ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଜୁନାଗଡ଼ରେ ଜିଲ୍ଲାସ୍ତରୀୟ ୭୭ତମ ସମ୍ବିଧାନ ଦିବସ ପାଳିତ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ବିଶାଳ ଶୋଭାଯାତ୍ରା, ସମ୍ବିଧାନର ମୂଲ୍ୟବୋଧ ଓ ବାବା ସାହେବଙ୍କ ଅବଦାନ ସ୍ମରଣ”

“ଜୁନାଗଡ଼ରେ ଜିଲ୍ଲାସ୍ତରୀୟ ୭୭ତମ ସମ୍ବିଧାନ ଦିବସ ପାଳିତ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ବିଶାଳ ଶୋଭାଯାତ୍ରା, ସମ୍ବିଧାନର ମୂଲ୍ୟବୋଧ ଓ ବାବା ସାହେବଙ୍କ ଅବଦାନ ସ୍ମରଣ”

ଜୁନାଗଡ଼, ୨୬/୧୧:(ମନୀସ) କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରସ୍ଥିତ ନବନିର୍ମିତ ବସ୍‌ଷ୍ଟାଣ୍ଡ ପରିସରରେ ଗୁରୁବାର ଜିଲ୍ଲାସ୍ତରୀୟ ୭୭ତମ ସମ୍ବିଧାନ ଦିବସ ପାଳନ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରୀୟ ଜୟ ଭୀମ ୭୭ତମ ସମ୍ବିଧାନ ଦିବସ ପାଳନ କମିଟି ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ଜୁନାଗଡ଼ ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଜନସାଧାରଣ ଯୋଗଦେଇଥିଲେ।

ଏହି ଅବସରରେ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରି ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ନିକଟରେ ପୁଷ୍ପ ମାଲ୍ୟ ଅର୍ପଣ କରି ଏକ ବିଶାଳ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ନବନିର୍ମିତ ବସ୍‌ଷ୍ଟାଣ୍ଡ ପ୍ରାଙ୍ଗଣରେ ପହଞ୍ଚିଥିଲା। ଶୋଭାଯାତ୍ରାରେ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ. ବି.ଆର୍. ଆମ୍ବେଦକରଙ୍କ ଗୁଣଗାନ ସହ ଜୟ ଭୀମ ଧ୍ୱନିରେ ସମଗ୍ର ପରିବେଶ ମୁଖରିତ ହୋଇଉଠିଥିଲା। ଏଥିରେ ବିଭିନ୍ନ ସାମାଜିକ ସଂଗଠନ, ଯୁବଗୋଷ୍ଠୀ, ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ସାମିଲ ହୋଇଥିଲେ।

ବସ୍‌ଷ୍ଟାଣ୍ଡ ପରିସରରେ ଆୟୋଜିତ ସଭାରେ ଭାରତୀୟ ସମ୍ବିଧାନର ମହତ୍ତ୍ୱ, ଗଣତନ୍ତ୍ରର ସୁରକ୍ଷା, ନାଗରିକଙ୍କ ମୌଳିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଏଥିସହ ସମାଜରେ ସାମାଜିକ ନ୍ୟାୟ, ସମାନତା, ସ୍ୱାଧୀନତା, ଭାଇଚାରା ଓ ଭ୍ରାତୃତ୍ୱ ଭାବନାକୁ ଅଧିକ ସୁଦୃଢ଼ କରିବା ଦିଗରେ ସମ୍ବିଧାନର ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଭାରତୀୟ ସମ୍ବିଧାନ କେବଳ ଏକ ଆଇନଗତ ଦସ୍ତାବିଜ ନୁହେଁ, ବରଂ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର, ମର୍ଯ୍ୟାଦା ଓ ନ୍ୟାୟ ପ୍ରଦାନ କରିବାର ଏକ ମହାନ ମାର୍ଗଦର୍ଶିକା। ତେଣୁ ସମ୍ବିଧାନର ଆଦର୍ଶ ଓ ମୂଲ୍ୟବୋଧକୁ ନିଜ ଜୀବନରେ ପାଳନ କରିବା ସହ ଆଗାମୀ ପିଢ଼ି ମଧ୍ୟରେ ଏହାର ସଚେତନତା ସୃଷ୍ଟି କରିବା ଆଜିର ଦିନର ମୁଖ୍ୟ ଆହ୍ୱାନ ବୋଲି ମତ ପ୍ରକାଶ ପାଇଥିଲା।

ହଜାର ହଜାର ଲୋକଙ୍କ ସ୍ୱତଃସ୍ଫୂର୍ତ୍ତ ଯୋଗଦାନ ଓ ଉତ୍ସାହ ଏହି ମହୋତ୍ସବକୁ ଏକ ଜନସମାଗମର ରୂପ ଦେଇଥିବା ବେଳେ ସମ୍ବିଧାନର ଗରିମା, ବାବା ସାହେବ ଡ. ଆମ୍ବେଦକରଙ୍କ ଅବଦାନ ଓ ସାମାଜିକ ସମାନତାର ବାର୍ତ୍ତା ସମଗ୍ର ଅଞ୍ଚଳରେ ପ୍ରତିଧ୍ୱନିତ ହୋଇଥିଲା।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବିଜେପିର ଜନସମ୍ପର୍କ ଅଭିଯାନ ପାଇଁ ସାହାଡ଼ା ମଣ୍ଡଳରେ ପ୍ରସ୍ତୁତି ବୈଠକ

ଗରିମା ପରିବାର ତରଫରୁ ଚତୁର୍ଥ ଶ୍ରେଷ୍ଠ ଓଡ଼ିଆଣୀ ସମ୍ପନ୍ନ  ସସ୍ମିତା ସାହୁ ଶ୍ରେଷ୍ଠ ଓଡ଼ିଆଣୀ ଓ ସସ୍ମିତା ପାତ୍ର ରନର୍ସ ଅପ୍ 

Sunil Chandra Nayak

ଜଳିଗଲା ଚା ଦୋକାନ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ

masiha

Leave a Comment

error: Content is protected !!