ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଞ୍ଚଳିକ ବ୍ରାହ୍ମଣ ସମିତି ତରଫରୁ ପଞ୍ଚାୟତ ସ୍ତରୀୟ କମିଟି ଗଠିତ

ବାଲେଶ୍ଵର,୨୫/୧୧/୨୨- ଆଞ୍ଚଳିକ ବ୍ରାହ୍ମଣ ସମିତି, ଖଇରା, ବାଲେଶ୍ଵର ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ପଞ୍ଚାୟତରୁ ପଣ୍ଡିତ ମାନେ ଯୋଗ ଦେଇଥିଲେ । ସମସ୍ତଙ୍କ ଉପସ୍ଥିତିରେ ଝିଙ୍କିରିଆ ପଞ୍ଚାୟତ ପାଇଁ ଏକ କମିଟି ହୋଇଥିଲା । ସଭାପତି ପଣ୍ଡିତ ଗୌର ଚନ୍ଦ୍ର ପାଠୀଙ୍କ ସଭାପତିତ୍ୱରେ ଉପସ୍ଥିତ ପଣ୍ଡିତ ମାନଙ୍କ ମଧ୍ୟରୁ ଝିଙ୍କିରିଆ ପଞ୍ଚାୟତ ପାଇଁ ବିଭିନ୍ନ ପଦବୀ ନିମନ୍ତେ କର୍ମକର୍ତ୍ତା ଚୟନ କରାଯାଇଥିଲା । ବୈଠକ ଆରମ୍ଭ ପୂର୍ବରୁ ସମ୍ପାଦକ ରମାକାନ୍ତ ଶତପଥୀ ବୈଠକର ଉଦ୍ଦେଶ୍ୟ ଓ କାର୍ଯ୍ୟଧାରା ଉପରେ ସୂଚନା ଦେଇଥିଲେ । ପଣ୍ଡିତ ନିର୍ମଳ କୁମାର ପଣ୍ଡା ସ୍ବାଗତ ଭାଷଣ ଓ ଉପସ୍ଥିତ ପଣ୍ଡିତ ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସମସ୍ତଙ୍କ ସମ୍ମତି କ୍ରମେ ପଞ୍ଚାୟତ ପାଇଁ ସଭାପତି ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ସମ୍ପାଦକ ପଣ୍ଡିତ କାର୍ତ୍ତିକେୟ ଉପାଧ୍ଯାୟ, ସହ-ସମ୍ପାଦକ ପଣ୍ଡିତ ଦୁର୍ଗା ଚରଣ ପଣ୍ଡା, କୋଷାଧ୍ୟକ୍ଷ ପଣ୍ଡିତ ନିର୍ମଳ କୁମାର ପଣ୍ଡା, ସମୀକ୍ଷକ ପଣ୍ଡିତ ବସନ୍ତ କୁମାର ପଣ୍ଡା ଓ କାର୍ଯ୍ୟକାରୀ ସଦସ୍ୟ ପଣ୍ଡିତ କମଳାକାନ୍ତ ପଣ୍ଡା ନିର୍ବାଚିତ ହୋଇଛନ୍ତି । ସମସ୍ତ ନୂତନ ପଦବୀ ଧାରୀଙ୍କୁ ପଣ୍ଡିତ ଗଗନ ବିହାରୀ ପଣ୍ଡା ସପଥ ପାଠ କରାଇଥିଲେ । ସରପଞ୍ଚ ନିତୁନିବେଦିତା ମାଝୀ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ଶାନ୍ତିପାଠ ଓ ପଣ୍ଡିତ ନିର୍ମଳ କୁମାର ପଣ୍ଡାଙ୍କ ଧନ୍ୟବାଦ ପରେ ବୈଠକର ପରିସମାପ୍ତି ଘଟିଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବେଦ ଭୂଷଣ, ଆଇଏଏସ,ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆଜି ଦାୟିତ୍ଵ ଗ୍ରହଣ କଲେ

Sunil Chandra Nayak

ମଶାଣି କୁ ଶବଦାହ ପାଇଁ ତଣ୍ଟିଏ ପାଣିରେ ଶବ ବୋହି ଦାହ କଲେ ବେହେରା ଗୁଡା ବାସୀ

Sunil Chandra Nayak

ଏଲ୍ଆଇସି ଅଭିକର୍ତ୍ତାଙ୍କ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!