ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର ବସ୍ତିଆ ଙ୍କ କବିତା ମୈତ୍ରୀ ମନ୍ତ୍ର 

ମୈତ୍ରୀ ମନ୍ତ୍ର 

 

ଉପେନ୍ଦ୍ର ବସ୍ତିଆ 

 

ବନ୍ଧୁ ହେ ତୁମେ ଭାରତ ଭୁଇଁରେ 

ମୈତ୍ରୀ ଖୋଜୁଛୁ କାହିଁ 

ଭୋଅଟ ପାଇଁକି ନୋଅଟ ଭିତରେ 

ଦେଶ ନାଗରୀକ ଯହିଁ 

ଏ କି, ନଗ୍ନ ଛବିର ବେଶ 

ବାହାରକୁ ଖାଲି ସୁଠାମ ସୁନ୍ଦର 

ସାର୍ଵଭୌମ ଗଣ ତନ୍ତ୍ରର ଦେଶ ll

 

 ତୁମଆମ ପାଇଁ ଗଣ ତନ୍ତ୍ରରଦେଶ 

ମୁଖା ପିନ୍ଧିଅଛି ଯିଏ 

ମଣିଷ ଭିତରେ ମାଲିକ ମୁଲିଆ 

ଭିଆଉଛି ଆଜି ସିଏ 

 ଏ କି, ହୀନ ମନ୍ୟତାନୀତି 

ଯା ଲାଗି ଏ ଦେଶ ମୈତ୍ରୀ ତୁଟୁଛି 

ଘୋଟୁଛି ଏ କଳା ରାତି ll

 

କଳା ଟଙ୍କାର ଝଙ୍କାର ଶୁଭେ 

ଆଜିର ମଣିଷ କାନେ 

ସେହି ଟଙ୍କାରେତ ଶାନ୍ତି ତୁଟୁଛି 

ଦିନ ଦଳିତର ମନେ 

 ମୈତ୍ରୀ ଆସିବ କାଁହୁ 

ତୁଟାଅ ଏ ଦେଶୁଁ ପୁଞ୍ଜି ଶୋଷଣ 

ସାହୁକାର ରାତି ପାହୁ ll

 

କୃଷକ ଛାତିରେ ଛାତ୍ର ଛାତିକୁ 

ମିଶାଅରେ ଆଜି ଏଠି 

ମାଲିକ ଶ୍ରମିକ ଏକାକାର ହେଉ 

ଭେଦ ଭାବ ଯାଉ ତୁଟି 

ଆସୁରେ ସମତା ଆସୁ 

ଗୋଟିଏ ଘାଟରେ ଶାଶକ କୃଷକ 

ଏକାକାର ହୋଇ ମିଶୁ ll

 

ମଣିଷ ଭିତରେ ଗୋଷ୍ଠୀ ବିବାଦ 

ଭିଆଇ ରଖିଛି ଯିଏ 

ଗୋଟିଏ ମନରୁ କୋଟିଏ ଫାଇଦା 

ଉଠାଇ ଚାଲିଛି ସିଏ 

ସେଇ ସଂତ୍ରାସ ତୁଟୁ 

ହାଟରେ ଘାଟରେ ପୂର୍ଣ୍ଣ କୁଟୀରରେ 

ପ୍ରୀତି ପଦ୍ମ ଫୁଲ ଫୁଟୁ ll

 

ତୋ ମନମାନସେ ଚେତାଇ ଚେତାଇ 

ଅନୁରୋଧ କରେ କବି 

ଗଣ ଜାଗରଣ ଦେଖିବା ଲାଗିରେ 

ନୂତନ ସୂର୍ଯ୍ୟ ଛବି 

ଧର୍ମ ବିବାଦ ତୁଟୁ 

ଖଟିଖିଆ ହାତେ ଆଗାମୀ କାଲିର 

ଅଧିକାର ଫୁଲ ଫୁଟୁ ll

 

ସା -E/204/ସେକ୍ଟର -9
ରାଉରକେଲା 
ଜିଲ୍ଲା -ସୁନ୍ଦର ଗଡ଼ ll

Related posts

ମଣ୍ଡାଠାକୁରା ଗ୍ରାମରେ ୨୩ ତମ ସାର୍ବଜନୀନ ଲକ୍ଷ୍ମୀପୂଜା

Sunil Chandra Nayak

ବିଶ୍ବ ଫଟୋଗ୍ରାଫି ଦିବସ ଅବସରରେ ରାଉରକେଲା ଫଟୋଗ୍ରାଫର ଓ  ଭିଡିଓଗ୍ରାଫି ଆସୋସିଏସନ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଯୋଡାପୋଖରୀ କ୍ଲବ ଆନୁକୁଲ୍ୟରେ ରଜ ପର୍ବ ଉପଲକ୍ଷେ ୨୪ ତମ ଗ୍ରାମାଞ୍ଚଳ ନୃତ୍ୟ ଓ ଫୁଟବଲ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!