ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଗଣଦୁଷ୍କର୍ମ ମାମଲା: ତିନି ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ

୨୦୧୬ ବହୁଚର୍ଚ୍ଚିତ କଳାହାଣ୍ଡି ନାବାଳିକା ଗଣଦୁଷ୍କର୍ମ ମାମଲାର ରାୟ ଶୁଣାଇଲେ ଭବାନୀପାଟଣା ପୋସ୍କୋ କୋର୍ଟ । ୩ ଜଣ ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ….

୨୦୧୬ ମସିହାରେ ବହୁଚର୍ଚ୍ଚିତ କଳାହାଣ୍ଡି ନାବାଳିକା ଗଣଦୁଷ୍କର୍ମ ମାମଲାର(Kalahandi Minor Girl Rape Case) ରାୟ ଶୁଣାଇଲେ ଭବାନୀପାଟଣା Pocso କୋର୍ଟ । ୩ ଜଣ ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ କରିଛନ୍ତି କୋର୍ଟ । ସୂଚନା ଅନୁଯାୟୀ ଭବାନୀପାଟଣା ସଦର ଥାନାରେ ଗତ ୨୦୧୬ ମାର୍ଚ୍ଚ ମାସରେ ୩ ଜଣ ପାଇପ ମିସ୍ତ୍ରୀ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା ।ଜଣେ ନାବାଳିକା ଗାଧୋଇବା ସମୟରେ ଭବାନୀପାଟଣା ଆମ୍ବଗଛ ପଡ଼ାର ଧବଳେଶ୍ବର ନାଏକ ମୋବାଇଲରେ ନାବାଳିକାର ନଗ୍ନ ଫୋଟୋ ଉଠାଇ ବ୍ଲାକମେଲ ଓ ପରେ ପାଖରେ ଥିବା ମାଣିକେଶ୍ୱରୀ ମନ୍ଦିର ନିକଟକୁ ଡାକି ଦୁଷ୍କର୍ମ କରିଥିଲେ । ନଆସିଲେ ଫୋଟୋ ଭାଇରାଲ କରିଦେବା ନେଇ ଧମକ ମଧ୍ୟ ଦେଇଥିଲେ ଅଭିଯୁକ୍ତ । ଫଳରେ ନାବାଳିକା ଜଣକ ଫୋଟୋ ଭାଇରାଲ ହୋଇଯିବା ଭୟରେ ଅଭିଯୁକ୍ତ କହିବା ସ୍ଥାନକୁ ଆସିବା ପରେ, ଭବାନୀପାଟଣା ସହରର ସମ୍ଭୁନଗର ପଡାର ସମୀର ନାଗ, ପୁରୁଣା ପଡାର ସୁଦାମ ବେହେରା, ନାବାଳିକାକୁ ବାଇକ କେନ୍ଦୁଗୁଡା ଗାଁରେ ଥିବା ଏକ କାଜୁ ବଗୁଚାକୁ ନେଇ ସେଠାରେ ୩ ଦୁଷ୍କର୍ମ କରିଥିଲେ ।ଏହାର ପ୍ରାୟ ୧୨ ଦିନ ପରେ ନାବାଳିକା ଜଣକ ଗର୍ଭବତୀ ଥିବା ଜାଣି ସୁଦ୍ଧା ପୁଣିଥରେ ଉକ୍ତ ୩ ଜଣ ସାଥି ଗଣଦୁଷ୍କର୍ମ କରିଥିଲେ । ପରେ ଏକ ବୋତରେ ଗର୍ଭପାତ ଔଷଧ ଓ କନିଅର ଫଳରସ ମିଶାଇ ପିଆଇଥିଲେ । ଏଥିରେ ନାବାଳିକାଙ୍କ ଗର୍ଭପାତ ହୋଇଥିଲା । ଏହି ଘଟଣାକୁ ନେଇ ଅଭିଯୋଗ ପରେ ଭବାନୀପାଟଣା ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା । ପୋଲିସ ଘଟଣାରେ ସଂପୃକ୍ତ ଧବଳେଶ୍ବର ନାଏକ, ସମୀର ବାଗ ଓ ସୁଦାମ ବେହାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।ଭବାନୀପାଟଣା pocso ଆଡହକ ଏଡିଜେ ଫାଷ୍ଟଟ୍ରାକ୍‌ ସ୍ପେଶାଲ ଜଜ ଯଦୁମଣି ମିଶ୍ର ମାମଲାର ଶୁଣାଣି କରି ୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ୩୪ ଜଣଙ୍କ ସାକ୍ଷ୍ୟ ନେଇଥିଲେ । ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ନିର୍ଦେଶ ଦେଇଛନ୍ତି କୋର୍ଟ । ଜୋରିମାନା ଅର୍ଥ ଅନାଦୟ ହେଲେ ଆହୁରି ଏକ ବର୍ଷ ସଶ୍ରମ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ସରକାରୀ ଓକିଲ ଭବାନୀଶଙ୍କର ମିଶ୍ର ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନର୍ଲା ଠାରେ ଏବିଭିପିର ତ୍ରୀରଙ୍ଗା ଶୋଭାଯାତ୍ରା

Sunil Chandra Nayak

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

Sunil Chandra Nayak

ରବୀନ୍ଦ୍ରକୁମାର ବେହେରା ଙ୍କ ଗଳ୍ପ ବାବନା ଭୂତ କଥା

Leave a Comment

error: Content is protected !!