ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାରୀ ଆଇ ଟି ଆଇ ସ୍ଥାନାନ୍ତର କୁ ବିରୋଧ କରି କ୍ରିୟାନୁଷ୍ଠାନ କମିଟିର ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର

ଜୁନାଗଡ଼,୪/୬( ମ ନି ସ) ଓଡ଼ିଶା ସରକାର ଙ୍କ ତରଫ ରୁ କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ରେ ଅବସ୍ଥିତ ମୋଡେଲ ଡିଗ୍ରୀ କଲେଜ ପରିସର ମଧ୍ୟ ରେ ଏକ ସରକାରୀ ଆଇ ଟି ଆଇ ପ୍ରତିଷ୍ଠା ସ୍ଥାନାନ୍ତରକୁ ବିରୋଧ କରି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ଉଦେଶ୍ୟ ରେ କଲହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଓଡିଶା ସରକାରଙ୍କ ସ୍କିଲ ଡେଭଲପମେଣ୍ଟ ସେଣ୍ଟର ଓ ବୈଷୟିକ ଶିକ୍ଷ୍ୟାବିଭାଗ ତରଫରୁ ଜୁନାଗଡ଼ରେ ପ୍ରତିଷ୍ଠା ନେଇ ପ୍ରସ୍ତାବ ରହିଥିଲା। ହେଲେ ଏହି ଆଇଟିଆଇ ଧର୍ମଗଡ ସହର କୁ ସ୍ଥାନାନ୍ତର ନେଇ ଓଡ଼ିଶା ସରକାରଙ୍କ ର ସ୍କିଲ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଯୁକେସନ ତରଫରୁ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଏକ ଚିଠି ହୋଇଥିଲା। ଏଥିରେ ଧର୍ମଗଡ ସହର ରେ ସ୍ଥାପନ ପାଇଁ ଭୂମି ଚିହ୍ନଟ ପାଇଁ ନିର୍ଦ୍ଦେଶ ହୋଇଛି। ହେଲେ ସ୍ଥାନୀୟ ଆରଏମସି ସଭାଗୃହ ଠାରେ ଜୁନାଗଡ ର ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ ମାନେ ଏକ ଜରୁରୀ ବୈଠକ କରି ତୀବ୍ର ବିରୋଧ କରିଥିଲେ l ଏଥିନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ମତ ପ୍ରକାଶ ପାଇଥିଲା ଯେ ଜୁନାଗଡ କଳାହାଣ୍ଡି ର କେନ୍ଦ୍ର ସ୍ଥଳ ରେ ଅବସ୍ଥିତ ଏବ୍ଂ ଏହା ଜିଲ୍ଲା ର ଅର୍ଥନୈତିକ କେନ୍ଦ୍ର ଅଟେ l ଏଠାରେ ସମସ୍ତ ଭିତିଭୂମି ରହିଥିବା ରୁ ଏହି ପ୍ରସ୍ତାବିତ ସରକାରୀ ଆଇ ଟି ଆଇ ର ପୂର୍ଣ୍ଣ ଆବଶ୍ୟକ ତା ରହିଚି l ଏବ୍ଂ ଏହି ପରିପେକ୍ଷୀରେ ଜୁନାଗଡ ମଡେଲ ଡିଗ୍ରୀ କଲେଜ ପରିସର ମଧ୍ୟରେ ଓଡିଶା ସିଲ୍କ ଡେଭଲପମେଣ୍ଟ ଏବ୍ଂ ଟେକ୍ନିକାଲ ଏଡୁକେସନ୍ରେ ଡିପାର୍ଟମେଣ୍ଟ ତରଫ ରୁ ଏହା ପ୍ରତିଷ୍ଠା ପାଇଁ କଳାହାଣ୍ଡି ଜିଲ୍ଲାପାଲ୍ମ ଙ୍କୁ ଚିଠି ହୋଇଥିଲା ।ଜୁନାଗଡ଼ ରୁ ଧର୍ମଗଡ଼କୁ ସ୍ଥାନାନ୍ତର କରାଯିବା ଜୁନାଗଡ ପ୍ରତି ସମ୍ପୂର୍ଣ୍ଣ ଉପେକ୍ଷା ଏବ୍ଂ ଦୁର୍ଭାଗ୍ୟ ଜନକ ବୋଲି କ୍ରିୟାନୁଷ୍ଠାନ କମିଟି ତରଫରୁ ଅସନ୍ତୋଷ ପ୍ରକାଶ ପାଇଥିଲାl ଯଦିଓ ଏହି ଆଇ ଟି ଆଇ ଜୁନାଗଡ ଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ ହୁଏ ତାହା ହେଲେ ସମସ୍ତ ସଂଗଠନ ତରଫରୁ ସଂଗ୍ରାମ ଜାରିରହିବ ଏବଂ ରାଜରାସ୍ତା କୁ ଓହ୍ଲାଇବେ ବୋଲି ଚରମ ଚେତାବନୀ ଦେଇଛନ୍ତି। ଏଥିନେଇ କ୍ରିୟାନୁଷ୍ଠାନ କମିଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆଗାମୀ ଦିନରେ କ୍ରିୟାନୁଷ୍ଠାନ କମିଟି ତରଫରୁ ଏହି ଦାବୀ ନେଇ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଦୃଢ ନିଷ୍ପତି ନେଇଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ମରଣ ଯନ୍ତା ପାଲଟିଛି ପୂର୍ତ୍ତ ବିଭାଗ ର ଦୁଇ ରାସ୍ତା

Sunil Chandra Nayak

ନବରଙ୍ଗପୁର କଲେଜ ର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ କେନ୍ଦ୍ରମନ୍ତ୍ରୀ ଙ୍କୁ ନିମନ୍ତ୍ରଣ                          

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ଆଶିଷ ଭିକ୍ଷା

Leave a Comment

error: Content is protected !!