ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିଶୁ ମୃତ୍ୟୁହାର ହ୍ରାସରେ ଓଡ଼ିଶା ଦେଶରେ ପ୍ରଥମ

ଶିଶୁ ମୃତ୍ୟୁହାର ହ୍ରାସରେ ଓଡ଼ିଶା ଦେଶରେ ପ୍ରଥମ । ତେବେ ରାଜ୍ୟରେ ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ୨୦୦୫ ମସିହାରୁ ୨୦୨୦ ମସିହା ଭିତରେ ରାଜ୍ୟରେ ଆଇଏମଆରରେ ୩୯ ପଏଣ୍ଟ ହ୍ରାସ ଘଟିଛି । ଦେଶରେ ଏହି ସମୟରେ ୩୦ ପଏଣ୍ଟ ହ୍ରାସ ଦେଖିବାକୁ ମିଳିଛି । ଓଡ଼ିଶାରେ ଏବେ ପ୍ରତ୍ୟେକ ୧ ହଜାର ଜୀବନ୍ତ ଶିଶୁଙ୍କ ମଧ୍ୟରେ ୩୬ ଜଣଙ୍କ ମୃତ୍ୟୁ ହେଉଛି । ୨୦୦୫ ମସିହାରେ ରାଜ୍ୟରେ ଆଇଏମଆର ୭୫ ରହିଥିଲା । କିନ୍ତୁ ସର୍ବାଧିକ ପଏଣ୍ଟ ହ୍ରାସ ସତ୍ତ୍ୱେ ଓଡ଼ିଶା ଏବେ ବି ଶିଶୁ ମୃତ୍ୟୁହାରକରେ ସମ୍ବେଦନଶୀଳ ରାଜ୍ୟ ତାଲିକାରେ ତଳଆଡ଼ୁ ତୃତୀୟ ସ୍ଥାନରେ ରୌିଛି । ମଧ୍ୟପ୍ରଦେଶୂ, ଛତିଶଗଡ଼ରେ ୩୮, ଆସାମ ଓ ଓଡ଼ିଶା ଯୁଗ୍ମ ଭାବରେ ୩୬ ପଏଣ୍ଟରେ ରହିଛନ୍ତି । ରାଜ୍ୟରେ ଶିଶୁ ମୃତ୍ୟୁହାର ସର୍ବାଧିକ ପଏଣ୍ଟ ହ୍ରାସ ପାଇବା ପରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି ଓ ଟିମ ଓଡ଼ିଶାକୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବିକାଶର ବିଭିନ୍ନ କ୍ଷେତ୍ରରେ ଓଡ଼ିଶା କ୍ରମାଗତଭାବେ ସଫଳତା ହାସଲ କରି ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିଛି ।ଆଜି ମୋର ସରକାର ସମୀକ୍ଷ ବୈଠକରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀଙ୍କୁ ଏହି ସୂଚନା ଦେବା ସହିତ ରାଜ୍ୟରେ ଶିଶୁ ମୃତ୍ୟୁ ପ୍ରତି ହଜାରରେ ୩୬କୁ ଖସି ଆସିଥିବା କହିଥିଲେ । ରାଜ୍ୟର ବିକାଶ ଯାତ୍ରାରେ ସମସ୍ତେ ସାମିଲ ହୋଇ ଓଡ଼ିଶା ପାଇଁ ନୂଆ ସଫଳତା ହାସଲ କରିବା ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ ରାଜ୍ୟରେ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ହ୍ରାସ ପାଇଁ ୨୦୧୫-୧୬ ମସିହାରୁ ସମ୍ପୂର୍ଣ୍ଣ ଭଳି ଅଭିନବ ସ୍ୱାସ୍ଥ୍ୟସେବା ଯୋଜନା ଆରମ୍ଭ ହୋଇଛି । ଏଥିରେ ବିପଦପୂର୍ଣ୍ଣ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଚିହ୍ନଟ କରି ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ପ୍ରଥମ ରେଫରାଲ ୟୁନିଟରେ ଗର୍ଭବତୀ ମହିଳାଙ୍କୁ ଅସ୍ତ୍ରୋପଚାର ସୁବିଧା ଯୋଗାଇ ଦିଆଯିବା ସହି ଲକ୍ଷ୍ୟ କାର୍ଯ୍ୟକ୍ରମ ଅଧିନରେ ପ୍ରସବକାଳୀନ ସମସ୍ୟା ଓ ନବଜାତ ଶିଶୁଙ୍କୁ ଗୁଣାତ୍ମକ ଯତ୍ନ ସେବା ମିଳିପାୂରୁଛି । ଏଥିପାଇଁ ରାଜ୍ୟରେ ୭୪ଟି ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଛି । ସେହିପରି ରାଜ୍ୟରେ ୪୪ଟି ସ୍ୱତନ୍ତ୍ର ନବଜାତ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟ କରୁଛି ।ସ୍ୱାସ୍ଥ୍ୟ କ୍ଷେତ୍ର ରେ ଆଉ ଏକ ସଫଳତା ହାସଲ କରିଛି ଓଡିଶା । ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇଛି । ସ୍ୱାସ୍ଥ୍ୟ କ୍ଷେତ୍ର ରେ ଛୁଇଁଛି ମାଇଲ ଷ୍ଟୋନ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପଶୁଙ୍କ ପାଇଁ ଆସିଲା କରୋନା ଭ୍ୟାକ୍ସିନ…

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ହାଉ ପଳେଇବ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଆଜିର ତାଜା ଖବର

Leave a Comment

error: Content is protected !!