ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ରାଜ୍ୟ ରେ ଶ୍ରେଷ୍ଠ ସଭାପତି ଭାବେ ସମ୍ବର୍ଦ୍ଧିତ

କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ୍ ମଙ୍ଗରାଜ ଙ୍କୁ ରାଜ୍ୟ ର ଶ୍ରେଷ୍ଠ ଯୁବ କଂଗ୍ରେସ ସଭାପତି ଭାବେ ନୂଆ ଦିଲ୍ଲୀ ସ୍ଥିତ କଂଗ୍ରେସ କାର୍ଯ୍ୟଳୟ ଠାରେ ପୁରସ୍କୃତ କରଯାଇଛି । ଅଖିଳ ଭାରତୀୟ ଯୁବ କଂଗ୍ରେସ ସଭାପତି ବବି ଶ୍ରୀନିବାସ ତାଙ୍କୁ ଏହି ସମ୍ମାନ ଜନକ ପୁରସ୍କାର ପ୍ରଦାନ କରିଥିଲେ । ସର୍ବ ଭାରତୀୟ ଯୁବ କଂଗ୍ରେସ ପ୍ରଭାରୀ କ୍ରିଷ୍ଣା ଅଲ୍ଲାଭରୁ, ଓଡ଼ିଶା ରାଜ୍ୟ କଂଗ୍ରେସ ପ୍ରଭାରୀ ଏମଡି ରିଆ ଲୁଜ ଅନସାରୀ ଓ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ଼. ସ୍ମୃତିରଞ୍ଜନ୍ ଲେଙ୍କା ଙ୍କ ଉପସ୍ଥିତି ରେ ଶ୍ରୀ ମଙ୍ଗରାଜ କୁ ସମ୍ବର୍ଧିତ କରାଯାଇଥିଲା । ସାଉଲ ମଙ୍ଗରାଜ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ହେବା ପର ଠାରୁ ସମଗ୍ର ଜିଲ୍ଲା ରେ ଯୁବ ବର୍ଗ ଙ୍କୁ କଂଗ୍ରେସ ଦଳ ସହ ଯୋଡିବା ସହ ସଦା ସର୍ବଦା ଗରିବ, ନିଷ୍ପେସିତ, ପଛୁଆ ବର୍ଗ ଙ୍କ ପାଇଁ ଅନବରତ କାମ କରିଆସିଛନ୍ତି । ଜିଲ୍ଲା ର ସାଧାରଣ ଲୋକଙ୍କ ସମସ୍ୟା କୁ ପ୍ରଶାସନ ନିକଟ ରେ ଉପସ୍ଥାପନ ସହ ସେଗୁଡିକ ର ସମାଧାନ ପାଇଁ ଉଦ୍ୟମ କରୁଛନ୍ତି । ବିଗତ କରୋନା କାଳ ରେ ଲୋକେ ଜୀବନ ଜୀବିକା ପାଇଁ ସଙ୍ଘର୍ଷ କରୁଥିବା ବେଳେ ସେ ସମୟ ରେ ଶ୍ରୀ ମଙ୍ଗରାଜ ନିଜଟିମ୍ ସହ ଜିଲ୍ଲା ର ବିଭିନ୍ନ ଅଞ୍ଚଳ କୁ ଗସ୍ତ କରି ଲୋକ ଙ୍କ ନିକଟରେ ରାସନ ସାମଗ୍ରୀ ପହଞ୍ଚାଇ ଦେଇଥିଲେ । ସେହିପରି ରାଜ୍ୟ ବାହାରେ ଫସି ରହିଥିବା ଦାଦନ ଶ୍ରମିକ ଙ୍କୁ ସହାୟତା କରିବା ସହ ନିଜ ଅଞ୍ଚଳ କୁ ଫେରାଇ ଆଣିବା ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ମଧ୍ୟ ଯୁବ ବର୍ଗ ରୁ ପ୍ରାର୍ଥୀ ଠିଆ କରାଇ କଂଗ୍ରେସ ର ଭୋଟ ବୃଦ୍ଧି ରେ ତାଙ୍କର ଯଥେଷ୍ଟ ଭୂମିକା ରହିଥିଲା । ତାଙ୍କୁ ଅଖିଳ ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ପୁରସ୍କୃତ କରା ଯାଇଥିବାରୁ ଯୁବ କଂଗ୍ରେସ କର୍ମୀ ତଥା ତାଙ୍କ ଶୁଭେଚ୍ଛୁ ଓ ସମର୍ଥକ ମହଲ ରେ ଖୁସି ପ୍ରକାଶ ପାଇଛି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନର୍ଲା ସରସ୍ଵତୀ ଶିଶୁ ମନ୍ଦିରରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟଶାଳା

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଶରତ ସକାଳ

Sunil Chandra Nayak

ଖାଇବା ତେଲ ଦାମ୍ ୧୦ ଟଙ୍କା କମିବ: ସପ୍ତାହ ଭିତରେ ଦାମ୍‌ କମାଇବାକୁ ତୈଳ କଂପାନିଙ୍କୁ କହିଲେ କେନ୍ଦ୍ରସରକାର

Leave a Comment

error: Content is protected !!