ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଂଜ – ଦିବଂଗତ ବିଦ୍ୟାଳୟ ନିରୀକ୍ଷକ ଜ୍ଞାନେନ୍ଦ୍ର ଚୌଧୁରୀଙ୍କ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି

ମୟୂରଭଂଜ– ୨୪/୫/୨୨(ମସିହା)  ମୟୂରଭଂଜ ଜିଲ୍ଲା ତଥା ରାଇରଙ୍ଗପୁର ଅଂଚଳର ବିଦ୍ୟାଳୟ ନିରୀକ୍ଷକ ଜ୍ଞାନେନ୍ଦ୍ର ଚୌଧୁରୀ( ୯୧)ଙ୍କ ଏକାଦଶାହ ଶ୍ରଦ୍ଧାଞ୍ଜଳି ସ୍ଥାନୀୟ ପୂର୍ଣଚନ୍ଦ୍ର ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଚାରଣ ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମୋରଡା ବିଧାୟକ ରାଜକିଶୋର ଦାସ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, କଂଗ୍ରେସ ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ , ଜିଲ୍ଲା ସଦର ବିଜେଡ଼ି ସଭାପତି କାଶୀନାଥ ହେମ୍ବ୍ରମ, ପୂର୍ବତନ ମନ୍ତ୍ରୀ ସରସ୍ବତୀ ହେମ୍ବ୍ରମ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି, ରାଇରଙ୍ଗପୁର ପୌରଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ପାର୍ଥସାରଥୀ କବି, ଜିଲ୍ଲା ଵିଜେଡି ମହିଳା ସଭାନେତ୍ରୀ ତନୁଜା ମହାନ୍ତ,ମନୋଜ ଦାସ(ବାପି),ବରିଷ୍ଠ ଆଡଭୋକେଟ ପାର୍ଥସାରଥୀ କବି, ଅଶ୍ବିନୀ ପଣ୍ଡା,ସଂଗ୍ରାମ କିଶୋର କବି,ସତ୍ୟ ରଂଜନ ମହାପାତ୍ର,ମନୋଜ ଦାସ, ସୁବାଷ ମଣ୍ଡଳଙ୍କ ସମେତ ବ୍ରାହ୍ମଣ ସମାଜର ବହୁ ଶୁଭେଚ୍ଛୁ ଓ ଜ୍ଞାତି ପରିଜନ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ବର୍ଗତ ଜ୍ଞାନ ଚୌଧୁରୀଙ୍କ ଫଟୋଚିତ୍ରରେ ପୁଷ୍ପଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଜ୍ଞାନ ଚୌଧୁରୀ ଜଣେ କର୍ତ୍ତବ୍ୟ ନିଷ୍ଠ,ଛାତ୍ରବୃତ୍ସଳ, ପରୋପକାରୀ ମିଷ୍ଟଭାଷୀ,ଅମାୟିକ, ଧାର୍ମିକ ବ୍ୟକ୍ତି ଥିଲେ । ସ୍ମୃତି ଚାରଣ ଅବସରରେ ଏକ ଭଜନ ସମାରୋହ ଆୟୋଜିତ ହୋଇଥିଲା ।

ମୟୂରଭଂଜ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

ଫରଙ୍ଗରେ ନୃତନ ଗୋରୁବଜାର ଉଦଘାଟନ

Sunil Chandra Nayak

ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ ଅବସରରେ ପୁରସ୍କୃତ ହେଲେ ତେନ୍ତୁଳିଖୁଣ୍ଟି ବିଡ଼ିଓ ଓ ଖବରଦାତା ଅନିଲ

Sunil Chandra Nayak

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଭାରତ

Sunil Chandra Nayak

Leave a Comment

error: Content is protected !!