ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଲ ହେଲଥକ୍ଲବ ସଦସ୍ୟ ଙ୍କ ଦ୍ବାରା ମାନସିକ ଗ୍ରସ୍ତ ଙ୍କ  ଶେଷ କୃତ୍ୟ

ନୂଆପଡା ଜିଲ୍ଲା ଖଡିଆଳ ସହର ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଲିଛି । ଅତ୍ୟନ୍ତ ଦୁଃଖ ତଥା ବିଡମ୍ବନା ର ବିଷୟ ମାନଷିକଗ୍ରସ୍ତ ଦଳିତ ମହିଲା ଦେମନ୍ତି ଙ୍କ ଶବ କୁ ସଂସ୍କାର ପାଇଁ କୌଣସି ଲୋକ ତଥା ମୃତକ ମହିଲା ଙ୍କ ବନ୍ଦୁ ବାନ୍ଦବ କିମ୍ବା ଜାତି ପରିଜନ ଲୋକ ଜଣେ ମଧ୍ୟ ବାହାରିନଥିଲେ । ଯୁବ ସମାଜସେବୀ ରାଜେଶ ପୋଡ ହେଲଥ କ୍ଲବ ର ସଦସ୍ୟ ମାନଙ୍କୁ ଏହି ସମ୍ବନ୍ଦରେ ଖବର ଦେବାପରେ ଆରମ୍ବ ହୋଇଥିଲା ଦେମନ୍ତି ତାଣ୍ଡି ଶବ ସଂସ୍କାର କାର୍ଯ୍ୟକ୍ରମ । ହେଲଥ କ୍ଲବ ର ସଭାପତି ପଦ୍ମଲୋଚନ ବର୍ମା ଓ ବରିଷ୍ଚ ସଦସ୍ୟ ବିଜୟ କୁମାର ସହିସ ଓ କୁଲଦିପ ବର୍ମା ତୁରନ୍ତ ଆଗେଇ ଆସିଥିଲେ । ଏହାପରେ ଭଗତ ସିଂ କ୍ଲବ ର ସଭାପତି ବିକାସ ନୟାଖୋର ଓ ତାଙ୍କ ସାଥୀ ଓ ସମାଜସେବୀ ଅବସରପ୍ରାପ୍ତ ସୈନିକ କଲିମ ମହମ୍ମଦ ମଧ୍ୟ ଜାତିଗତ ଧର୍ମ ନିର୍ବିଶେଷ ରେ ଶବ ସଂସ୍କାର କାମ ରେ ନିୟୋଜିତ ଥିଲୋ । ଖଡିଆଳ ର ନଗରପାଳ ଉଜ୍ଜଲ ଗୁପ୍ତା ମଧ୍ୟ ଶବ ସଂସ୍କାର ପାଇଁ କାଠ ର ବ୍ୟବସ୍ଥା କରିଥିଲେ । ଯୁବ ସମାଜସେବୀ ରାଜେଶ ପୋଡ ଧୁପକାଠି ଠାରୁ ନେଇ ଘିଅ ମାଟିତେଲ ପ୍ରଭୁତି ଶବ ସଂସ୍କାର ସାମଗ୍ରୀ ଏକାଠି କରି ସମୁହ ଯୁବ ସମାଜସେବୀ ମାନେ ଏକା ସାଙ୍ଗ ରେ ମୁଖାଗ୍ନି ଦେଇ ସମ୍ମାନ ର ସହ ଦେମନ୍ତି ତାଣ୍ଡି ଙ୍କ ଶବ ସଂସ୍କାର ହୋଇଛି ।ଗତ ମଇ ୧ ତାରିଖ ତାର ଶରୀର ଅଶୁସ୍ଥ କାରଣ ରୁ ଖଡିଆଳ ର ଏସଡିଏଚ ହସପିଟାଲ ରେ ଭର୍ତି ହୋଇଥିଲେ ସୋମବାର ସକାଲ ୮ ଟା ସମୟ ରେ ତାଙ୍କର ଦେହାନ୍ତ ହୋଇଥିଲା ।ଗତ ବର୍ଷ ଦେମନ୍ତି ତାଣ୍ଡି ଙ୍କ ସ୍ବାମୀ ଯଦୁ ତାଣ୍ଡି ଙ୍କ କରୋନା ସମୟ ରେ ମୃତ୍ୟୁ ଘଟିଥିଲା ।ସେହିଭଳି ଦେମନ୍ତି ଙ୍କ ପୁଅ ମିଚର ତାଣ୍ଡି ଟିବି ରୋଗ ରେ ଏହା ପୁର୍ବ ରୁ ମୃତ୍ୟୁ ଘଟିଛି ।ପରିବାରହୀନ ବେସାହାରା ମହିଲା ଙ୍କ ମୃତ ଶବ କୁ ହେଲଥ କ୍ଲବ ଓ ଭଗତ ସିଂ କ୍ଲବ ର ଯୁବକ ମାନେ ଯେଉ ମଣିଷ ପଣିଆ ଦେଖାଇଛନ୍ତି ସେମାନଙ୍କୁ ଖଡିଆଳ ର ବୁଦ୍ଧିଜୀବି ତଥା ସ୍ଥାନୀୟ ଲୋକମାନେ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

ବାଲେଶ୍ବର – ହେବନି ସେବା ସମବାୟ ସମିତି ନିର୍ବାଚନ, ଅପ୍ରତିଦ୍ବନ୍ଦୀ ଭାବେ ହେଲେ ନିର୍ବାଚିତ

ପଥ ମହୋତ୍ସବ ‘ମୁରୁଜରେ ମୋ ଜଗନ୍ନାଥ’ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!