ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଆଇନ ଧାନ ଚାଳାଣ, ୨ ଟ୍ରକ ଜବତ

କୋକସରା,୧ା୬ – (ମ ନି ସ ) କଳାହାଣ୍ଡି  ଜିଲ୍ଲା କୋକସରା ବ୍ଲକ ଆମପାଣି ପୋଲିସ ଦ୍ୱାରା ଆନ୍ଧ୍ରପ୍ରଦେଶ କୁ ବେଆଇନ ଧାନ ଚାଲାଣ ବେଳେ ବୁଧବାର ୨ଟି ଟ୍ରକ୍ ଜବତ ହୋଇଛି। ସୂଚନା ଅନୁସାରେ ବ୍ଲକର ମୋଟେର ଓ ଜୟପାଟଣା ବ୍ଲକ ବାନେର ଅଞ୍ଚଳରୁ ୨ଟି ଟ୍ରକ୍ ଯୋଗେ ଆନ୍ଧ୍ରପ୍ରଦେଶ ର କାକିନାଡା କୁ ବେଆଇନ ଧାନ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇଁ ଆମପାଣି ପୋଲିସ ଟ୍ରକ କୁ ଅଟକ ରଖି ଯୋଗାଣ ବିଭାଗ କୁ ଜଣାଇଥିଲେ । ପରେ କୋକସରା ବ୍ଲକ ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ, ଧର୍ମଗଡ ଉପଖଣ୍ଡ ଯୋଗଣ ଅଧିକାରୀ ଖଗେଶ୍ୱର ପଣ୍ଡା ଘଟଣା ସ୍ଥଳରେ ପହଂଚି କାଗଜାତ ଯାଞ୍ଚ କରି ଗାଡି କୁ ଜବତ କରିଥିଲେ । ୨ ଟି ଟ୍ରକ୍ ନମ୍ବର ଏପି ୩୧ ଟିଟି ୧୭୨୮ ଓ ଓଡି ୧୦ ଆର୍ ୮୭୩୨ ରେ ୧୧ ଶହ ବ୍ୟାଗରେ ୩୫୯.୮୦ କ୍ୱିଇଣ୍ଟାଲ ଧାନ ଥିବା ଜଣାପଡିଛି । ଜବତ ଧାନ କୁ ବୋବରିଆ ସ୍ଥିତ ଜେକେ ଫୁଡ ରାଇସମିଲରେ ଜିମାଦେଇ ଦୁଇଟି ଟ୍ରକ କୁ ଆମପାଣି ଥାନାରେ ଅଟକ ରଖାଯାଇଥିବା କୋକସରା ବ୍ଲକ ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ ସୂଚନା ଦେଇଛନ୍ତି ।

Related posts

ଜାତୀୟ ଫ୍ଳୋରେନ୍ସ୍ ନାଇଟିଙ୍ଗଲ ପୁରସ୍କାର ପାଇଁ ମନୋନୀତ ଏମକେସିଜି ମେଡିକାଲରେ କାର୍ଯ୍ୟରତ ନର୍ସ ଶିବାନୀ ଦାସ

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଵାହୁଡିଲେ ମହାବାହୁ

Sunil Chandra Nayak

ସହିହେଉନି ଅସହ୍ୟ ତାତି, ପାରା ଡେଇଁଲା ୪୨ ଡିଗ୍ରୀ

Sunil Chandra Nayak

Leave a Comment

error: Content is protected !!