ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା କ୍ଳାନ୍ତ ଅପରାହ୍ନ

କ୍ଳାନ୍ତ ଅପରାହ୍ନ

ବଢିଲା ବୟସ ପକ୍ବ ହେଲା କେସ
ସାହାରା ଲୋଡିଲା ବେଳେ
ସମୟ କରୁଛି ଉପହାସ ମୋତେ
ଅଲୋଡ଼ା ଏବେ ମୁଁ କାଳେ
ପରିଣତ ବୟସର
ପ୍ରିୟ ପରିଜନ ଦୂରେଇ ଯାଆନ୍ତି
ଭାଗ୍ୟ ଖେଳୁଛି ସାଥିର
ଆଶା ଆକାଂକ୍ଷା ମୋ ଦିନୁ ଦିନ ହଜେ
ଆଶଙ୍କା ହେଉଛି ମନେ
କୋଳେଇ କାଖେଇ ଦୁଃଖ ସହି ମୁହିଁ
ବଢ଼ାଇଲି ଯାକୁ ଦିନେ
ଦିଅନ୍ତି ଦୂରେଇ ମୋତେ
ଶାନ୍ତି ଖୋଜୁଅଛି ସ୍ତ୍ରୀ ପିଲା ନେଇ
ନିଜ ପରିବାର ସାଥେ
ହିସାବ କରଇ ବୁଢ଼ା ବୁଢ଼ୀ ପାଇଁ
ଖର୍ଚ୍ଚ ବଢିଯାଏ ତାର
ଭୁଲ କରିଦେଲି ହିସାବ କଲିନି
ଭାବି ପୁତ୍ର କନ୍ୟା ମୋର
ଧିକ ଜୀବନ ମୋହର
ଅଲୋଡ଼ା ଆଖୋଜା ହୋଇଗଲି ମୁହିଁ
ପରିଣତ ବୟସର
ଦୁର୍ବଳ ଶରୀର ପାଦ ଥର ହର
ଦେହରେ ନାହିଁ ଶକତି
ରୋଗ ଦାଉ କଲା ବାଧକ ସାଜିଲା
ହନ୍ତ ସନ୍ତ ହୁଏ ନିତି
ଭାଗ୍ୟ ସାଜେ ମୋର ଦାଉ
ବୃଦ୍ଧ ବୟସରେ ସାହାରା ଲୋଡୁଛି
ଦୟା କର ମହାବାହୁ
ତୁମ ନାମେ ଜୀବ ଯାଉ

ବିଳାସିନୀ ପୃଷ୍ଟି

ଭୁବନ ଢେଙ୍କାନାଳ 

Related posts

ନାଗସାପ କାମୁଡାରେ ମହିଳା ମୃତ

Sunil Chandra Nayak

ଜବାହର ଉଚ୍ଚ ବିଦ୍ୟାପୀଠରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!