ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଁ ପୋଖରୀ ସଫା କଲେ ଯୁବ ଗୋଷ୍ଠୀ

କୋକସରା,୪ା୬- (ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ଗ୍ରାମର ଯୁବଗୋଷ୍ଠୀ ଶନିବାର ଗାଁ ପୋଖରୀ ଓ ଗାଧୁଆ ତୁଠ ସଫା କରିଛନ୍ତି । ୨୬ ନମ୍ବର ଜାତୀୟ ରାଜପଥ ରାସ୍ତାକୁ ଲାଗି ରହିଥିବା ନୁଆବନ୍ଧ ରେ ଦୀର୍ଘ ଦିନରୁ ବହୁତ ଆବର୍ଜନା ସହ ଚିଙ୍ଗୁଡ଼ିଆ ଦଳ ରହିଥିଲା । ଫଳରେ ଗାଧୋଇବା ପାଇଁ ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖିନ ହୋଇ ଆସୁଥିଲେ । ଏହାକୁ ଦୃଷ୍ଟିରେ ରଖି କୁସୁମଖୁଣ୍ଟି ଯୁବ ଗୋଷ୍ଠୀର ସଦସ୍ୟ ମାନେ ଆଗେଇ ଆସି ସ୍ୱେଚ୍ଛାକୃତ ଭାବରେ ପୋଖରୀ ସଫା କରି ଗାଧୋଇବା ଉପଯୋଗୀ କରି ଉଦାହରଣ ସାଜିଛନ୍ତି । ଯୁବଗୋଷ୍ଠୀ ଙ୍କ ଏଭଳି କାର୍ଯ୍ୟ କୁ ବୁଦ୍ଧିଜୀବୀ ମାନେ ବେଶ୍ ପ୍ରଶଂସା କରିଛନ୍ତି ।

Related posts

ଶ୍ୟାମ ଗନ୍ତାୟତ ଦଳ ନବରଙ୍ଗପୁର ସୁବର୍ଣ୍ଣ ଜୟନ୍ତୀ କ୍ରିକେଟ କପ ଚମ୍ପିୟାନ

Sunil Chandra Nayak

ଗୌତମ କଚିମ ଙ୍କ କବିତା ବିଜୁଳି ବତି କୁ ସଞ୍ଚୟ କର

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା।ଆଜିର ସୁବିଚାର

Leave a Comment

error: Content is protected !!