ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରତିନାରାୟଣ ରାଉତ ଙ୍କ କବିତା ପଦ୍ମ

        ପଦ୍ମ

 

ସୂରୁଜ ଉଇଁଲେ ପଦୁଅଁ ଫୁଟଇ

        ସରୋବରେ ସ୍ଥିର ଜଳେ

ଦୁରେ ଥିଲେ ପ୍ରୀତି ଆନ ହୁଏ ନାହିଁ

      ଏ କଥା ପ୍ରମାଣ ମିଳେ ॥

ପଙ୍କରୁ ଜାତ ସେ ପଙ୍କଜିନୀ ନାମେ

     ପରିଚିତ ହୋଇଥାଏ 

ମଧୁଦିଏ ବାଣ୍ଟି ଭ୍ରମର ମାଧ୍ୟମେ

       ଦାତା ପଣେ ବଡସିଏ ॥

ଶଙ୍ଖ ଚକ୍ର ଗଦା ପଦ୍ମ ଶୋଭା ପାଏ

       ବିଷ୍ଣୁଙ୍କ ଆୟୁଦ୍ଧ ଭାବେ

ପଦ୍ମାସନୀ ନାମେ ଲକ୍ଷ୍ମୀ ସରସ୍ଵତୀ

        ପରିଚିତ ଏଇ ଭବେ ॥

ପଦ୍ମଗନ୍ଧା ନାରୀ ମହାନ ଅଟନ୍ତି

        ଏହା ପ୍ରମାଣ ଶାସ୍ତ୍ରରେ 

ଶ୍ଵେତପଦ୍ମ ଅଟେ ଜ୍ଞାନ ର ପ୍ରତୀକ

       ଲାଲ ପଦ୍ମ ସମ୍ପଦରେ ॥

ଜଗତର ନାଥ ହ୍ଵନ୍ତି ପଦ୍ମ ବେଶ

      ଶ୍ରୀକ୍ଷେତ୍ର ମହିମା ଧାମ

ନୀଳପଦ୍ମ ଦେଇ ଦେବୀଙ୍କୁ ସନ୍ତୁଷ୍ଟ                                            

      କରିଥିଲେ ପ୍ରଭୁ ରାମ ॥

ଶାଶ୍ଵତ ପ୍ରେମର ଚିନ୍ତା ଚେତନାର

          ପ୍ରତୀକ ପଦ୍ମ ଅଟଇ

ସେ ପାଇଁ ତାହାକୁ ଭାରତ ବର୍ଷର 

         ଜାତୀୟ ପୁଷ୍ପ ମାନଇଁ॥

ରତିନାରାୟଣ ରାଉତ (ପ୍ର. ଶି .)

ହରିଚନ୍ଦନପୁର, କେନ୍ଦୁଝର,ଓଡିଶା

 

Related posts

ରାସ୍ତା ସମସ୍ୟା କୁ ନେଇ ବନ ବିଭାଗ ଗାଡିକୁ ଅଟକ ରଖିଲେ ଗ୍ରାମବାସୀ

Sunil Chandra Nayak

ବୁଡିଦର ମଣ୍ଡି ଉଦଘାଟିତ

Sunil Chandra Nayak

କୃଷି ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!