ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାରାହ ଫାସରେ ଫସି ମୃତ୍ୟୁବରଣ କରିଥିବା ଯମୁନା ଜାନୀଙ୍କ ପରିବାର କୁ ୧ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ

ଥୁଆମୂଳ ରାମପୁର:୪/୬- ବାରାହା ଶିକାର କରିବା ନେଇ ବିଦ୍ଯୁତ ତାର ବିଛାଇ ଫାସ ପକାଇ ଥିବା ବିଦ୍ଯୁତ ତାର ସଂପର୍ଶ ରେ ଯାଇ ମୃତ୍ୟୁବରଣ କରିଥିବା ଯମୁନା ଜାନୀଙ୍କ ପରିବାର କୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ମିଳିଥିବା ତଥ୍ଯ ଅନୁସାରେ ଜଣାପଡିଛି ଯେ, ଗତ ୧୮ ନଭେମ୍ବର ୨୦୨୧ ମସିହାରେ ଥୁଆମୂଳ ରାମପୁର ବ୍ଳକର ଉପର ଟେମରା ଗ୍ରାମର ୧୮ବର୍ଷୀୟ ନାବାଳିକା ଯମୁନା ଜାନୀ ଶୌଚ ପାଇଁ ଗାଁ ନିକଟ ଜଙ୍ଗଲ କୁ ଯାଇଥିଲେ। ସେହି ସମୟରେ ବାରାହା ଶିକାର ନେଇ ବିଦ୍ଯୁତ ତାର ବିଛାଇ ଫାସ ପକାଯାଇଥିଲା ସେହି ଫାସ ସଂପର୍ଶରେ ଆସିବା ଫଳରେ ଯମୁନା ଜାନୀ ମୃତ୍ୟୁବରଣ କରିଥିଲେ। ଏହି ମାମଲାକୁ ମାନବ ଅଧିକାର କର୍ମୀ ଶ୍ରୀ ଦିଲ୍ଲୀପ କୁମାର ଦାସ ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ଅଭିଯୋଗ ଦାଖଲ କରି ଯମୁନା ଜାନୀଙ୍କ ପରିବାର କୁ କ୍ଷତିପୂରଣ ଦାବି କରିବା ସହିତ ସଂପୃକ୍ତ ବିଦ୍ଯୁତ କର୍ମଚାରୀ ଙ୍କ ବିରୋଧରେ ଆଇନ ଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ। ମାନାବାଧିକାର କମିଶନ ଏହାକୁ କେଶ ନଂ – ୩୩୧୯/୧୮/୬/୨୦୨୨ ଭାବରେ ଗ୍ରହଣ କରି ବିଦ୍ଯୁତ ବିଭାଗ ସଚିବ କଳାହାଣ୍ଡି ପୁଲିସ ଅଧିକ୍ଷକ ଙ୍କୁ ନୋଟିସ ଜାରି କରି ଆଠ ସପ୍ତାହ ମଧ୍ୟରେ ବିହିତ କାର୍ଯ୍ଯାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନୋଟିସ ପାଇବା ପରେ ଟାଟା ପାଓ୍ବାର ପକ୍ଷରୁ ୧୮ ମଇ ୨୦୨୨ରେ ମୃତ ଯମୁନା ଜାନୀଙ୍କ ପିତା କାଞ୍ଚୁ ଜାନୀଙ୍କୁ ୧ ଲକ୍ଷ ଟଙ୍କାର ଏକ ଚେକ୍ (ଚେକ୍ ନଂ ୯୦୫୯୬୪) ପ୍ରଦାନ କରାଯାଇଛି ବୋଲି ଶକ୍ତି ବିଭାଗ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିଥିବା ବିଷୟ ଜଣାପଡିଛି ।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଡୁର୍କାମୁଣ୍ଡା ଗ୍ରାମରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ଶବ ଉଦ୍ଧାର , ଶବ ବ୍ୟବଚ୍ଛେଦ ଗୃହ ନ ଥିବାରୁ ଲୋକେ ହନ୍ତସନ୍ତ 

କ୍ରୀଡ଼ା ଅଧିକାରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଲଗାଣ ବର୍ଷା ରେ ବେହାଲ ଜନତା :ଚାଳ ଘର କାନ୍ଥ ଭୁସୁଡ଼ିଲା

Sunil Chandra Nayak

Leave a Comment

error: Content is protected !!