ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଦରବ୍ଲକ ସିକୁଆଁ ଗ୍ରାମ ପଂଚାୟତ ରେ ଜଳ ସଙ୍କଟ ଭୟା ଭୟ, ସୋଲାର ଅଚଳ

 ଭବାନିପାଟଣା -:  କଳାହାଣ୍ଡି ଜିଲ୍ଲା ଭବାନୀପାଟଣା, ସଦର ବ୍ଲକ ଅନ୍ତର୍ଗତ ସିକୁଆଁ ପଂଚାୟତ ରେ ଜଳ ସଙ୍କଟ କହିଲେ ନସରେ, ସାଧାରଣ ଜନତାଙ୍କ ଦୁଃଖ ଦେଖିବ କିଏ, ଏହି ପଂଚାୟତ ରେ ସାଲେଗାଁ, ରଜନା ପୁର, ସିକୁଆଁ ଇତ୍ୟାଦି ଗ୍ରାମରେ ପାଣି ପାଇଁ ଲୋକେ ଡହକ ବିକଳ ହେଉଥିବା ପ୍ରକାଶ । ଏହି ପଂଚାୟତ ରେ ସାଲେଗାଁ ଠାରେ ସୋଲାର ମାଧ୍ୟମ ରେ ମଧ୍ୟ ଜଳ ଯୋଗାଣ ର ବ୍ୟବସ୍ଥା କରିଥିବା ବେଳେ ଦୀର୍ଘ 2-3ମାସ ହେଲାଣି ତାହା ଅଚଳ ହେଇଥିବା ହେତୁ ଜଳ ଯୋଗାଣ ଠପ ହୋଇଯାଇଛି, ଏବଂ ବସୁଧା ଯୋଜନା ରେ ମଧ୍ୟ ଜଳ ଯୋଗାଣ ହୋଇ ପାରି ନାହିଁ। ଅନ୍ୟ ପକ୍ଷ ରେ ଏହି ଗ୍ରାମ ର ବିଦ୍ୟୁତ ଯୋଗାଣ ତାର ଚୋରି ହୋଇଥିବା ପ୍ରକାଶ କରିଛନ୍ତି । ସୋଲାର ଛତା ଖରାଫ ହେତୁ ଖୋଲି କରି ନୂତନ ସୋଲାର ଛତା ଲଗା ଯାଇଥିଲେ ମଧ୍ୟ୍ୟ, ଆବଶ୍ୟକ ସାରଞ୍ଜାମ କୁ ଖୋଲି ନେଇ ଯାଇଥିବା ଗ୍ରାମବାସୀ ପ୍ରକାଶ କରିଥିଲେ, ଯାହା ଫଳରେ ଜଳାଯୋଗାଣ ହୋଇପାରୁନାହିଁ, ଏବିଷୟ ରେ ବିଭାଗୀୟ ଯନ୍ତ୍ରୀ ଙ୍କୁ ଆମ୍ଭ ପ୍ରତିନିଧି ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଫୋନ କଲ ଗ୍ରହଣ କରି ନ ଥିଲେ, ଏହି ପଂଚାୟତ ରେ ଜଳ ସଙ୍କଟ ସହ ଗରମ ତାତି ଯୋଗୁଁ ଲୋକଙ୍କ ଦୁର୍ଦଶା କହିଲେ ନ ସରେ. ନଳ କୁଅଁ ରେ ମଧ୍ୟ ପାଣି ଠିକ ଭାବରେ ବାହାରୁ ନଥିବା ଜଣାଯାଏ, ନଦୀରେ ମଧ୍ୟ ପାଣି ନାହିଁ. ଯଥା ଶୀଘ୍ର ପ୍ରଶାସନ ଏ ଦିଗରେ ସୁବ୍ୟବସ୍ଥା କରିବା କୁ ଦାବି ହେଉଛି.।

ଖିରୋଦ କୁମାର ମଙ୍ଗରାଜ ଙ୍କ ରିପୋର୍ଟ

Related posts

ସହିଦ ରେଣ୍ଡୋ ମାଝୀ ଙ୍କ ୬୭ତମ ସହିଦ ଦିବସ ପାଳିତ

Sunil Chandra Nayak

ଛାଇ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଅସଂଜତ ଏ ସଂଜ

Sunil Chandra Nayak

Leave a Comment

error: Content is protected !!