ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଗେଡ଼ାରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ

ରେଗେଡ଼ାରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ

କର୍ଲାମୁଣ୍ଡା, (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗେଡ଼ା ପଞ୍ଚାୟତ ଜଗଦୀଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ କ୍ଲଷ୍ଟର ଅନ୍ତର୍ଗତ ୧୨ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଆୟୋଜନ କାର୍ଯ୍ୟକ୍ରମରେ ସିଆର୍‌ସିସି ପ୍ରଭାବ ରଞ୍ଜନ ବନଛୋର ଅଧ୍ୟକ୍ଷତା କରିଥିବାବେଳେ ଓଏଭି, ରେଗେଡ଼ାର ଅଧ୍ୟକ୍ଷ ଶଶାଙ୍କ ଶେଖର ତ୍ରିପାଠୀ, ଜଗଦୀଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଖିରସାଗର ସାହୁ ଓ ବିଦ୍ୟାଳୟର ଅଧକ୍ଷ ମନ୍ମଥ କମ୍ପ, କଣ୍ଡରେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ ପ୍ରଧାନ ଏବଂ ଯୋଗୀପଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପାର୍ଥବ ସାହୁ ପ୍ରମୁଖ ଯୋଗଦେଇ। ସେମାନେ ଶିଶୁ ମହୋତ୍ସବ ‘ସୁରଭି’ର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତା ଓ ଆତ୍ମବିଶ୍ୱାସ ବୃଦ୍ଧିରେ ଏଭଳି କାର୍ଯ୍ୟକ୍ରମର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ପରେ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ସୁରେଶ ଚୌଧୁରୀ ସମ୍ମାନିତ ଅତିଥି ରେଗେଡ଼ା ସରପଞ୍ଚ ଦୀପ୍ତିରାଣୀ ସାହୁ, ରେଗେଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଗୋଲକ ବିହାରୀ ମନ୍ତ୍ରୀ, ଗୋଷ୍ଠୀ ଅତିରିକ୍ତ ଶିକ୍ଷା ଅଧିକାରୀ ଗୋପମଣି ସାହୁ ଏବଂ ନୋଡାଲ ସିଆର୍‌ସିସି ପ୍ରସନ୍ନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ସଭାର ସଂଯୋଜନା ସୁମନ୍ତ ସାହୁ କରିଥିବା ବେଳେ ଯୁଗଳ ଚୌଧୁରୀ, ଈଶ୍ୱର ମହାକୁଡ଼, ସମ୍ବିତ ରଥ ଶର୍ମା, ବଂଶୀଧର ପ୍ରଧାନଙ୍କ ସମେତ କ୍ଲଷ୍ଟରର ଅନ୍ୟ ଶିକ୍ଷକମାନେ ମହୋତ୍ସବର ସଫଳ ଆୟୋଜନରେ ସହଯୋଗ କରିଥିଲେ।

Related posts

କୋକସରା ବ୍ଲକ କଂଗ୍ରେସ କମିଟି ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ

masiha

ମୟୂରଭଞ୍ଜରେ ADTS (ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷା କେନ୍ଦ୍ର) ଉଦ୍‌ଘାଟନ ଓ ATS (ସ୍ୱୟଂକ୍ରିୟ ପରୀକ୍ଷଣ ବ୍ୟବସ୍ଥା) ନିମନ୍ତେ ଶିଳନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ରାଉରକେଲା ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟ ପକ୍ଷରୁ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ଉଦ୍ଘାଟିତ ରାଉରକେଲା ସହରର ନଜର ରଖିବ ୨୨୦ ପୋଲିସ୍ ସିସିଟିଭି କ୍ୟାମେରା

Sunil Chandra Nayak

Leave a Comment

error: Content is protected !!