ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୱାର୍ଡ ନଂ-୧୫ ଅଙ୍ଗନୱାଡି କେନ୍ଦ୍ରରେ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ 

ୱାର୍ଡ ନଂ-୧୫ ଅଙ୍ଗନୱାଡି କେନ୍ଦ୍ରରେ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ 

 କଳାହାଣ୍ଡି ଜିଲ୍ଲା,ଭବାନୀପାଟଣା ଠାରେ ୱାର୍ଡ ନଂ-୧୫ ସ୍ଥିତ ଅଙ୍ଗନୱାଡି କେନ୍ଦ୍ରଠାରେ ବରିଷ୍ଠ ନାଗରିକ ଓ ବ୍ୟାଙ୍କ ହିତାଧିକାରୀମାନଙ୍କୁ ଭତ୍ତା ଆଜି ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ପଦକ୍ଷେପ ମାଧ୍ୟମରେ ବୃଦ୍ଧ ମାତାପିତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ବେଳେ, ଏହା ଦ୍ୱାରା ହିତାଧିକାରୀମାନେ ଉପକୃତ ହୋଇଥିବା କୁହାଯାଇଛି । ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କ ପୌରପାଳିକା ପ୍ରତିନିଧି ସନ୍ତୋଷ ବିଶୀ,ପୌରପାଳିକା ଅତିରିକ୍ତ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ ଏବଂ ୱାର୍ଡ ନଂ-୧୫ କାଉନସିଲର ମାନସୀ ଜେନା ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିଲେ । ସ୍ଥାନୀୟ ଅଞ୍ଚଳର ଅନ୍ୟାନ୍ୟ କର୍ମକର୍ତ୍ତା ଓ ହିତାଧିକାରୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ଥିଲେ I

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଢେଙ୍କାନାଳ ସଦର ବ୍ଲକ୍ ସ୍ତରୀୟ ଏକ ଦିବସୀୟ ବର୍ଣ୍ଣାଢ଼୍ୟ ଶିଶୁ ମହୋତ୍ସବ ‘ସୁରଭି’-୨୦୨୬ ମହାସମାରୋହରେ ଉଦ୍ ଯାପିତ 

Sunil Chandra Nayak

କଳାହାଣ୍ଡିରେ ପୁସ୍ତକମେଳା ଆୟୋଜନ ପାଇଁ ‘ଲାଇଫ୍‌ରେଚର୍‌’ର ଦାବି

masiha

ଆରମ୍ଭ ପୂର୍ବରୁ ଗର୍ଜିଲେ ଧାନ ମଣ୍ଡି ଶ୍ରମିକ,କ୍ରୟ ବିକ୍ରୟ ଉପରେ ପଡ଼ିବ ପ୍ରତିକୁଳ ପ୍ରଭାବ 

masiha

Leave a Comment

error: Content is protected !!