ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ଘରୋଇ ହିଂସା ପ୍ରତିରୋଧ ଓ ପୀଡ଼ିତାଙ୍କ ସୁରକ୍ଷା ସମ୍ପର୍କିତ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ଘରୋଇ ହିଂସା ପ୍ରତିରୋଧ ଓ ପୀଡ଼ିତାଙ୍କ ସୁରକ୍ଷା ସମ୍ପର୍କିତ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

ଭବାନୀପାଟଣା, ତା: ୧୬.୧୦.୨୦୨୬  ଘରୋଇ ହିଂସାର ପ୍ରତିରୋଧ, ପୀଡ଼ିତାଙ୍କ ଅଧିକାରର ସୁରକ୍ଷା ଏବଂ ଆବଶ୍ୟକ ସହାୟତା ସେବା ସମ୍ପର୍କରେ ସଚେତନତା ବୃଦ୍ଧି ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି କଳାହାଣ୍ଡି ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଭବାନୀପାଟଣା ସ୍ଥିତ ଜିଲ୍ଲା ଯୋଜନା ଓ ସମୀକ୍ଷା ବିଭାଗର ସଭାଗୃହରେ ଅନୁଷ୍ଠିତ ହୋଇଥିଲା।

ଏହି କର୍ମଶାଳାରେ ଘରୋଇ ହିଂସାରୁ ମହିଳାମାନଙ୍କ ସୁରକ୍ଷା ଅଧିନିୟମ, ୨୦୦୫ (Protection of Women from Domestic Violence Act, 2005)ର ବିଭିନ୍ନ ବ୍ୟବସ୍ଥା, ପୀଡ଼ିତାଙ୍କ ପାଇଁ ଉପଲବ୍ଧ ଆଇନଗତ ସୁରକ୍ଷା ଓ ସହାୟତା ସେବା, ପରାମର୍ଶ ପ୍ରଦାନ ପ୍ରକ୍ରିୟା ଏବଂ ସମ୍ପୃକ୍ତ ବିଭାଗ ଗୁଡ଼ିକର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ଘରୋଇ ହିଂସାର ଘଟଣାଗୁଡ଼ିକୁ ଚିହ୍ନଟ କରିବା, ପୀଡ଼ିତାଙ୍କୁ ସମୟୋପଯୋଗୀ ସହାୟତା ଯୋଗାଇବା, ଆବଶ୍ୟକ ସ୍ଥଳେ ଆଇନଗତ ପଦକ୍ଷେପ ଗ୍ରହଣ କରିବା ଏବଂ ଏକ ସୁଦୃଢ଼ ରେଫରାଲ୍ ବ୍ୟବସ୍ଥା ମାଧ୍ୟମରେ ସମନ୍ୱିତ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଘରୋଇ ହିଂସା ନିରାକରଣ ଦିଗରେ ସାମାଜିକ ସଚେତନତା ବୃଦ୍ଧି ଏବଂ ଭବିଷ୍ୟତ କାର୍ଯ୍ୟଯୋଜନା ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା କରାଯାଇଥିଲା।

 ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ ନିଶା, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ନିହାରେନ୍ଦ୍ର ପଣ୍ଡା,ଉପନିର୍ଦ୍ଦେଶକ, ପ୍ଲାନିଂ ଶ୍ରୀକାନ୍ତ ଦଳେଇ, ସମାଜ କଲ୍ୟାଣ ଅଧିକାରିଣୀ ନିୟତିବଲା ସୋରେନ, କାର୍ଯ୍ୟକ୍ରମ ଅଧିକାରିଣୀ ନମିତା ପୋଲ ,ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ମହାନ୍ତି ଓ ସଦସ୍ୟ, ଜିଲ୍ଲା ମହିଳା ହବ୍‌ର ସଂଯୋଜକ ଯୋଗେଶ୍ୱର ବୁଦ୍ଧିଆ, ପୋଲିସ ଅଧିକାରୀ, ୱାନ୍ ଷ୍ଟପ୍ ସେଣ୍ଟର, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ଶକ୍ତି ସଦନ ଏବଂ ଏଫ୍‌ସିସିର ପ୍ରତିନିଧିମାନେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ ନିଶା ଉପସ୍ଥିତ ଅତିଥି ଓ ସହଭାଗୀ ମାନଙ୍କୁ ସ୍ୱାଗତ ଜଣାଇବା ସହ କର୍ମଶାଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ମହିଳା ହବ୍‌ର ସଂଯୋଜକ ଯୋଗେଶ୍ୱର ବୁଦ୍ଧିଆ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ। ତାଲିମ ଦାତା ଶୁଭ୍ରାଂଶୁ ଶେଖର ନନ୍ଦ କର୍ମଶାଳାକୁ ଆଗକୁ ନେଇଥିଲେ। କର୍ମଶାଳାର ଶେଷରେ ଏଡ୍ ଏଟ୍ ଆକ୍ସନର ଜିଲ୍ଲା ସଂଯୋଜକ ଦିବ୍ୟ ରଞ୍ଜନ ଯୋଷି ଉପସ୍ଥିତ ସମସ୍ତ ଅତିଥି, ପ୍ରଶିକ୍ଷକ, ଅଧିକାରୀ ଓ ସହଭାଗୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରଶିକ୍ଷଣ କର୍ମଶାଳା ମାଧ୍ୟମରେ ଘରୋଇ ହିଂସାର ଶିକାର ମହିଳାମାନଙ୍କୁ ସମୟୋପଯୋଗୀ ସହାୟତା, ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବା ସହ ଜିଲ୍ଲାରେ ଏକ ସୁରକ୍ଷିତ, ହିଂସା ମୁକ୍ତ ଓ ମହିଳାଙ୍କ ପ୍ରତି ସମ୍ମାନଜନକ ପରିବେଶ ଗଠନ ଦିଗରେ ସମନ୍ୱିତ ପ୍ରୟାସକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଖରିଫ ଧାନ ମଣ୍ଡି ଶୁଭାରମ୍ଭ କଲେ ଜିଲ୍ଲାପାଳ

masiha

କଳାହାଣ୍ଡି ଜିଲ୍ଲାରେ ରେ ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲା ସ୍ତରୀୟ ତ୍ରୟ ମାସିକ ଟାସ୍କ ଫୋର୍ସ ବୈଠକ

ବିଷମକଟକ ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!