ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୂଅ ସଫାଇ କରୁ କରୁ ଟଳି ପଡିଲେ ଶଶୁର, ଜ୍ୱାଇଁ ଗୁରୁତର

କଲମପୁର – (ମ ନି ସ)  କଳାହାଣ୍ଡି ଜିଲ୍ଲା  କଲମପୁର ବ୍ଳକ ଅନ୍ତର୍ଗତ ପରୁଆଗୁଡା ଠାରେ ୨୪ ଫୁଟ ଗଭୀର ବିଶିଷ୍ଟ ଏକ କୂଅ ସଫେଇ କରୁଥିବା ବେଳେ କାଳ ହେଲା ଜଣେ ନିରୀହ ପରିବାର ର । ଅଣନିଶ୍ୱାସୀ ହୋଇ ଜୋଇଁ ଶଶୁର ଗୁରୁତର ହୋଇ ପଡ଼ିଥିଲେ। ଏ ବିଷୟରେ ଦମକଳ ବାହିନୀ ଙ୍କୁ ଖବର ଦେଲା ପରେ ଘଟଣା ସ୍ଥଳ କୁ ଦମକଳ ବାହିନୀ ପହଂଚି ଉଦ୍ଧାର କଲାପରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଉଭୟ ଗୁରୁତର ଙ୍କ ମଧ୍ୟରୁ ଶଶୁର ସଦାଶିବ ମାଝୀ ଙ୍କୁ କଲମପୁର ଚିକିତ୍ସାଳୟରେ ମୃତ୍ୟୁ ଘୋଷଣା କରାଯାଇଥିବା ବେଳେ ଜୋଇଁ ଶାନ୍ତନୁ ମାଝୀ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ସ୍ଥିତ କନକପୁର ଗ୍ରାମର କୁଣିଆ ହୋଇ ଶଶୁର ଘରକୁ ଆଶି ଭାଗ୍ୟ ର ବିଡମ୍ବନା ରେ କଲମପୁର ଚିକିତ୍ସାଳୟରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଖବର ରୁ ପ୍ରକାଶ ଯେ ଉକ୍ତ ମୃତକ ବ୍ୟକ୍ତି ଙ୍କୁ କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଜୟପାଟଣା ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁ ପଠାଇ ଯାଇ ଶବ ବ୍ୟବଛେଦ ପରେ ପୋଲିସ ବିଭାଗ ଶବ ଟିକୁ ପରିବାର ବର୍ଗ ଙ୍କୁ ହସ୍ତାନ୍ତରିତ କରିଛି । ଗୋଟିଏ ପଟେ ଶଶୁରଙ୍କ ପରିବାର ଶୋକାକୁଳ ପରିସ୍ଥିତିରେ ଥିବା ବେଳେ ଜୋଇଁ ଙ୍କ ପରିବାର ଭବାନୀପାଟଣା ଚିକିତ୍ସାଳୟରେ ଜୋଇଁ ଙ୍କ ସ୍ଵାସ୍ଥ୍ୟ ଆରୋଗ୍ୟ କାମନା କରି ମେଡିକାଲ ରେ ଉକ୍ତ ବ୍ୟକ୍ତିଙ୍କ ଚିକିତ୍ସା ପାଈଁ ଲାଗିପଡିଛନ୍ତି ।

କଲମପୁର ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ

Related posts

ବିଶୁଦ୍ଧ ପାଣି ଯୋଗାଣ କ୍ଷେତ୍ର ପରିଦର୍ଶନ କରି ସନ୍ତୋଷ ଜାହିର କଲେ ପୌର ଅଧ୍ୟକ୍ଷା

Sunil Chandra Nayak

ପ୍ରେମଲତା ଙ୍କ କବିତା ନାରୀ

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ସାରସ୍ବତ ଅଭିନନ୍ଦନ

Sunil Chandra Nayak

Leave a Comment

error: Content is protected !!