ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପଭୋକ୍ତା ଙ୍କୁ ଆଶ୍ୱସ୍ତି.. ଆଜି ଠାରୁ ହ୍ରାସ ପାଇଲା ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର

ଦେଶର ତୈଳ ବିପଣନକାରୀ କମ୍ପାନି ସବୁ ଆଜିଠାରୁ ୧୯ କେ.ଜି. ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ହ୍ରାସ ଘୋଷଣା କରିଛନ୍ତି।ପ୍ରାପ୍ତ ସୂଚନା ଅନୁଯାୟୀ,, ଆଜିଠାରୁ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଆଗ ଅପେକ୍ଷା ୧୩୫ ଟଙ୍କା କମ୍‌ରେ ବିକ୍ରୟ କରାଯିବ। ସେହି ହିସାବରେ, ଦିଲ୍ଲୀରେ ୨,୩୫୪ ଟଙ୍କାରେ ବିକ୍ରୟ ହେଉଥିବା ୧୯ କ‌େ.ଜି. ‘ଏଲ୍‌ପିଜି’ ସିଲିଣ୍ଡର୍‌ ଏବେ ୨,୨୧୯ ଟଙ୍କାରେ ବିକ୍ରୟ ହେବ।

ସେହିପରି, ପୂର୍ବରୁ କୋଲ୍‌କାତାରେ ଟ. ୨,୪୫୪/-ରେ ବିକ୍ରୟ ହେଉଥିବା ୧୯ କ‌େ.ଜି. ‘ଏଲ୍‌ପିଜି’ ସିଲିଣ୍ଡର୍‌ ଏବେ ଟ. ୨,୩୨୨/-ରେ ବିକ୍ରୟ ହେବ। ଏହାଛଡ଼ା, ମୁମ୍ବାଇରେ ୧୯ କ‌େ.ଜି. ‘ଏଲ୍‌ପିଜି’ ସିଲିଣ୍ଡର୍‌ ଟ. ୨,୩୦୬/- ପରିବର୍ତ୍ତେ ଟ. ୨,୧୭୧.୫୦ ଏବଂ ଚେନ୍ନାଇରେ ଟ. ୨,୫୦୭/- ପରିବର୍ତ୍ତେ ୨,୩୭୩/-ରେ ବିକ୍ରୟ କରାଯିବ।

ଉଲ୍ଲେଖଯୋଗ୍ୟ, ମେ ୧୯ ତାରିଖରେ ଦେଶରେ ଉଭୟ ଘରୋଇ ଏବଂ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ମୂଲ୍ୟ ବୃଦ୍ଧି କରାଯାଇଥିଲା। ସେତେବେଳେ ଏହା ଥିଲା ସେ ମାସରେ ରନ୍ଧନ ଗ୍ୟାସ୍‌ ଦରର ଦ୍ବିତୀୟ ବୃଦ୍ଧି। ୧୪ କ‌େ.ଜି. ଘରୋଇ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ସେତେବେଳେ ଟ. ୩.୫୦ ବୃଦ୍ଧି ପାଇଥିବା ବ‌େଳେ ୧୯ କେ.ଜି. ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ଟ. ୮/- ବୃଦ୍ଧି ପାଇଥିଲା।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଜସ୍ବ ଗୃହ ନିର୍ମାଣ ଚାଲିଛି , ସରପଞ୍ଚ ଜାଣି ନାହାନ୍ତି କେଉ ବିଭାଗ ଓ କେତେ ଟଙ୍କା ବ୍ୟୟରେ କାର୍ଯ୍ୟ ହେଉଛି l

Sunil Chandra Nayak

ମେଡିକାଲ ସିଟ୍‌ ଦେବା ନାଁରେ ୩୦ ଲକ୍ଷ ଠକେଇ, ଗିରଫ ହେଲେ ଠକ…

ଶପଥ ନେଲେ ନବୀନଙ୍କ ନୂଆ ଟିମ୍‌

Leave a Comment

error: Content is protected !!