ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲକ୍ଷ ଲକ୍ଷ ଟଙ୍କାର ମସଲା ଚୋରି ଅଭିଯୋଗରେ ବାପ ଓ ପୁଅକୁ ଗିରଫ କଲା ରାଉରକେଲା ପୋଲିସ୍

ଲକ୍ଷ ଲକ୍ଷ ଟଙ୍କାର ମସଲା ଚୋରି ଅଭିଯୋଗରେ ବାପ ଓ ପୁଅକୁ ଗିରଫ କଲା ରାଉରକେଲା ପୋଲିସ୍

ରାଉରକେଲା ୨୯/୧୧, ଇସ୍ପାତ ସହରରେ ଗାଡ଼ିମୋଟର, ସୁନାଗହଣା, ଟଙ୍କା ପ୍ରଭୃତି ଚୋରି ଘଟଣା ନିୟମିତ ବ୍ୟବଧାନରେ ଘଟୁଥିବାବେଳେ ଏବେ ମସଲା ଚୋରି ଭଳି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ହରିଆଣା ଭବନ ଗଳିରେ ଏକ ଗୋଦାମରୁ ବିପୁଳ ପରିମାଣର ମସଲା ଚୋରି କରିବା ଅଭିଯୋଗରେ ରାଉରକେଲା ପ୍ଲାଣ୍ଟସାଇଟ୍ ପୋଲିସ୍ ପକ୍ଷରୁ ବ୍ୟବସାୟୀ ବାପା ଓ ପୁଅଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଡେଲିମାର୍କେଟ୍ ହରିଆଣା ଭବନ ଗଳିର ସୁବାଷ ଗୋୟଲ(୬୪) ଓ ସନ୍ଦୀପ ଗୋୟଲ(୪୨) । ପୋଲିସ୍ ପକ୍ଷରୁ ସେମାନଙ୍କ ଗୋଦାମରୁ ପ୍ରାୟ ୧୧ କାର୍ଟୁନ ବକ୍ସ ଏଭେରେଷ୍ଟ ମସଲା ଜବତ କରାଯାଇଛି। ମସଲାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ହଜାରରୁ ଅଧିକ ହେବ ବୋଲି ସୂଚନା ମିଳିଛି। ଉଭୟଙ୍କୁ ଶନିବାର ଦିନ କୋର୍ଟ ଚାଲାଣ କରାଯାଇଛି। 

      ପୋଲିସର ସୂଚନା ଅନୁସାରେ ରାଉରକେଲା ମଧୁସୂଦନପାଲିର ଅମିତ କୁମାର ସାହୁ (୩୩)ଙ୍କର ହରିଆଣା ଭବନ ଗଳିରେ ଏକ ହେଲ୍‌ସେଲ୍‌ ଦୋକାନ ରହିଛି। ଦୋକାନ ଉପରେ ଅର୍ଥାତ୍ ବିଲ୍ଡିଂ ଉପର ମହଲାରେ ତାଙ୍କର ଗୋଦାମ ରହିଛି। ସେହିଭଳି ଅଭିଯୁକ୍ତ ସୁଭାଷ ଗୋୟଲଙ୍କର ମଧ୍ୟ ତଳେ ଦୋକାନ ଓ ଉପରେ ଗୋଦାମ ରହିଛି। ତେବେ ଚଳିତବର୍ଷ ମାର୍ଚ୍ଚ ମାସରେ ଅମିତଙ୍କ ଗୋଦାମରୁ ମସଲା ଚୋରି ହୋଇଥିବା ଜଣାପଡ଼ିଥିଲା। ଏହାପରେ ଅମିତ ନିଜେ ଖୋଜାଖୋଜି କରି ଜାଣିବାକୁ ପାଇଲେ ଯେ ପଡ଼ୋଶୀ ବ୍ୟବସାୟୀ ତାଙ୍କ ଗୋଦାମ ଖୋଲି ମତ୍ସ୍ୟ ମସଲା ଚୋରି କରିଛନ୍ତି। ଏନେଇ ସେ ନ‌ଭେମ୍ବର ୧୮ ତାରିଖରେ ପ୍ଲାଣ୍ଟସାଇଟ୍ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ | ପୋଲିସ ତନାଘନା କରିବା ସହିତ ସିସିଟିଭି ଯାଞ୍ଚ କରି ଜାଣିବାକୁ ପାଇଲା ଯେ, ସୁଭାଷ ଗୋୟଲ ଅମିତଙ୍କ ଗୋଦାମର ଚାବି ନକଲ କରି ମସଲା ଚୋରି କରିଛନ୍ତି । ଏହାପରେ ପୁଲିସ ସୁବାଷଙ୍କ ଗୋଦାମରେ ଯାଞ୍ଚ କରି ୧୧ କାର୍ଟୁନ ଏଭରେଷ୍ଟ ମସଲା ପାଇଥିଲେ। ତେବେ ମସଲା ଚୋରି ମାମଲାରେ ଉଭୟ ବାପା ଓ ପୁଅଙ୍କୁ ଗିରଫ କରାଯିବା ସହିତ ତଦନ୍ତ ଜାରି ରହିଛି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭିଜିଲାନ୍ସ ଜାଲରେ ସୁନାରୀ ସିକୂଆଁ ଜିଆରଏସ ଏବଂ ପଂଚାୟତ ପିଅନ 

masiha

ମହିଳାଙ୍କୁ ବ୍ଲାକମେଲିଂ ଓ ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ଅଧ୍ୟାପକ

Sunil Chandra Nayak

ଖଡ଼ିଆଳ ରାମ ସ୍ବାମୀ ମନ୍ଦିର ରୁ ଚୋରୀ , ପୋଲିସ ର ଘଟଣା ସ୍ଥଳ ରେ ତଦନ୍ତ

Sunil Chandra Nayak

Leave a Comment

error: Content is protected !!