ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା କାଲିର୍‌ ଭେନେଇ ଆଜିର୍‌ ଡେଢ଼୍‌ଶଶୁର

କାଲିର୍‌ ଭେନେଇ ଆଜିର୍‌ ଡେଢ଼୍‌ଶଶୁର

କାଏଲ୍ ତକ୍ ଥିଲିଁ ତୁମର୍ ପସଂଦ୍‌ ଶାଲୀ 

ଆଏଜ୍ କାଣା ହେଇଗଲା? 

ନାନୀର୍ ଠାନୁ ସେବା ପାଏବ ସିନେ ତୁମେ

ମୋତେ ଝୁରି ନି’ହୁଅ ଗୁଲ୍‌ଗୁଲା।୧

 

ଯେନ୍‌ କାମେ ମୋର୍ ନାନୀ ଥିଲା ବହଂଗର୍‌

ସେ କାମ୍ ଭିଲ୍ ଦେଉଥିଲ ମୋତେ 

ସୁଂଦ୍‌ରୀ ଶାଲୀର୍ ଡାକ୍ କାନେ ନି’ଭେଦ୍‌ଲେଁ 

ଝୁମ୍‌ରା ନି’ଭାଂଗୁଥାଇଁ ସତେ। ୨

 

ଶାଲୀକେ କହେସନ୍ ଅଧାଘର୍‌ବାଲୀ 

ପୁରାଣେ ଅଛେ ପରେ ଲେଖା

ବିର୍‌ଝା ଖିର୍‌ଜା କରି ଅନେତ୍ କରୁଥିଲ 

ନିଜ୍‌କେ ଭାବି ଧଂଗ୍‌ରା ଗଖା।୩ 

 

ସବୁକଥା ମନେ ଗୁଂଦ୍‌ଲେଇ ଘାଁଟି ହଉଛେ

ମୋର୍ ଟୁଡେଁ ଲାଗିଗଲା ତାଲା 

ମନର୍ କଥା ମନେ ତର୍‌ସି ଯାଉଛେଁ ଗୋ

ଲାଗୁଛେ କେତେ ଗୁଲ୍‌ଗୁଲା।୪ 

 

ନୂଆଁ ଦଗ୍‌ଲି ଗୁଟେ ପିଂଧ୍‌ଲା ମାତର୍‌କେ 

ମୋର୍ ଆଗାଡେଁ ଡିଡ଼ି ହେଇ 

ହସିହସି କରି ପଚ୍‌ରଉଥିଲ ଉସତେଁ 

ଫବୁଛେ କି ନି କହ ଲୋ ବୁଇ।୫

 

ଦଗ୍‌ଲି ଦେଖବାର୍‌ଟା ବଡ଼ା ଦୂରର୍ କଥା 

ଦେଖି ନି’ ପାର୍‌ବାର୍ ତୁମର୍ ମୁହୁଁ 

ଉଢ଼୍‌ନା ଭିତରେଁ ଟେର୍‌ଚେଇ ଟେରୀ ହେଇଯିମି

କାଣା କରି ପାର୍‌ମି ଗୋ ଆଉ।୬

 

ଅଧାମିଠା ବରଫ୍ ତମର୍ ମୁହେଁ ଗଲେଁ

ଅଧା ଚୁଷି ପକଉଥିଲିଁ ମୁଇଁ 

ଥରେଥରେ ନାନୀ ରିସ୍‌ମି ହଇ କହେ 

ମୋର୍ ଦରବ୍‌କେ ଆବ୍‌ରୁଛୁ ତୁଇ। ୭ 

 

ଅଏଁଠା ଖାଏବାର୍ ତ ଏଭେଁ ଦୂରର୍‌ କଥା 

ତୁମର୍‌ ଦରବ୍‌ ନି’ପାରେଁ ଛିଇଁ 

ଇ ମାଏନ୍‌ଟା କେନ୍‌ତା ଅଡ଼୍‌ଚନ୍ ବନିଗଲା 

ଅର୍‌କଲେଁ ପଡ଼ିଗଲିଁ ମୁଇଁ। ୮

 

ସିନେମା ଦେଖିଗଲେଁ ଜାନିକରି ନାନୀ

ରହିଯାଏ ଏକ୍‌ଲା ଘରେଁ 

ସାନ୍ ବୁହେନର୍ ମନ୍‌କେ ଚିନ୍‌ହି ପାରିଥିଲା 

ବୁଝଉଥିଲା ଥରେଥରେ। ୯

 

ସବୁଠାନୁ ଯାହାର୍ ଜହ ଫାଏଦା ହେଲା 

ସେ ଚୁଠା ତୁମର୍ ଲବାର୍ ଭାଏ

ଯାହା ମୁଢ଼ାଲେଁ ଅଧ୍‌ଖଁଡ଼ିଆ ନି’କରେ

କେଭେଁ ଭି ହାରି ନାଇଁ ଯାଏ।୧୦

ଗଅଁଲିଆ କବି ସୁଧୀର୍‌ ପଁଡ଼ା

Related posts

ମାଣ୍ଡେଲ ଠାରେ ଭାଗବତ ପ୍ରବଚନ ଓ କବିତା ଆସର ଅନୁଷ୍ଠିତ 

Sunil Chandra Nayak

ପ୍ରଶାସନ ର ଉଦ୍ୟମ ପରେ ତେଲେଙ୍ଗାନା ରୁ ଗାଁ କୁ ଫେରିଲେ ବନ୍ଧକ ଦାଦନ ଶ୍ରମିକ

କୋଭିଡ୍ ଲକ୍ଷଣ ଥିଲେ ମହାପ୍ରଭୁଙ୍କ ରଥଯାତ୍ରାକୁ ଆସନ୍ତୁ ନାହିଁ: ପ୍ରଦୀପ ଜେନା

Sunil Chandra Nayak

Leave a Comment

error: Content is protected !!