ଭୋଟ
(ବଙ୍ଗଳା ଶ୍ରୀ )
ଦେଶ ସ୍ୱାଧୀନତା ପରେ ପ୍ରତିପାଞ୍ଚ
ବର୍ଷେ ହୁଏ ନିର୍ବାଚନ
ସ୍ୱଚ୍ଛ ନିରିମଳ କରିବା ପାଇଁକି
ଗଣତନ୍ତ୍ର ସୁଶାସନ |1|
ନିର୍ବାଚନ ହେଲେ ସୁବର୍ଣ୍ଣ ସମାନ
ଝଟକେ ଦେଶର ଆଭା
କୋଟିଏ ସୂର୍ଯ୍ୟଙ୍କ କିରଣୁ ଉଜ୍ଜଳ
ସୁନ୍ଦର ଶାସନ ପ୍ରଭା |2|
ସ୍ୱଚ୍ଛ ରମଣୀୟ ସୁନ୍ଦର ଶାସନ
ଆବଶ୍ୟକ କରେଦେଶ
ତେବେଯାଇଦେଶ ସ୍ବପଥେଚାଲଇ
ଜଗତେ ମିଳେ ସନ୍ଦେଶ |3|
ନୂଆନୂଆ ଦେଶେ ଚାଲିଲା ନିର୍ମଳ
ଜନତନ୍ତ୍ର ଗଣତନ୍ତ୍ର
ନୂଆଉତ୍ସାହର ଅମୋଘ ଖଡ଼ଗ
ଆନନ୍ଦର ମହାମନ୍ତ୍ର |4|
କିଛିଦିନ ଯେବେ କରିଲେ ଶାସନ
ସ୍ୱାର୍ଥପର ସୁଶାସକ
ସେହିମାନେଦିନେ ସାଜନ୍ତି ଅସୁର
ହତ୍ୟାକାରୀ ପ୍ରଶାସକ |5|
ଶାସନଗାଦୀକୁ ଆନେ ଦେବାପାଇଁ
ନ ବଳାନ୍ତି ଜମାମନ
ତେଣୁଗଣତନ୍ତ୍ର ତଣ୍ଟିକୁ ଚିପନ୍ତି
ଅତ୍ୟାଚାରୀ ଘନ ଘନ |6|
ଭୋଟବେଳହେଲେ ମୁଖ୍ୟମନ୍ତ୍ରୀ ଠାରୁ
ଶତ ଶତ ବିଧାୟକ
ଗାଆଁକୁ ଦଉଡି ନିଦଭୁଲିଯାନ୍ତି
ଲୋକେ ମାରନ୍ତି ସାୟକ |7|
ରାତାରାତିଲୋକେ ଟଙ୍କା ବିଞ୍ଚି ଦେଇ
ଜନତାଙ୍କୁ କିଣି ଆଣି
ପାଞ୍ଚବର୍ଷ ଯାଏ ଦହନ କରନ୍ତି
ଦୁଷ୍ଟ ଖଳଲୋକ ଜାଣି |8|
ଛତାଠାରୁ ଜୋତା ଚାଉଳରୁ ଡାଲି
ବାଣ୍ଟିଦେଇ ଘରେ ଘରେ
ତୁମ ଟାକ୍ସ ତୁମ ମୁଣ୍ଡେଲଦି ଦେଇ
ସାଜିଥାନ୍ତ ବରବର |9|
ତୁମରି ଟଙ୍କାରେ ତୁମକୁ ଚଳାନ୍ତି
ଗୃହବିଭାଗର ଡୋରି
ନିଜ ହାତେରଖି ଅନ୍ୟାୟ କରନ୍ତି
ପିଠିରୁ ଚମଡା କୋରି |10|
ଯେଉଁଦେଶେଅଛି ସ୍ୱଚ୍ଛ ସରକାର
ତହିଁଚାଲେ ସୁଶାସନ
ଭୋଟ ହୁଏ ତହିଁ ନିର୍ମଳ ସୁନ୍ଦର
ସ୍ଵଛରହିଥାନ୍ତି ଜନ |11|
ଅତ୍ୟାଚାରୀଅତ୍ୟା ଚାରରୋକିପାରେ
ନିରପେକ୍ଷ ନିର୍ବାଚନ
ନହେଲେ ବିପଦ ମାଡିଆସେ ଦେଶେ
ଅଶ୍ରୁ ହୁଏ ବିସର୍ଜନ |12|
ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା
ହରି ଚନ୍ଦନ ପୁର, କେନ୍ଦୁଝର