ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବ୍ଲକ ସନ୍ଦିକୁଲିହାରି ଠାରେ ନାରୀ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ ବ୍ଲକ ସନ୍ଦିକୁଲିହାରି ଠାରେ ନାରୀ ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ସନ୍ଧିକୁଲିହାରି ଗ୍ରାମ ଅଙ୍ଗନବାଡ଼ି କେନ୍ଦ୍ର ଠାରେ ମହିଳାଙ୍କ ସଚେତନତାକୁ ନେଇ ଭାରତୀୟ ଆଦିମ ଜାତି ସେବା ସଙ୍ଘ ଓ ଧର୍ମଗଡ ଶକ୍ତି ସଦନ କାର୍ଯ୍ୟାଳୟ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ଼ ଶକ୍ତି ସଦନ ର ପରିଚାଳିକା ସସ୍ମିତା ପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ସମାଜ କଲ୍ୟାଣ ବିଭାଗର ଜିଲ୍ଲା କୋର୍ଡିନେଟର ଜଗେଶ୍ଵର ବୁଦ୍ଧିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଜେଣ୍ଡର ସ୍ପେଶିଆଲିଷ୍ଟ ରାମ ଚନ୍ଦ୍ର ବାଗ(ସାମର୍ଥ୍ୟ), ଜେଣ୍ଡର ସ୍ପେଶିଆଲିଷ୍ଟ (ସମ୍ବଳ) ମୋହନ ନାଏକ, ଟିପିଗୁଡ଼ା ମହିଳା ସୁପର ଭାଇଜର ମଞ୍ଜୁଲତା ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହିଳାମାନେ କିଭଳି ଶିକ୍ଷା କ୍ଷେତ୍ରରେ କିଭଳି ଆଗକୁ ଯିବେ,ସେମାନେ କେମିତି ଆତ୍ମନିର୍ଭରଶୀଳ ହେବେ, ସ୍ୱାସ୍ଥ୍ୟର ଯତ୍ନ ନେବେ,ନିର୍ଯାତନାରୁ କିଭଳି ଦୁରେଇ ରହିବେ ତଥା ବାଲ୍ୟ ଵିଵାହ ରୁ ଦୁରେଇ ରହିବା ସହ ସରକାରଙ୍କ ତରଫରୁ ମହିଳା ମାନଙ୍କ ପାଇଁ ଥିବା ସମସ୍ତ ସୁବିଧା ସୁଯୋଗ ବିଷୟରେ ବୁଝାଇଥିଲେ।

ମୁଖ୍ୟ ଅତିଥି ଜିଲ୍ଲା ଜେଣ୍ଡର ସ୍ପେଶିଆଲିଷ୍ଟ ରାମଚନ୍ଦ୍ର ବାଗ ବାଲ୍ୟ ବିବାହ ରୋକିବା, ଯୌତୁକ ପ୍ରଥା, ଘରୋଇ ହିଂସା, ଯୌନ ଓ ମାନସିକ ନିର୍ଯାତନା ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଶକ୍ତି ସଦନ ର ବହୁମୁଖୀ ଵିଭାଗ ର ସହାୟିକା ମଇନା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟ ସହଯୋଗି ଦେବରାଜ ମହାନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ।

Related posts

କୋକସରା ଗ୍ରାମ ପଞ୍ଚାୟତରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ରାଜପୁର ଗ୍ରାମରେ ଦୋଳ ପୂର୍ଣ୍ଣିମା ଅବସରରେ ବିଶାଳ କଳସ ଶୋଭାଯାତ୍ରା 

masiha

ନର୍ଲା ପଞ୍ଚାୟତ ସମିତି ସମେତ ବ୍ଲକ୍ ଅଧିନ ବିଭିନ୍ନ  ଅନୁଷ୍ଠାନ ତରଫରୁ ୭୪ତମ ଗଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!