ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ଦୋଷ କ୍ଷମା କର ଜଳେ ଗଲି ଭାସି

        ରକ୍ଷା କର ପ୍ରଭୁ ମୋତେ

ତୋ ଦ୍ବାରେ ବସିଛି ତୋ ମୁହିଁ ଚାହିଁଛି

   କେବେ ନେବୁ ପାଖ ସତେ।

ଯେମିତି ଚାହିଁଛୁ ଜଗତ ଦେଖୁଛି

    ମୁହିଁ ଚାହିଁ ରହେ ତୋତେ

ସେମିତି ଚାହିଁଛି ମୋ ଆଶା ପୂରଣ

   ସତ କହ ଜଗନ୍ନାଥେ।

ସଂସାର ନଉକା ବାହି ମୁହଁ ଚାଲେ

    କୂଳ ପହଁଞ୍ଚିବା ପାଇଁ

ସେହି ପଥ ଦେଖା ନକର ଅଦେଖା

    ତୁହି ମୋ ଧରା ଗୋସାଇଁ।

ମଝି ଦରିଆରେ ନାବ ଟଳମଳ

    ଡାକି ତୋର ନାମ କେତେ

କଳା ମେଘ ଘନ ମାଡ଼ି ଆସେ ସତେ

    ଝଡ଼ ସାହା ଦିଅ ମୋତେ।

 ପବନ ଯାହାର ନିଜ ଅକ୍ତିଆର

     ଦୁନିଆ ତାକୁ ତ ଜଣା

କିଏ କ’ଣ କରେ ଖବର ତୁମର

    ସବୁ ପାଇଛ ଠିକଣା।

 

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ଡିବିରି ନିଆଁରେ ପୋଡ଼ି ବୃଦ୍ଧା ମୃତ

Sunil Chandra Nayak

ଚାକିରୀ କରାଇ ଦେବା ନାଁରେ ଠକେଇ

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଇନ୍ଦ୍ରଧନୁ

Sunil Chandra Nayak

Leave a Comment

error: Content is protected !!