ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ସକାଳ ବନ୍ଦନା

ସକାଳ ବନ୍ଦନା

 

କାଳିଆରେ,

ଆଣିଛି ଆଜି ତୋ ପାଇଁ ମୁଁ

କେବଳ ତୁଳସୀ ଚନ୍ଦନ

ତୋ ପାଖେ କରି ସମର୍ପଣ 

ଦେଖିବି ତୋ କଳା ବଦନ ।

 

ତୋତେ ଥରଟେ ଦେଖିଦେଲେ

ମନ ଭକ୍ତିରେ ପୁରିଯାଏ

ତୋ ନାମକୁ ମୁଁ ଭଜି ଭଜି

ଦିନଟି ମୋର ସରିଯାଏ ।

 

ତୋ ଶ୍ରୀମନ୍ଦିର ଚତୁଃପାର୍ଶେ

ଥରଟିଏ ଆସିଲେ ବୁଲି

କୋଟି କୋଟି ଜନ୍ମର ପୁଣ୍ୟ

ଏଇ ଜନ୍ମରେ ମୁଁ ପାଇଲି ।

 

ପ୍ରାର୍ଥନା କରୁଛି ମୁଁ ତୋତେ

ଆଶିଷ ଟିକେ ଦେ ତୁ ମୋତେ

ଏହି ଜୀବନ ଯାତ୍ରାରେ ମୁଁ 

ପାଇବି ସଫଳତା ଯେତେ ।।

 

ସସ୍ମିତେଶ ସାହୁ

ଶଙ୍ଖଚିଲା,ଯାଜପୁର

Related posts

ତେରେସିଂହା ମାଁ ପାଟଖଣ୍ଡା ଯାତ୍ରା ସମ୍ପନ୍ନ

Sunil Chandra Nayak

ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀର ଦୀକ୍ଷାନ୍ତ କାର୍ଯ୍ୟକ୍ରମ

Sunil Chandra Nayak

କୈଳାସ ଚନ୍ଦ୍ର ପାଢ଼ୀ ଙ୍କ କବିତା କବି ହେ କଲମଧାରି

Leave a Comment

error: Content is protected !!