ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରିୟବ୍ରତ ଦେହୁରୀ ଙ୍କ କବିତା କେଉଁଠି ଥୋଇବି ପାଦ

କେଉଁଠି ଥୋଇବି ପାଦ

କେଉଁଠି ଥୋଇବି ପାଦ ହେ କଳାଠାକୁର

ଲାଗୁଛି ତ ମୋତେ ଡର,

ତୁମେ ଥାଇ ଯଦି ଏ ସସାରେ ଆଜି

ଅରାଜକତା ପହଞ୍ଚିବ ଅଗ୍ରର।

ସେନେହ ମମତାର ମୁଲ ନାହିଁ ଏ ସସାରେ

ବିକ୍ରି ହୁଏ ସବୁଠି ସ୍ୱାର୍ଥ,

ଘଡିକେ ଘୋଡ଼ା ଛୁଟି ବଦଳି ଯାଉଛି

ଋତୁ ପରି ଲାଗଇ ମଣିଷ।

ସବୁ କୁକର୍ମ ଗୁଡିକ ସାରା ପୃଥିବୀରେ

ଚାଲୁଛନ୍ତି ତାଙ୍କ ବାଟ,

ଦୁର୍ଲଭ ମଣିଷ ଜୀବନ କିଛି ଭଲ ଲାଗୁନି

ବାଟବଣା ହୁଏ ଏ ମଣିଷ।

ଜଗତ କରତା ବୋଲି ଜାଣେ ମୁହିଁ ତୁମକୁ

ସମର୍ପିଲି ଏ ଦୁନିଆର ସବୁ କଷ୍ଟ,

ତୁମେ ଅଟ ଶକ୍ତି ତୁମେ ଅଟ ପରା ମୁକତି

ତୁମ କୃପାରୁ କିଛି ଆମକୁ ଦେବ।

 

ପ୍ରିୟବ୍ରତ ଦେହୁରୀ

ଢେଙ୍କାନାଳ

Related posts

ଭାଷା କେହି କାହାର ଶତ୍ରୁ ନୁହନ୍ତି, ସମସ୍ତେ ପରିପୂରକ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ପାଳିତ

Sunil Chandra Nayak

ଲାଞ୍ଚ ଖୋର କିରାଣୀଙ୍କୁ ବାନ୍ଧିଲା ଭିଜିଲାନ୍ସ

Sunil Chandra Nayak

Leave a Comment

error: Content is protected !!