ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମିଶନ ଜିରୋ ଗଞ୍ଜେଇ ଚାଷ ଅଭିଯାନ ଆରମ୍ଭ : କନ୍ଧମାଳରେ ପୋଲିସର ବଡ଼ ଧରପଗଡ଼: ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ : ୯ ଗିରଫ

ମିଶନ ଜିରୋ ଗଞ୍ଜେଇ ଚାଷ ଅଭିଯାନ ଆରମ୍ଭ : କନ୍ଧମାଳରେ ପୋଲିସର ବଡ଼ ଧରପଗଡ଼: ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ : ୯ ଗିରଫ

କନ୍ଧମାଳ, ୧୬/୧୦: (ମନିସ): କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଚଳିତ ବର୍ଷ ୨୦୨୬-୨୭ ଋତୁ ପାଇଁ “ମିଶନ ଜିରୋ କାନାବିସ୍ କଲ୍ଟିଭେସନ” ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ଅଧୀନରେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଲୁଇସିଂ ଗ୍ରାମ ପଞ୍ଚାୟତର ଘଞ୍ଚ ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ହେଉଥିବା ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରାଯାଇଛି।

କନ୍ଧମାଳ ଏସପି ଶ୍ରୀ ରମେନ୍ଦ୍ର ପ୍ରସାଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ, ସଦର ଏସଡିପିଓ ଶୁଭ୍ରଜିତ ବିଶ୍ୱାଳ, ଗୋଛାପଡ଼ା ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ଓ ଏସଆଇ ଅଶୋକ ପରିଡାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଡ୍ରୋନ ମାଧ୍ୟମରେ ନଜର ରଖି ପ୍ରାୟ ୩୦ ଏକର ଜମିରେ ଜଳସେଚନ ଓ ସାର ପ୍ରୟୋଗ କରି ବ୍ୟବସାୟିକ ଭାବେ କରାଯାଇଥିବା ଗଞ୍ଜେଇ ଚାଷକୁ ଠାବ କରି ଘଟଣାସ୍ଥଳରୁ ୯ ଜଣ ଅଭିଯୁକ୍ତ କନ୍ଧମାଳ ଜିଲ୍ଲା ଲୁଇସିଂ ନିକଟ ରାଇଗଡ଼ା ଗ୍ରାମର ମହେଶ୍ୱର କହଁର (୩୮), ଲୁଇସିଂ ନିକଟ ଢାକୁଡ଼ି ଗ୍ରାମର ରାଜୀବ ମଲ୍ଲିକ (୩୦), ଲୁଇସିଂ ନିକଟ ରୁକପଦର ଗ୍ରାମର ମାନସ ମଲ୍ଲିକ (୨୪), ପବିତ୍ର ମଲ୍ଲିକ (୪୦), ବାଲିଗୁଡ଼ା ଥାନା ଅନ୍ତର୍ଗତ ରୁତୁଙ୍ଗିଆ ଗ୍ରାମର ବେଣୁଧର ପ୍ରଧାନ (୩୧), ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ରେଗଡୁଲୁ ଗ୍ରାମର ମୁକ୍ତେଶ୍ୱର କର୍ମୀ (୨୮), କଣ୍ଟାମାଳ ଥାନା ଅନ୍ତର୍ଗତ ପିପଳପାଲି ଗ୍ରାମର ସନ୍ତୋଷ ସାହୁ (୨୨), କଣ୍ଟାମାଳ ଥାନା ସୁନିପଦର ନିକଟସ୍ଥ ବାଦୁଲ ଗ୍ରାମର ସମ୍ରାଟ ଭୋଇ (୩୫), ସମ୍ବଲପୁର ରେଢ଼ାଖୋଲ ଥାନା ଅନ୍ତର୍ଗତ ରାଇଲ, ଘୁସୁରୁରାମାହା ଗ୍ରାମର ନକୁଳ ମାଝୀ (୩୧), ଙ୍କୁ ଗିରଫ କରାଯାଇଛି l ଘଟଣାସ୍ଥଳରୁ ନମୁନା ସଂଗ୍ରହ କରାଯାଇ, ଏନଡିପିଏସ ଆଇନର ଧାରା ୪୮ ଅନୁଯାୟୀ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଅନୁମତି ନେଇ ଘଟଣାସ୍ଥଳରେ ହିଁ ସମସ୍ତ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ସମଗ୍ର ପ୍ରକ୍ରିୟା ଫଟୋ ଓ ଭିଡିଓ ମାଧ୍ୟମରେ ରେକର୍ଡ କରାଯାଇଛି। ଏ ନେଇ ଗୋଛାପଡ଼ା ଥାନା କେସ ନଂ ୧୭୧/୨୬ ଧାରା ୨୦(ଏ)(i) ଏନଡିପିଏସ ଆକ୍ଟରେ ମାମଲା ରୁଜୁ ହୋଇଛି। ବେଆଇନ ଗଞ୍ଜେଇ ଚାଷ ପ୍ରତି ଜିରୋ ଟଲରାନ୍ସ ନୀତି ଅପଣାଯିବ ବୋଲି କନ୍ଧମାଳ ପୋଲିସ ପକ୍ଷରୁ କୁହାଯାଇଛି। ଜନସାଧାରଣ ଗଞ୍ଜେଇ ଚାଷରୁ ନିବୃତ ରହିବା ଓ ପୂର୍ବରୁ ଲଗାଯାଇଥିବା ଗଛ ନିଜେ ନଷ୍ଟ କରିବା ନଚେତ୍ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

ରିପୋର୍ଟ :-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ସିନ୍ଧେକେଲା ଅଞ୍ଚଳରେ ବଢ଼ୁଛି ବାଲି ମାଫିଆଙ୍କ ଦୌରତ୍ମ୍ୟ, ପ୍ରଶାସନୀୟ ନିରବତାକୁ ନେଇ ଅସନ୍ତୋଷ

Sunil Chandra Nayak

ତଦନ୍ତ କରିବାକୁ ଆସି ଆକ୍ରମଣର ଶିକାର ହେଲେ ଫାଣ୍ଡି ଅଧିକାରୀ  , ୨ଜଣଙ୍କୁ ଉଠାଇନେଲା ପୁଲିସ

masiha

ଖାତିଗୁଡା ରେ ଯୁବକ ଙ୍କୁ ହତ୍ୟା : ମୃତଦେହ ଉଦ୍ଧାର ଚାଲିଛି ପୋଲିସ ର ତଦନ୍ତ

masiha

Leave a Comment

error: Content is protected !!