ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ସ୍ଵଛ ପରିବେଶରେ ଆମେ ଓ ବୃକ୍ଷ

ସ୍ଵଛ ପରିବେଶରେ ଆମେ ଓ ବୃକ୍ଷ

ଶ୍ରୀ ଶରତ ଚନ୍ଦ୍ର ପଣ୍ଡା

 

ଆମେ ଆମର ଚାରିପାଖ

ସ୍ଵଛତା କରିବା ନିରେଖ ll

ସଫା କରିବା ଖତଗଦା

ଲଟା ଓ ବୁଦା ସବୁ ପଦା ll

ଖାତ,ପୋତିବା ଲକ୍ଷ୍ୟ ରଖି

ପାଣି କିପରି ଥିବ ଶୁଖି ll

ଅଳିଆ ଆବର୍ଜନା ଯାହା

ଏକାଠି ରଖିବା ଯେ ତାହା ll

ନିଜେ ପିନ୍ଧିବା ସଫା ଲୁଗା

ବସିବା ସଫlକରି ଜଗା ll

ଖାଇବା ଆଗୁ ହାତ ଧୋଇ

ଏ କଥା କ୍ଷଣେ ନ ଭୁଲଇ ll

ଘର ବାହାର ଦlଣ୍ଡ ପିଣ୍ଢl

ବୃକ୍ଷ କୁ ନ କରିବା ଲଣ୍ଡା ll

ଆଚାର,ସ୍ଵଛ ବିଚାରରେ,,

ହେଳl ଟି ନକରିବା ଥରେ ll

ବୃକ୍ଷ ଯେ ଜୀବନ ଆମର

ଟିକିଏ ଶ୍ରଦ୍ଧl ତାରେ କର ll

ଅମ୍ଳଜାନ ସହିତ ଛାଇ

ବରମାସ ଯୋଗାଇ ଥାଇ ll

ପତ୍ର ତାହାର ଦରକାର

ଔଷଧ ରୂପେ ବ୍ୟବହାର ll

ଫୁଲ ଅଟଇ ଦରକାରୀ

ପୂଜା, ସୁଗନ୍ଧ ତାର ଭାରି ll

ଫଳ ଦିଅଇ ଖାଦ୍ୟ ଗୁଣ

ଏହାକୁ ମନଦେଇ ଶୁଣ ll

କାଠ ତା ଆମ ର ଜlଳେଣି

ଆଣିବl ଯଥା ବେଳ ଜାଣି ll

କାଠ’ ଗଛର ମୂଲ୍ୟବାନ

ବିଶ୍ଵ ଭୁବନେ ରଖେ ମାନ ll

 ଚଳଣି ସାମଗ୍ରୀ କାଠରୁ

ମୃତ୍ୟୁ ସମୟେ ସିଏ ଗୁରୁ ll

ଗଛରୁ କୋଟି’ ଆସବାବ

ତିଆରୀ ହୁଅଇ ସମ୍ଭବ ll

ଗଛ ଦିଅଇ ବର୍ଷା ପାଣି

ଏ କଥା ସର୍ବେ ଅଛେ ଜାଣି ll

ନିର୍ମଳ ପବନ ଛlଡ଼ଇ 

ମଳୟ ପରସ ଦିଅଇ ll

ପତ୍ର, ଫୁଲ ଓ କାଠ, ଛାଇ

ଅବଶ୍ୟ ସକଳ ତା ପାଇଁ ll

ଆମେ ମାନବ ଜାତି ଯେତେ

ଗଛ ପୋତିବା ଯେଝା ମତେ ll

ଜୀବନେ ଏକଇ ଗଛକୁ

ପୋଷ୍ୟ ଭାବରେ ରଖିବାକୁ ll

ମାନବ ଦ୍ୱାରା ସବୁ କାମ

ଚାହିଁଲେ ସମ୍ଭବ ହୋଇବ ll

ଘର, ସଦସ୍ୟ ଖାଦ୍ୟ ପେୟ

ପୋଷାକ, ଚଳଣି ବିଷୟ ll

ବାଡ଼ି ବଗିଚା ସଫା କାର୍ଯ୍ୟ

କରି ପାରିବ ରଖି ଧୈର୍ଯ୍ୟ ll

ଆପେ ସ୍ଵଛତା ଆଦରିଲେ

ସମାଜ ଜାଣିଯିବ ଭଲେ ll

Related posts

ଆଜାଦି କୀ ଅମୃତମହୋତ୍ସଵ ଅବସରରେ ତେନ୍ତୁଳିଖୁଣ୍ଟି ବ୍ଲକ ରେ ଗଡ଼ିଲା ସ୍ୱଚ୍ଛତା ରଥ

Sunil Chandra Nayak

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି

Sunil Chandra Nayak

ଶ୍ରୀ ମଧୁସୂଦନ ମାହାପାତ୍ର ଙ୍କ କବିତା ଦୂରପରବତ

Sunil Chandra Nayak

Leave a Comment

error: Content is protected !!