ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସାରାବଙ୍ଗ ବଜାରରେ ଔଷଧ ଦୋକାନ ଯାଞ୍ଚ

ସାରାବଙ୍ଗ ବଜାରରେ ଔଷଧ ଦୋକାନ ଯାଞ୍ଚ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ ) ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ନୂଆପଡ଼ା ସାରାବଙ୍ଗ ବଜାରରେ ଥିବା ଔଷଧ ଦୋକାନଗୁଡ଼ିକରେ ଯାଞ୍ଚ କରାଯାଇଛି। ଉପ-ଜିଲ୍ଲାପାଳ ସୁର୍ମି ସୋରେନଙ୍କ ନେତୃତ୍ୱରେ ଅବକାରୀ ଓ ଡ୍ରଗ୍ସ ବିଭାଗର ଅଧିକାରୀମାନେ ଏହି କ୍ରମରେ ଦୁଇଟି ଔଷଧ ଦୋକାନରେ ଔଷଧର ମହଜୁଦ, ବିକ୍ରୟ ଓ ଆବଶ୍ୟକ ରେକର୍ଡପତ୍ର ଯାଞ୍ଚ କରିଥିଲେ।

ଯାଞ୍ଚ ସମୟରେ ଉଭୟ ଔଷଧ ଦୋକାନରେ କୋଡିନ୍‌ଯୁକ୍ତ (codeine) କଫ୍‌ ସିରପ୍‌ ମିଳିନଥିଲା। ଔଷଧର ଅପବ୍ୟବହାର ଓ ବେଆଇନ ବିକ୍ରୟ ରୋକିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଯାଞ୍ଚ ଆଗକୁ ମଧ୍ୟ ଜାରି ରହିବ।ଯାଞ୍ଚ ସମୟରେ ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ ଓ ଡ୍ରଗ୍ସ ଇନ୍ସପେକ୍ଟର ସୁନିତା ନାଗ ଉପସ୍ଥିତ ଥିଲେ।

Related posts

ରାଇରଙ୍ଗପୁର ପୋଲିସ ଦ୍ବାରା ଗୋମାଂସ ସହ କାର୍ ଜଵତ

Sunil Chandra Nayak

ରାୟଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗର ବ୍ୟାପକ ଚଢ଼ାଉ, ବିପୁଳ ପରିମାଣର ଦେଶୀ ମଦ ଓ ଅବୈଧ ମଦ ପ୍ରସ୍ତୁତି ସାମଗ୍ରୀ ନଷ୍ଟ

Sunil Chandra Nayak

ଅଜଣା ଗାଡି ଧକ୍କାରେ ମହିଳା ମୃତ

Sunil Chandra Nayak

Leave a Comment

error: Content is protected !!