ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ରେ ବିଶ୍ଵ ସାଇକଲ ଦିବସ ପାଳିତ

ଉତ୍କେଲା, ଠ୩/O୬,( ମ ନି ସ  ), ଆଜି ୩ ଜୁନ ବିଶ୍ବ ରେ ସାଇକଲ ଦିବସ ରୁପେ ପାଳନ କରାଯାଏ।ବିଶ୍ଵ ସାଇକଲ ଦିବସ ଅବସରରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ କେସିଙ୍ଗା ୟୁଥ୍ ଆସୋସିଏସନ୍ ଙ୍କ ମିଳିତ ଆନୁକୁଲ୍ୟରେ ବିଶ୍ଵ ସାଇକଲ ଦିବସ ପାଳନ କରାଯାଇ ଥିଲା।ଜୋଲକୋ ଛକ ରୁ ଆରମ୍ଭ କରି କେସିଙ୍ଗା ସହର ପରିକ୍ରମା କରି ସି ଏଚସି ପାଖରୁ ବୁଲି ବିଦ୍ୟାପୀଠ ଖେଳ ପଡିଆ ରେ ସମାପ୍ତ ହୋଇଥିଲା।ଏଥିରେ କେସିଙ୍ଗା ଆଦର୍ଶ ଥାନା ଏସଡିପିଓ ଅଭିନବ ସୋନକର ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ସାଇକଲ ମାର୍ଚ୍ଚ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ସହରର ଯୁବ ବର୍ଗ ତଥା କେସିଙ୍ଗା ଏନଏ ସି କାଉନସିଲର ମଧ୍ୟ ଅଂଶ ଗ୍ରହଣ କରିଥିଲେ। ଆଜିକାଲି ଦୁନିଆଁରେ ସମସ୍ତେ ଆରାମ ର ଜୀବନ ପଥ କୁ ଅନୁସରଣ କରୁଛନ୍ତି । ସମସ୍ତଙ୍କ ଘରରେ କାର ଓ ମୋଟରସାଇକେଲ ଦେଖାଯାଏ। ସେଥିପାଇ ପ୍ରେଟ୍ରୋଳ ଦର ଦିନକୁ ଦିନ ବଢିବାରେ ଲାଗିଛି। ଏଥିପାଇ ଆଜିର ଦିବସ ରେ ସାଇକେଲ ଚଲାଇ ଶରୀର ସୁସ୍ଥ ରଖନ୍ତୁ ବୋଲି ଜଣାଇ ଦିଆଯାଇଥିଲା।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ ।

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ହୃଷୀକେଶ ଜାଲି ଙ୍କ କବିତା ମଣିଷ

Sunil Chandra Nayak

ଦୟନୀୟ ଅବସ୍ଥାରେ ଦୁଇ ବିକଳାଙ୍ଗ ଭାଇ

Sunil Chandra Nayak

ଖୁଲା ଆକାଶ ରେ ଧାନମଣ୍ଡି, ଅଦିନିଆ ବର୍ଷା ରେ ଭିଜିଲା ଧାନ ବସ୍ତା

Sunil Chandra Nayak

Leave a Comment

error: Content is protected !!