଏକ “ସାମ୍ବାଦିକ ସମ୍ମିଳନୀ” ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭା, ରାଉରକେଲା ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା । ଆଜିର ଏହି ସମ୍ମିଳନୀ ରେ ହିନ୍ଦ ମଜଦୂର ସଭାର ଦିବଂଗତ ନେତା ସ୍ବର୍ଗତ ଶିବଚରଣ ବୋଇତି ଙ୍କର ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ଏବଂ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଏଚ ଏମ ଏସ ର ସାଧାରଣ ସମ୍ପାଦକ ଶଙ୍କର ପ୍ରସାଦ ବେହେରା ମୁଖ୍ୟ ଅତିଥି, କାର୍ଯକ୍ରମ ର ଆୟୋଜକ ତଥା ଏଚ ଏମ ଏସ ରାଜ୍ୟ ସମ୍ପାଦକ ନିର୍ମଳ କୁମାର ଦାସ, ଏନ ଏସ ପି ସି ଏଲ ଏମ୍ପଲୋୟିଜ ଆସୋସିଏସନ ସଭାପତି ହରିକୃଷ୍ଣ ପାଢ଼ୀ,ଏଚ ଏମ ଏସ ର ଉପ ସାଧାରଣ ସମ୍ପାଦକ ଦିଗମ୍ବର ମହାନ୍ତି,ଏଚ ଏମ ଏସ ରାଜ୍ୟ ଉପ ସଭାପତି ଦେବେନ୍ଦ୍ର ନାଥ ଆଚାର୍ଯ୍ୟ, ଏସଡିଆଇଏସଏସ ର ସମ୍ପାଦକ ଜଗବନ୍ଧୁ ଜେନା, ରାକେଶ ଚାନ୍ଦ, କାହ୍ନୁ ଚରଣ ବେହେରା, ଚକ୍ରାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚର ଶାସ୍ତ୍ରୀୟ ଭାଷା ଦିବସ ପାଳନ

Sunil Chandra Nayak

ଇଥାନାଲ କାରଖାନାରେ ସ୍ୱାଧୀନତା ଦିବସ ପାଳିତ

masiha

ମସିହା ର ପ୍ରଭାବରେ ଓ ଡାକ୍ତର ଅସିତ କୁମାର ସାହୁଙ୍କ ସହଯୋଗରେ ସିନ୍ଦ୍ର ମାଝୀ ଆଖି ଅସ୍ତ୍ରୋପଚାର

Sunil Chandra Nayak

Leave a Comment

error: Content is protected !!