ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଧର ମହାନ୍ତ ଙ୍କ କବିତା ଭୋଟ

ଭୋଟ

 

      (ବଙ୍ଗଳା ଶ୍ରୀ )

ଦେଶ ସ୍ୱାଧୀନତା ପରେ ପ୍ରତିପାଞ୍ଚ

      ବର୍ଷେ ହୁଏ ନିର୍ବାଚନ

ସ୍ୱଚ୍ଛ ନିରିମଳ କରିବା ପାଇଁକି

     ଗଣତନ୍ତ୍ର ସୁଶାସନ |1|

 

ନିର୍ବାଚନ ହେଲେ ସୁବର୍ଣ୍ଣ ସମାନ

       ଝଟକେ ଦେଶର ଆଭା

କୋଟିଏ ସୂର୍ଯ୍ୟଙ୍କ କିରଣୁ ଉଜ୍ଜଳ

     ସୁନ୍ଦର ଶାସନ ପ୍ରଭା |2|

 

ସ୍ୱଚ୍ଛ ରମଣୀୟ ସୁନ୍ଦର ଶାସନ

     ଆବଶ୍ୟକ କରେଦେଶ

ତେବେଯାଇଦେଶ ସ୍ବପଥେଚାଲଇ

    ଜଗତେ ମିଳେ ସନ୍ଦେଶ |3|

 

ନୂଆନୂଆ ଦେଶେ ଚାଲିଲା ନିର୍ମଳ

    ଜନତନ୍ତ୍ର ଗଣତନ୍ତ୍ର

ନୂଆଉତ୍ସାହର ଅମୋଘ ଖଡ଼ଗ

      ଆନନ୍ଦର ମହାମନ୍ତ୍ର |4|

 

କିଛିଦିନ ଯେବେ କରିଲେ ଶାସନ

     ସ୍ୱାର୍ଥପର ସୁଶାସକ

ସେହିମାନେଦିନେ ସାଜନ୍ତି ଅସୁର

      ହତ୍ୟାକାରୀ ପ୍ରଶାସକ |5|

 

ଶାସନଗାଦୀକୁ ଆନେ ଦେବାପାଇଁ

   ନ ବଳାନ୍ତି ଜମାମନ

ତେଣୁଗଣତନ୍ତ୍ର ତଣ୍ଟିକୁ ଚିପନ୍ତି    

     ଅତ୍ୟାଚାରୀ ଘନ ଘନ |6|

 

ଭୋଟବେଳହେଲେ ମୁଖ୍ୟମନ୍ତ୍ରୀ ଠାରୁ 

     ଶତ ଶତ ବିଧାୟକ

ଗାଆଁକୁ ଦଉଡି ନିଦଭୁଲିଯାନ୍ତି

    ଲୋକେ ମାରନ୍ତି ସାୟକ |7|

 

ରାତାରାତିଲୋକେ ଟଙ୍କା ବିଞ୍ଚି ଦେଇ

     ଜନତାଙ୍କୁ କିଣି ଆଣି

ପାଞ୍ଚବର୍ଷ ଯାଏ ଦହନ କରନ୍ତି   

    ଦୁଷ୍ଟ ଖଳଲୋକ ଜାଣି |8|

 

ଛତାଠାରୁ ଜୋତା ଚାଉଳରୁ ଡାଲି

      ବାଣ୍ଟିଦେଇ ଘରେ ଘରେ

ତୁମ ଟାକ୍ସ ତୁମ ମୁଣ୍ଡେଲଦି ଦେଇ 

     ସାଜିଥାନ୍ତ ବରବର |9|

 

ତୁମରି ଟଙ୍କାରେ ତୁମକୁ ଚଳାନ୍ତି

     ଗୃହବିଭାଗର ଡୋରି

ନିଜ ହାତେରଖି ଅନ୍ୟାୟ କରନ୍ତି

   ପିଠିରୁ ଚମଡା କୋରି |10|

 

ଯେଉଁଦେଶେଅଛି ସ୍ୱଚ୍ଛ ସରକାର

   ତହିଁଚାଲେ ସୁଶାସନ

ଭୋଟ ହୁଏ ତହିଁ ନିର୍ମଳ ସୁନ୍ଦର

      ସ୍ଵଛରହିଥାନ୍ତି ଜନ |11|

 

ଅତ୍ୟାଚାରୀଅତ୍ୟା ଚାରରୋକିପାରେ

     ନିରପେକ୍ଷ ନିର୍ବାଚନ

ନହେଲେ ବିପଦ ମାଡିଆସେ ଦେଶେ

     ଅଶ୍ରୁ ହୁଏ ବିସର୍ଜନ |12|

 

ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା

ହରି ଚନ୍ଦନ ପୁର, କେନ୍ଦୁଝର

 

Related posts

କୋଷାଗୁମୁଡା ଡ୍ରିମସ୍ ଇଣ୍ଡିଆ ପବ୍ଲିକ୍ ସ୍କୁଲ ରେ ଛାତ୍ରୀ ଛିଙ୍କି ଟପର

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ମା

Sunil Chandra Nayak

ଛାତ୍ରୀ ଥିଲେ,ହେଲେ ପ୍ରେମିକା: ଏବେ ପ୍ରତାରଣା ଏବଂ ନିର୍ଯାତନା ଦେଇ ଥାନା ରେ ଅଟକ

Sunil Chandra Nayak

Leave a Comment

error: Content is protected !!