ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘରୋଇ ଶିକ୍ଷାନୁଷ୍ଠାନକୁ ନେଇ ମାଓ ପୋଷ୍ଟର ଅଭିଭାବକଙ୍କ ଭିନ୍ନ ମତ

ନର୍ଲା (ମନିସ) କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକ ଠାରୁ ୩ କିଲୋମିଟର ଦୂର ଜାମବାହାଲି ଛକଠାରେ ରବିବାର ଦିନ ଏକ ମାଓବାଦୀ ପୋଷ୍ଟର ଏକ ଗଛମୂଳରେ ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଏଥିରେ ମ.ରାମପୁର ନିକଟ ତୁଯୁଙ୍ଗ ଠାରେ ଚାଲିଥିବା ଶ୍ରୀ ଏଜୁକେଶନ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରୀ ମାନଙ୍କୁ ଯୈ।ନ ନିର୍ଯାତନା ଦିଆଯାଉଥିବାକୁ ନେଇ ପୋଲିସ ପ୍ରଶାସନ ଚୁପ ବସିଛି। ପୋଷ୍ଟରର ଉଲ୍ଲେଖ ଅନୁସାରେ ଆମେ ଦୁଇ ଥର ପୋଷ୍ଟର ଜରିଆରେ ସରକାରକୁ ଜଣେଇଥିଲୁ ଯେ ଶ୍ରୀ ଏଜୁକେଶନରେ ଛାତ୍ରୀମାନଙ୍କୁ ଯୈ।ନ ନିର୍ଯ୍ୟାତନା ଦିଆଯାଉଛି। ହେଲେ ସରକାର କିଛି ଶୁଣିଲେ ନାହିଁ। ଏଣୁ ଆମେ ବାଧ୍ୟ ହୋଇ ୪ ଦିନ ଭିତରେ ଆକ୍ରମଣ କରିବୁ।ଏତତ ଦ୍ଵାରା ଜଣାଇ ଦିଆଯାଇଛି ଯେ କୈାଣସି ଛାତ୍ରଛାତ୍ରୀ କ’ଣ ହୁଅନ୍ତି ତାହେଲେ ଆମେ ଦାୟୀ ନୋହୁଁ।୧୦ ଦିନ ଭିତରେ ଉଡେଇ ଦେବୁ। ସିପିଆଇ (ମାଓବାଦୀ) ଉଲ୍ଲେଖ ରହିଛି। ତେବେ ଗତ ମାସ ଅପ୍ରେଲ ୧୪ ଓ ପରେ ୧୭ ତାରିଖରେ ଏହି ଶିକ୍ଷାନୁଷ୍ଠାନକୁ ଟାର୍ଗେଟ କରି ଜାମବାହିଲି ଛକର ଗଛମୂଳେ ମାଓ ସଂଗଠନ ୨ଟି ପୋଷ୍ଟର ଲଗାଇଥିଲେ। ମାସରେ ୨ ଥର ପୋଷ୍ଟର ଲଗାଇ ସୂଚିତ କରାଇବା ଘଟଣାକୁ ବିଦ୍ୟାଳୟ ଓ ଅଭିଭାବକ ମହଲରେ ଆଲୋଡନ ସୃଷ୍ଟି କରିଛି। ଏହା ମାଓବାଦୀ ପୋଷ୍ଟର ନୁହେଁ ବରଂ ସ୍ଥାନୀୟ ମନ୍ଦ ଲୋକଙ୍କ ସୁକଳ୍ପିତ ଚିନ୍ତାଧାରାର ପୋଷ୍ଟର ବୋଲି ଶ୍ରୀ ଏଜୁକେଶନ ସହ ଜଡ଼ିତ ଜଣେ ଅଭିଭାବକ ସୂଚନା ଦେଇଛନ୍ତି। ନର୍ଲା ବାସିନ୍ଦା ଅଭିଭାବକ ଚୂଳମଣି ଗୈାଡିଆ ନିଜ ମତାମତ ଦେଇ ଗଣମାଧ୍ୟମ ଜରିଆରେ ଜଣାଇଛନ୍ତି ଯେ ସେ ପୂର୍ବରୁ ନିଜର ଦୁଇ ଗୋଟି ଝିଅ ଓ ଗୋଟିଏ ପୁଅକୁ ଏହି ଶିକ୍ଷାନୁଷ୍ଠାନରେ ପାଠ ପଠାଇ ଆସିଛନ୍ତି। ଦୀର୍ଘ ୭/୮ ବର୍ଷ ଧରି ଜଡ଼ିତ ଶିକ୍ଷାନୁଷ୍ଠାନରେ ଝିଅ ପିଲାଙ୍କ ପ୍ରତି କୈାଣସି ମନ୍ଦ ଉଦ୍ଦେଶ୍ୟ ମୋ ଜାଣିବାରେ ନାହିଁ। ଏହା ଲୋକାଲ ପିପୁଲଙ୍କ ଶ୍ରୀ ଏଜୁକେଶନ ପ୍ରତି ବଦନାମ୍ କରିବା ପାଇଁ ଚେଷ୍ଟା ଅଟେ। ମାଓବାଦୀ ଥରେ ପୋଷ୍ଟର ଲଗାଇ ଥାଏ। ବାରମ୍ବାର ପୋଷ୍ଟର ମାରେ ନାହିଁ। ଏହି ଶିକ୍ଷାନୁଷ୍ଠାନରେ ଅନେକ ପିଲା ଉପକୃତ ହେଉଛନ୍ତି। ଗରିବ ପିଲାମାନଙ୍କୁ ଏମାନେ ସାହାଯ୍ୟ କରିଛନ୍ତି। ଏଣୁ ମାଓବାଦୀ ନାଁରେ ବିଦ୍ୟାଳୟ ପ୍ରତି ମନ୍ଦ ଉଦ୍ଦେଶ୍ୟକୁ ସ୍ପଷ୍ଟ ଖଣ୍ଡନ କରୁଛି। ଆଗାମୀ ଦିନରେ ବିଦ୍ୟାଳୟ ଓ ଅଭିଭାବକଙ୍କ ବୈଠକ ପରେ ଏହାର ସ୍ପଷ୍ଟ ଉତ୍ତର ପ୍ରକାଶ ପାଇପାରେ ବୋଲି ଅଭିଭାବକ ଶ୍ରୀ ଗୈାଡିଆ ଫୋନ ମାଧ୍ୟମରେ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଡ଼ଃ ସୁନୀଲ ଧଙ୍ଗଡାମାଝୀ ଦେବଗିରି ମଠର ନୂତନ ଟ୍ରଷ୍ଟି

masiha

ଜୟପାଟଣା ରେ ଶୀତଳ ଷଷ୍ଠୀ ପାଇଁ ମାତା ପାର୍ବତୀ ଙ୍କ ନିର୍ବନ୍ଧ ସମ୍ପନ୍ନ

ବିଧବା ମହିଳାଙ୍କ ଉପରେ ୪ ସଦସ୍ୟଙ୍କ ବୋଝ ,ଘର ନାହିଁ ୫ କେଜି ଚାଉଳରେ ବିତୁଛି ଜୀବନ

Sunil Chandra Nayak

Leave a Comment

error: Content is protected !!