ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର ଏସ ପି ବିରୁଦ୍ଧରେ ବିଧାନସଭାରେ ଗର୍ଜିଲେ ବିଧ।ୟକ ଶ୍ରୀ ତନ୍ତୀ 

ଆର ଏସ ପି ବିରୁଦ୍ଧରେ ବିଧାନସଭାରେ ଗର୍ଜିଲେ ବିଧ।ୟକ ଶ୍ରୀ ତନ୍ତୀ 

ରାଉରକେଲା : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା ତଥା ରାଉରକେଲା ଇସ୍ପାତ କାରଖାନା ଅଧୀନରେ ଥିବା ଇସ୍ପାତ ସହରାଞ୍ଚଳ ଏବଂ ସାରନଗରୀ ଆଦି ଅଞ୍ଚଳରେ ଗଢି ଉଠିଥିବା ଏକାଧିକ ବସ୍ତିରେ ରହୁଥିବା ଶହ ଶହ ପରିବାରର ହଜାର ହଜାର ଆବାଳବୃଦ୍ଧବନିତାଙ୍କର ଆବଶ୍ୟକତା ଅନୁସାରେ ସେମାନଙ୍କୁ ନ୍ୟୁନତମ ମୌଳିକ ସୁବିଧା ଯୋଗାଇଦେବା ପାଇଁ ମୁଁ ମୋ ବିଧାୟକ ଅନୁଦାନ ପାଣ୍ଠିରୁ ଅର୍ଥ ପ୍ରଦାନ କରି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଶୌଚାଳୟ ନିର୍ମାଣ, ରାସ୍ତା ନିର୍ମାଣ,ବର୍ଜ୍ୟବସ୍ତୁ/ବର୍ଯ୍ୟଜଳ ନିଷ୍କାସନ,କମ୍ୟୁନିଟି ସେଣ୍ଟର, ଅଙ୍ଗନବାଡି କେନ୍ଦ୍ର,ବିଭିନ୍ନ ବସ୍ତିକୁ ବିଦ୍ୟୁତ ସଂଯୋଗ ପ୍ରଦାନ କରିବା ଆଦି କାର୍ଯ୍ୟ/ ନିର୍ମାଣ କାର୍ଯ୍ୟ କରିବା ସହିତ ଲୋଜଙ୍କ ଆସ୍ଥାର କେନ୍ଦ୍ରବିନ୍ଦୁ ମନ୍ଦିର,ଆଶ୍ରମ, ଅନ୍ୟାନ୍ୟ ପୂଜା ସ୍ଥଳର ନବୀକରଣ ଏବଂ ବିଭିନ୍ନ ସ୍ଥାନରେ ଥିବା ପୂଜା ମଣ୍ଡପ ଗୁଡିକର ସୌନ୍ଦର୍ଯ୍ୟ କରଣ ଆଦି କାର୍ଯ୍ୟ କରାଇବା ପାଇଁ ଚେଷ୍ଟା କରିବା ବେଳେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଆସି ସମସ୍ତ ବିକାଶମୁଳକ କାର୍ଯ୍ୟକୁ ଅଟକାଇବା ସହିତ ଅନେକ ସ୍ଥାନରେ ନିର୍ମାଣାଧୀନ କାର୍ଯ୍ୟକୁ ଭାଙ୍ଗି ଦେଉଛନ୍ତି ବୋଲି ଓଡିଶା ବିଧାନସଭାରେ ସ୍ୱର ଉତ୍ତୋଳନ କରିଛନ୍ତି ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ । ରାଜ୍ୟ ସରକାରଙ୍କ ବିକଶିତ ଓଡିଶା ଗଠନର ସଂକଳ୍ପକୁ ସାକାର କରିବା ପାଇଁ ପ୍ରତ୍ୟେକ ଗ୍ରାମର ବିକାଶ ଅତ୍ୟନ୍ତ ଜରୁରୀ ଏବଂ ଏହି ଉଦ୍ଦେଶ୍ୟ ସାକାର କରିବା ନିମିତ୍ତ ନିଜ ଅଞ୍ଚକରେ ଥିବା ବିଭିନ୍ନ ଗ୍ରାମ, ବସ୍ତି, ସାହି, ପଡା ଆଦି ମାନଙ୍କରେ ବସବାସ କରୁଥିବା ଆବାଳବୃଦ୍ଧବନିତାଙ୍କୁ କେତେକ ନ୍ୟୁନତମ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ରଘୁନାଥପାଲ୍ଲୀ ବିଧାୟକ ଶ୍ରୀ ତନ୍ତୀ ସମୟ ସମୟରେ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଆବଶ୍ୟକତା ଅନୁସାରେ କେତେକ ଜନହିତକର କାର୍ଯ୍ୟ କରିବା ପାଇଁ ନିଜ ବିଧାୟକ ଅନୁଦାନ ପାଣ୍ଠିରୁ ଅର୍ଥ ପ୍ରଦାନ କରିଥାନ୍ତି । ତେବେ ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟକୁ କରିବା ପ୍ରାରମ୍ଭ କରିବା ବେଳେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଆସି କାର୍ଯ୍ୟକୁ ବିରୋଧ କରି ବନ୍ଦ କରିଦେବା ସହିତ ନିର୍ମାଣ ହୋଇଥିବା ଘର ଗୁଡିକୁ ଭାଙ୍ଗି ଦେଉଛନ୍ତି । ଏ ସମ୍ବନ୍ଧରେ ଶ୍ରୀ ତନ୍ତୀ ବାରମ୍ବାର ଇସ୍ପାତ କାରଖାନାର ସହର ପ୍ରଶାସନ ବିଭାଗ ଏବଂ ଡ଼ି ଆଇ ସିଙ୍କୁ ମୌଖିକ ଏବଂ ଲିଖିତ ଭାବରେ ଜଣାଇ ଜନହିତକର କାର୍ଯ୍ୟକୁ ବିରୋଧ ନକରି ସହଯୋଗ କରିବା ପାଇଁ ନିବେଦନ କରିବା ସତ୍ତ୍ୱେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ନିଜ ଆଚରଣକୁ ବଦଳାଉ ନଥିବା କାରଣରୁ ଶେଷରେ ଆଜି ବିଧାୟକ ଶ୍ରୀ ତନ୍ତୀ ରାଜ୍ୟ ବିଧାନସଭାରେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ଏପରି ଜନବିରୋଧୀ କାର୍ଯ୍ୟ ସମ୍ବନ୍ଧରେ ପ୍ରଶ୍ନ କରି ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଆଣ୍ଠୁଏ ପାଣି : ବିଡିଓଙ୍କୁ ଅଟକାଇଲେ ମହିଳା

Sunil Chandra Nayak

ଜିଲ୍ଲାସ୍ତରୀୟ ୭୯ତମ ସ୍ଵାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ 

Sunil Chandra Nayak

ମୁକୁଳା ଟ୍ରାନ୍ସଫମର ନେଇ ଗ୍ରାମବାସୀ ଚିନ୍ତିତ ଓ ଭୟଭୀତ   ସୁରକ୍ଷା ନାମ ନେଇରେ ସୁଖିଲାଟାରେ ଟିପିଏନଓଡିଏଲ ବାହା ବାହା ନେଉଛି 

masiha

Leave a Comment

error: Content is protected !!