ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୂର୍ତ୍ତିକା ସଂଗ୍ରକ୍ଷଣ ବିଭାଗ ର ପୋଖରୀ ଖନନ କାର୍ଯ୍ୟ ପ୍ରହସନ

 କଲମପୁର (ମସିହା) କଳାହାଣ୍ଡି ଜିଲ୍ଲା ମୂର୍ତ୍ତିକା ସଂଗ୍ରକ୍ଷଣ ବିଭାଗ ତରଫରୁ ପ୍ରତି ବ୍ଲକରେ ପୋଖରୀ ଖନନ କାର୍ଯ୍ୟ ହାତକୁ ନିଆ ଯାଇଛି ।ଏହି ପରିପେକ୍ଷିରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଞ୍ଚଳରେ ମଧ୍ୟ ଅନୁରୂପ ଭାବେ ପୋଖରୀ ଖନନ କାର୍ଯ୍ୟ ଚାଲୁରହିଛି। ପ୍ରାପ୍ତ ସୂଚନା ଅନୁସାରେ କଲମପୁର ବ୍ଲକ ପାଇଁ ପ୍ରକଳ୍ପ ସଂଯୋଜକ ଭାବେ ପ୍ରଣତି ବେହେରା ଓ ଶେଷ ଦେବ ମାଝୀ ନିୟୋଜିତ ହୋଇଥିବା ବେଳେ ସମଗ୍ର ଅଂଚଳରେ ଶହେ ଗୋଟି ପୋଖରୀ ଖନନକାର୍ଯ୍ୟ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ସେମାନଙ୍କ ଠାରୁ ଜଣାପଡିଛି। ଗୋଟିଏ ପୋଖରୀ ର ଅଟକଳ ମୂଲ୍ୟ ଅଶି ହଜାର ଟଙ୍କା ରଖାଯାଇଥିବା ବେଳେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନୁଯାୟୀ କାର୍ଯ୍ୟକାରୀ କରାଯିବାର ପ୍ରାବଧାନ ରହିଛି କିନ୍ତୁ ଏହି ପୋଖରୀ ଖନନ କାର୍ଯ୍ୟକ୍ରମ ଏଠାରେ ପ୍ରହସନ ପାଲଟିଯାଇଛି। ଉକ୍ତ କାର୍ଯ୍ୟକାରୀ ସଂସ୍ଥା ବ୍ଲକ ଓ ପଞ୍ଚାୟତ ସହ ସମନ୍ୱୟ ରଖୁନଥିବା ବେଳେ ଚାରି ମାସ ତଳେ କରାଯାଇଥିବା ଅସମର୍ଥୀତ ସର୍ଭେ ରିପୋର୍ଟ କୁ ଆଧାର କରି ଏହାକୁ କାର୍ଯ୍ୟକାରୀ କରାଯାଉଥିବା ବିଭାଗ ସୂତ୍ରରୁ ଜଣାପଡିଛି। କାମ ଧନ୍ଧା ନ ପାଇ ଅଂଚଳର ଶହ ଶହ ସଂଖ୍ୟାରେ ଲୋକମାନେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଚାଲିଯାଇଥିବା ବେଳେ ଏହାର ଗଲାବାଟ ଦେଇ କରିତକର୍ମା ସଂସ୍ଥା ପୋଖରୀ ଖନନ ରେ ଜେସିପି ମେସିନ ଲଗାଇ ବେଧଡକ ଭାବେ ୪୦ରୁ ଉର୍ଦ୍ଧ୍ବ ପୋଖରୀଖନନ କାର୍ଯ୍ୟ କରିଚାଲିଛନ୍ତି ।ବ୍ଲକ ଓ ପଞ୍ଚାୟତ ଗୁଡିକ ଆମ ପାଖରେ କୌଣସି ସୂଚନା ନ ଥିବା ପ୍ରକାଶ କରିଥିବା ବେଳେ ସମ୍ପୃକ୍ତ କାର୍ଯ୍ୟକାରୀ ସଂସ୍ଥା ର କର୍ମକର୍ତ୍ତା ମାନେ ମାସମାସ ଧରି ଅନୁପସ୍ଥିତ ଥିବା ଘଟଣାକୁ ଖୋଦ ନିଜେ ସ୍ୱୀକାର କରିଛନ୍ତି। ଏ ନେଇ ଜିଲ୍ଲା କର୍ତ୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ପୂର୍ବକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଜନସାଧାରଣ ରେ ଦାବୀ ହେଉଛି ।

କଲମପୁର ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ

Related posts

ଜୟ କୁମାର ମିଶ୍ର ଙ୍କ କବିତା  ଦାଣ୍ଡ ଝରକା, ମଉନସଖା 

Sunil Chandra Nayak

ଲାଞ୍ଜିଗଡ଼ଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

ସାମ୍ବାଦିକଙ୍କ ମାତୃ ବିୟୋଗ

Leave a Comment

error: Content is protected !!