ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପର୍ଯ୍ୟଟକ ମାନଙ୍କ ପାଇଁ ବହୁବିଧ ବ୍ୟବସ୍ଥାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟ୍ଟନାୟକ ତିନିମହଲା ବିଶିଷ୍ଟ ବହୁତଳ କାର ପାର୍କିଂର ଲୋକାର୍ପଣ କରିଛନ୍ତି। ପାର୍କିଂ ନିକଟରେ ପର୍ଯ୍ୟଟକଙ୍କ ପାଇଁ ଟିକଟ ଘର, ପାନୀୟ ଜଳ ସୁବିଧା, ଶୌଚାଳୟ, ଡ୍ରାଇଭର ପ୍ରତୀକ୍ଷା ଗୃହ ପରି ବ୍ୟାପକ ବ୍ୟବସ୍ଥା କରାଯାଇଛି।ବହୁତଳ କାର ପାର୍କିଂରେ ଏକକାଳୀନ ୫୮୩ଟି ଚାରିଚକିଆ ଯାନ ସମେତ ୨୦୦୦ଟି ଦୁଇଚକିଆ ଯାନ ରହିବା ଭଳି ସୁବିଧା ରହିଛି। ଏହା ଦ୍ୱାରା ଯାନବାହନ ଭିଡ଼ କମିବା ସହ ଟ୍ରାଫିକ୍‌ ସମସ୍ୟାର ମଧ୍ୟ ସମାଧାନ ହେବ। ଏଥିସହ ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡ଼ିଆଖାନାରେ ପରିଣତ କରିବା ପାଇଁ ସରକାର ୨୦ ବର୍ଷିଆ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି।

ଆଗାମୀ ଦିନରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ଏବଂ ନନ୍ଦନକାନନ ଅଧିକ ଆକର୍ଷଣୀୟ ହେବା ସହ ଅତ୍ୟାଧୁନିକ ପର୍ଯ୍ୟଟନ କ୍ଷେତ୍ର ରୂପେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବ ସେ ଦିଗରେ ପଦକ୍ଷେପ ନିଆ ଯାଇଛି। ଏହି ଅବସରରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଉତ୍ତରର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା, ପ୍ରମୁଖ ମୁଖ୍ୟ ବନସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶ୍ରୀ ଶିଶିର କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ସାପ କାମୁଡ଼ାରେ ଜଣେ ମହିଳା ମୃତ

Sunil Chandra Nayak

ବାଇକ ଦୁର୍ଘଟଣାରେ ମହିଳା ଓ ଶିଶୁପର୍ଯ୍ୟବେକ୍ଷିକା ଙ୍କ ମୃତ୍ୟୁ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!